/odishatv-khabar/media/media_files/2025/12/09/malkangiri-violence-2025-12-09-11-03-22.jpg)
Malkangiri Violence Photograph: (OTV)
ମାଲକାନଗିରି MV-26 ଏବଂ ରାଖେଳଗୁଡ଼ା ଗାଁ ମଧ୍ୟରେ ଲାଗିରହିଥିବା ବିବାଦ ଥମିବାର ନାଁ ନେଉନି । ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରଠୁ ଦୁଇ ଗାଁ ମଧ୍ୟରେ ଲାଗି ରହିଛି ବିବାଦ । MV-26 ଗାଁରେ ଗୋଟିଏ ଗୋଷ୍ଠୀ ଲୋକଙ୍କ ଘରଦ୍ବାର ଜାଳି ଦେଇଥିବାବେଳେ MV-3ରେ ବଙ୍ଗୀୟ ସମାଜ ମେଳି କରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି ।
ଉତ୍ତେଜନାକୁ ଦେଖି ଗତକାଲି ସଂଧ୍ୟା ୬ରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ପୋଲିସ ଉପସ୍ଥିତି ସତ୍ତ୍ବେ ବି ଥମୁନି ଉତ୍ତେଜନା । ଏହାରି ଭିତରେ ମହିଳାଙ୍କୁ କିଏ ହତ୍ୟା କଲା ଓ ହତ୍ୟା ପଛର କାରଣ ଖୋଜିବାକୁ ଦାବି ହୋଇଛି । ସେପଟେ ରାଖାଲଗୁଡାର ନଦୀ ତଟରେ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ପରବର୍ତ୍ତୀ ରଣନୀତି କରିଥିବା ସୂଚନା ମିଳିଛି ।
ଗତ ୩ ତାରିଖରେ ରାଖାଲଗୁଡା ଗାଁର ଲାକେ ପଡିଆମି ନିଖୋଜ ହୋଇଥିଲେ । ୪ ତାରିଖରେ ଡୁଡାମେଟଲା ନଦୀ କୂଳରେ ମିଳିଥିଲା ତାଙ୍କ ମୁଣ୍ଡ ବିହୀନ ମୃତଦେହ। କିନ୍ତୁ ଏଯାଏଁ ମୁଣ୍ଡ ଖୋଜି ପାଉନି ପୋଲିସ। ଅନ୍ୟପଟେ ମୁଣ୍ଡ ବିହୀନ ମୃତଦେହର ବ୍ୟବଛେଦ କରି ତଦନ୍ତ ଚାଲିଛି । ସେପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି।
• ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା
• ମାଲକାନଗିରିର MV-26 ଓ ରାଖେଳଗୁଡ଼ା ମଧ୍ୟରେ ଥମୁନି ଉତ୍ତେଜନା
• MV-26 ଗାଁରେ ଲୋକଙ୍କ ଘରଦ୍ବାର ଜାଳିଦେଲେ
• ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ
• ଉତ୍ତେଜନାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରେନ ସେବା ବନ୍ଦ
• ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି
Andhra Agent Smashes Odia Nameplate: ପୁଣି ଦାଦାଗିରି; ଓଡ଼ିଆ ନାମ ଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ

Odisha Shivers: ଶୀତରେ ଥରହର ସାରା ଓଡ଼ିଶା; ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଶୀତ

Japan Earthquake: ଭୂକମ୍ପରେ ଥରିଲା ଜାପାନ୍; ସୁନାମୀ ସତର୍କତା ଜାରି, ୩ ମିଟର ଉଚ୍ଚର ଜୁଆର ଉଠିବ

Producer Vikram Bhatt Arrested: ୩୦ କୋଟି ଟଙ୍କାର ଠକେଇ; ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)