Advertisment

Bihar Election: ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ବିହାର ନିର୍ବାଚନ। ୨୦ ଜିଲ୍ଲାର ୧୨୨ ବିଧାନସଭା ସିଟରେ ମତଦାନ ନିଆଯିବ। ୧୩୦୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

author-image
Chinmayee Sahoo
BIHAR-ELECTION

BIHAR-ELECTION Photograph: (OTV)

ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ ହୋଇଛି । ୨୦ ଜିଲ୍ଲାର ୧୨୨ ବିଧାନସଭା ସିଟରେ ମତଦାନ ହେଉଛି। ଏଥିପାଇଁ ୪୫ ହଜାର ପୋଲିଂ ବୁଥ୍ କରାଯାଇଛି। ମୈଦାନରେ ଅଛନ୍ତି ୧୩ଶହ ୨ ପ୍ରାର୍ଥୀ। ଏମାନଙ୍କ ଭିତରେ ଅଛନ୍ତି ୧୩୬ ମହିଳା। ମତାଧିକାର ସାବ୍ୟସ୍ତ କରିବେ ବିହାରର ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର।

Advertisment

ଏହି ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରାଇବେ ଏନଡିଏରୁ ବିଜେପିର ୫୨, ଜେଡିୟୁର ୪୫, ରାମବିଳାସ ପାଶୱାନଙ୍କ ଏଲଜେପିର ୧୫, ହାମର ୬ ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ୪ ଜଣ ପ୍ରାର୍ଥୀ। ସେହିପରି ମହାମେଣ୍ଟରୁ ଆରଜେଡିର ୭୧, କଂଗ୍ରେସର ୩୭, ବିକାଶ ଶୀଳ ଇନସାନ୍ ପାର୍ଟିର ୮ ଓ CPIMର ୬ ଜଣ ପ୍ରାର୍ଥୀ ଲଢୁଛନ୍ତି।

ସେହିପରି CPI ୪ଟି ଓ CPM ଗୋଟିଏ ସିଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୂର୍ବରୁ ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୨୧ ବିଧାନସଭା ଆସନରେ ମତଦାନ ହୋଇଥିଲା। ରେକର୍ଡ ୬୪.୬୬ ପ୍ରତିଶତ ଭୋଟିଂ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବି ବିହାରରେ ମତଦାନ ହାର ଅଧିକ ରହିବ ବୋଲି କୁହାଯାଉଛି। ୧୪ ତାରିଖରେ ଜଣାପଡ଼ିବ କାହା ଦଖଲକୁ ଯିବ ବିହାର। ଏନଡିଏ କ୍ଷମତା ବଜାୟ ରଖିବ ନା ମହାମେଣ୍ଟ ଫେରିବ ତାଉପରେ ନଜର।
•    ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଆରମ୍ଭ
•    ଦ୍ୱିତୀୟ ପର୍ଯ୍ୟାୟରେ ଆଜି ବିହାର ନିର୍ବାଚନ
•    ୨୦ ଜିଲ୍ଲାର ୧୨୨ ବିଧାନସଭା ସିଟରେ ମତଦାନ ନିଆଯିବ
•    ୧୩୦୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
•    ସୁରକ୍ଷା କଡ଼ାକଡ଼ି, ସମସ୍ତ ବୁଥରେ ୱେବ୍କାଷ୍ଟିଂ ବ୍ୟବସ୍ଥା

Advertisment
Bihar Election
Advertisment
Related Articles
Advertisment