Advertisment

Japan Earthquake: ଭୂକମ୍ପରେ ଥରିଲା ଜାପାନ୍; ସୁନାମୀ ସତର୍କତା ଜାରି, ୩ ମିଟର ଉଚ୍ଚର ଜୁଆର ଉଠିବ

ଜାପାନରେ ବଡ଼ ଭୂମିକମ୍ପ। ଭୂମିକମ୍ପରେ ଥରିଲା ଜାପାନ। ୭.୬ ତୀବ୍ରତାର ଭୂକମ୍ପ ଝଟକା। ଜାରି ହେଲା ସୁନାମୀ ଆଲର୍ଟ। ମିସୱାର ପୂର୍ବ-ଉତ୍ତରପୂର୍ବ ୭୩ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ।

author-image
Chinmayee Sahoo
Earthquake

Earthquake Photograph: (OTV)

ଜାପାନରେ ବଡ଼ ଭୂମିକମ୍ପ। ଭୂମିକମ୍ପରେ ଥରିଲା ଜାପାନ। ୭.୬ ତୀବ୍ରତାର ଭୂକମ୍ପ ଝଟକା। ଜାରି ହେଲା ସୁନାମୀ ଆଲର୍ଟ। ମିସୱାର ପୂର୍ବ-ଉତ୍ତରପୂର୍ବ ୭୩ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। ଆମୋରି ଓ ହୋକାଇଦୋକୁ ସୁନାମୀ ସତର୍କତା ଜାରି ହୋଇଛି। ସୁନାମୀରେ ୩ ମିଟର ଉଚ୍ଚର ଜୁଆର ଉଠିବ। 

Advertisment

ଏହା ଉତ୍ତରପୂର୍ବ ଉପକୂଳକୁ ମାଡ଼ କରିବ ବୋଲି ଜାପାନ ପାଣିପାଗ ସଂସ୍ଥା ସତର୍କ କରିଛି। ଉତ୍ତର ଜାପାନର ଏକ ସହର ମିସାୱାରୁ ୭୩ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏହାର କେନ୍ଦ୍ରସ୍ଥଳ ଥିଲା। ଏହା ଆମୋରି ଏବଂ ହୋକାଇଦୋ ଉପକୂଳରେ ମାଡ଼ ହୋଇଥିବାରୁ ଏହି ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। 

ଏହି ଭୂମିକମ୍ପରେ ଅତି କମରେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୮୦୦ ଘରକୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଅନେକ ଟ୍ରେନ୍ କ୍ୟାନ୍ସଲ ହୋଇ ଯାଇଥିଲା। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଦେଖା ଦେଇଛି ଯେ, ଘରର ଆସବାବପତ୍ର ସମେତ ଅନ୍ୟାନ୍ୟ ଜିନିଷ ଦୋହଲୁଛି।

Advertisment

ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ରର ସୂଚନା ଅନୁସାରେ ଜାପାନରେ ହୋଇଥିବା ଭୂମିକମ୍ପରୁ ସୁନାମି ଲହରୀ ଏହାର କେନ୍ଦ୍ରସ୍ଥଳରୁ ୧୦୦୦ କିମି ଦୂର ପର୍ଯ୍ୟନ୍ତ ଜାପାନ ଏବଂ ରୁଷ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। ଗତ ଜୁଲାଇରେ ବି ଏଭଳି ଭୂମିକମ୍ପ ହୋଇଥିଲା ତେବେ ଏହାର ତୀବ୍ରତା କମ ରହିଥିଲା। ସୁନାମୀ ସତର୍କତା ଜାରି ହୋଇନଥିଲା।

•    ଜାପାନରେ ବଡ଼ ଭୂମିକମ୍ପ
•    ୭.୬ ତୀବ୍ରତାର ଭୂକମ୍ପ ଝଟକା
•    ମିସୱାର ପୂର୍ବ-ଉତ୍ତରପୂର୍ବ ୭୩ କିମି ଦୂରରେ ଭୂକମ୍ପ କେନ୍ଦ୍ରସ୍ଥଳ
•    ଜାପାନରେ ଜାରି ହେଲା ସୁନାମୀ ଆଲର୍ଟ
•    ଆମୋରି ଓ ହୋକାଇଦୋକୁ ସୁନାମୀ ସତର୍କତା

Japan Earthquake
Advertisment
Advertisment