Advertisment

Andhra Agent Smashes Odia Nameplate: ପୁଣି ଦାଦାଗିରି; ଓଡ଼ିଆ ନାମ ଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ

ଓଡ଼ିଆ ନାମ ଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ। ଓଡ଼ିଆ ନାମ ଫଳକକୁ ଭାଙ୍ଗି ଫୋପାଡ଼ି ଦେଲେ। କୋଟିଆ ଅଞ୍ଚଳର ବିଭିନ୍ନ ଗାଁରେ ଭାଙ୍ଗିଲେ ନାମ ଫଳକ। ଗାଁରେ ବୈଠକ କରି ଓଡ଼ିଆ ନାମ ଫଳକ ଭାଙ୍ଗିଥିବା ସୂଚନା।

author-image
Chinmayee Sahoo
Kotia

Kotia Photograph: (OTV)

ପୁଣି ଆନ୍ଧ୍ରର ନାଲି ଆଖି, ପୁଣି ଦାଦାଗିରି। ଓଡ଼ିଆ ନାମଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ। ଓଡ଼ିଆରେ ଲେଖା ହୋଇଥିବା ନାମଫଳକକୁ ଭାଙ୍ଗି ଫୋପାଡ଼ି ଦେଇଛନ୍ତି। ଏଭଳି ଦୃଶ୍ୟ ଦେଖିବା ମିଳିଛି କୋରାପୁଟ କୋଟିଆ ଅଞ୍ଚଳରେ। 

Advertisment

ଚଳିତ ମାସ ଆରମ୍ଭରୁ ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ନାମ ଫଳକ ଲଗାଯାଥିଲା। ସେହପରି ଫାଟୁସିନେରି ପଞ୍ଚାୟତର ଡୋଲିଆମ୍ବା, ଫଗୁଣସିନେରି, ଫାଟୁସିନେରି, ହରମାଣ୍ଡାଙ୍ଗି ଗାଁରେ ବି ଲାଗିଥିଲା ନାମ ଫଳକ। ହେଲେ ଆନ୍ଧ୍ରର କିଛି ଏଜେଣ୍ଟ ଗାଁ ଗୁଡିକରେ ବୈଠକ କରି ସବୁ ନାମ ଫଳକକୁ ଭାଙ୍ଗିଦେଇଥିବା ଜଣାପଡ଼ିଛି। 

ତେବେ କୋଟିଆ ଥାନାର ଅଳ୍ପ ଦୂରରେ ଥିବା ହରମାଣ୍ଡାଙ୍ଗି ଛକର ନାମ ଫଳକ ବି ଭାଙ୍ଗି ଦିଆଯାଇଛି। ଯାହାକୁ ନେଇ ପୋଲିସ କେମିତି ଜାଣି ପାରିଲାନି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

•    ଓଡ଼ିଆ ନାମ ଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ
•    ଓଡ଼ିଆ ନାମ ଫଳକକୁ ଭାଙ୍ଗି ଫୋପାଡ଼ି ଦେଲେ
•    କୋଟିଆ ଅଞ୍ଚଳର ବିଭିନ୍ନ ଗାଁରେ ଭାଙ୍ଗିଲେ ନାମ ଫଳକ
•    ଗାଁରେ ବୈଠକ କରି ଓଡ଼ିଆ ନାମ ଫଳକ ଭାଙ୍ଗିଥିବା ସୂଚନା
•    କୋଟିଆ ଥାନା ପାଖରେ ଲାଗିଥିବା ନାମ ଫଳକ ବି ଭାଙ୍ଗିଦେଲେ

Kotia
Advertisment
Related Articles
Advertisment