/odishatv-khabar/media/media_files/2025/11/11/high-alert-2025-11-11-10-29-08.jpg)
HIGH-ALERT Photograph: (OTV)
ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ। ଓଡ଼ିଶାର ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ବଢିଲା ସୁରକ୍ଷା। ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂକୁ କଡ଼ାକଡ଼ି କରାଯାଇଛି ।
ସେହିଭଳି ଧାର୍ମିକ ସ୍ଥଳ ପୁରୀରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସମ୍ବଲପୁରରେ ମଧ୍ୟ ସକ୍ରିୟ ଜିଲ୍ଲା ପୋଲିସ । ହୀରାକୁଦ ଡ୍ୟାମ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।
ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ହୋଟେଲ ମାନଙ୍କରେ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରାଯାଇଛି । ସେହିଭଳି ରାଉରକେଲା ସହରରେ ଥିବା ବିଭିନ୍ନ ହୋଟେଲରେ ଛାନବିନ୍ ଜାରି ରହିଛି । ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଖାନତଲାସି କରାଯାଇଛି ।
• ଓଡ଼ିଶାର ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ବଢିଲା ସୁରକ୍ଷା
• ଭୁବନେଶ୍ବର ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂ
• ପୁରୀ ଶ୍ରୀମନ୍ଦିର, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା କଡ଼ାକଡ଼ି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)