Advertisment

Massive Crackdown: ବାଂଲାଦେଶୀ ଯାଞ୍ଚ ଜୋରଦାର: ଘର ଭଡ଼ା ଦେଇଥିବା ମାଲିକଙ୍କୁ ଡକରା

କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଯାଞ୍ଚ ଜୋରଦାର। ବାଂଲାଦେଶୀ ଅନୁପ୍ରବେଶ ସନ୍ଦେହରେ ଯାଞ୍ଚ। କିଛି ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଏସପିଙ୍କ ଉପସ୍ଥିତିରେ ଯାଞ୍ଚ। କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ପ୍ରମାଣପତ୍ର ଯାଞ୍ଚ।

author-image
Chinmayee Sahoo
BANGLADESHI

BANGLADESHI Photograph: (OTV)

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ନେଇ ବଡ଼ ଧରଣର ଅପରେସନ୍। ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼। ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦଝର ସବୁଠି ତନାଘନା। ଜଗତସିଂହପୁରରେ ବାଂଲାଦେଶୀ ଧରାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଞ୍ଚ ଜୋରଦାର ହୋଇଛି। 
କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ବାଂଲାଦେଶୀ ଅନୁପ୍ରବେଶ ସନ୍ଦେହରେ ଗତକାଲି କିଛି ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଏସପିଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଛି। ଘର ଭଡ଼ା ଦେଇଥିବା ମାଲିକଙ୍କ ସହ ଘର ଭଡ଼ା ନେଇଥିବା ସନ୍ଦିଗ୍ଧଙ୍କୁ ଡାକରା ହୋଇଥିଲା। ପ୍ରମାଣପତ୍ର ସହ କେଉଁ ପରିସ୍ଥିତିରେ ଆସିଲେ, କେବେଠୁ ରହିଛନ୍ତି ଯାଞ୍ଚ କରାଯାଇଛି। ଏବେ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ ଜାରି ରହିଛି।

Advertisment


•    କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଯାଞ୍ଚ ଜୋରଦାର
•    ବାଂଲାଦେଶୀ ଅନୁପ୍ରବେଶ ସନ୍ଦେହରେ ଯାଞ୍ଚ
•    କିଛି ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଏସପିଙ୍କ ଉପସ୍ଥିତିରେ ଯାଞ୍ଚ
•    କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ପ୍ରମାଣପତ୍ର ଯାଞ୍ଚ 
•    ଘର ଭଡ଼ା ଦେଇଥିବା ମାଲିକଙ୍କୁ ଡକରା
•    ଘର ଭଡ଼ା ନେଇଥିବା ସନ୍ଦିଗ୍ଧଙ୍କୁ ବି ଡକରା
•    କେଉଁ ପରିସ୍ଥିତିରେ ଆସିଲେ, କେବେଠୁ ରହିଛନ୍ତି ଯାଞ୍ଚ

Jagatsinghpur Kendrapada
Advertisment
Related Articles
Advertisment