/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)
Horoscope Photograph: (OTV)
ମେଷ
ଅଶ୍ୱନୀ – ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ । ପରିବାରରେ ଅନ୍ୟଙ୍କ ପାଇଁ ଚିନ୍ତା ବଢିବ । ଦେହ, ମନ ଭଲ ରହିବ । ଯେଉଁ କାମ କରିବାକୁ ଚାହିବେ ତାହା ସଂମ୍ପୂର୍ଣ୍ଣ କରିବେ ।
ଦ୍ୱିଜା – ଛାତ୍ରଛାତ୍ରୀ ମାନେ ପଢ଼ାରେ ଏକାଗ୍ରତା ରକ୍ଷା କରି କୃତକାର୍ଯ୍ୟ କରିବେ । ରାଜନୀତିରେ ବଡ଼ ଦାୟିତ୍ୱ ତୁଲାଇବେ । ରହିଯାଇଥିବା କାମକୁ ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି। କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ ।
କୃତିକା – ନୂଆ ଜମି କ୍ରୟ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ
ବୃଷ-
କୃତିକା- ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତାପାଇବେ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ
ରୋହିଣୀ- କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ । ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ ।
ମୃଗଶିରା- ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ମୃଗଶିରା- ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ।
ଆଦ୍ରା - କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଟାନରେ କାମ କରିବାର ସୁଯୋଗ ପାଇବେ । ରାଜନୀତିରେ ଶତ୍ରୁଙ୍କ ସଖ୍ୟା ବଢିବ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ପୁନର୍ବସୁ - ପରିସ୍ଥିତିବଶତଃ ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । କୋର୍ଟର ରାୟ ଡେରି ହୋଇପାରେ ।ମାଲିମୋକଦ୍ଦମାରେ ସାମାନ୍ୟ ସଫଳତା ମିଳିବ । ମହିଳା ମାନଙ୍କ ଦିନ ଭଲରେ କଟିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ
କର୍କଟ-
ପୁନର୍ବସୁ- ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ଘରକୁ ବନ୍ଧୁ ଆସିପାରନ୍ତି କ୍ଷ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ କ୍ଷ କାରବାରରେ ଆପଣଙ୍କର ବହୁତ ଲାଭ ହେବ।
ପୁଷ୍ୟା- ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତିରୁ ସଫଳତା ହାସଲ କରିବେ । ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ । ଆଇନ ଛାତ୍ର ମାନେ ସମୟର ସଦୁପଯୋଗ କରନ୍ତୁ ।
ଅଶ୍ଲେଷା-- ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ । ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଘରକୁ ସଜାଡିବାରେ ବହୁତ ସମୟ ନେଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ
ମଘା – ରୋଗ ପୀଡା ପାଇଁ ଚିନ୍ତାରେ ରହିବେ । ବ୍ୟବସାୟରେ କ୍ଷତିରେ ପଡିପାରନ୍ତି । ଘରକାମରେ ଭାଇ-ଭଉଣୀ ମାନେ ସହଯୋଗ କରିବେ । ଆପଣଙ୍କୁ ରଚନାତ୍ମକ କାମରୁ ପ୍ରଶଂସା ମିଳିବ ।
ପୂ , ଫାଲଗୁନୀ - ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଶିକ୍ଷାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
ଉ ,ଫାଲଗୁନୀ – ଭୁସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ
କନ୍ୟା-
ଉ,ଫଳଗୁନି- ନିଜ ମନରେ ନୂଆ ନୂଆ ବିଚାର ଆସିପାରେ । ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି । ଶାରିରୀକ ଦୁର୍ବଳତା ଦେଖାଦେବ । ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି ।
ହସ୍ତା- ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ସରକାରୀ କାମରେ ସଫଳତା ପାଇବେ । ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ଚିତ୍ରା- ମାଲିମକନ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ
ତୁଳା -
ଚିତ୍ରା – ବନ୍ଧୁ ମାନଙ୍କ ସହିତ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମ କରିବେ ସେଥିରେ ସଫଳତା ହାସଲ କରିବେ । ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ ।
ସ୍ୱାତୀ – ବ୍ୟବସାୟରେ ଅନୁକୂଳ ବାତାବରଣ ଆସିବା ସହିତ ଧନ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ମହିଳା ମାନେ ତିରସ୍କୃତ ହୋଇପାରନ୍ତି ।
ବିଶାଖା – ଭଲ ସମ୍ପର୍କ ନ ଥିବା ଲୋକମାନେ ଅପପ୍ରଚାର କରିପାରନ୍ତି । ରାଜନୀତିରେ ସହାନୁଭୁତି ମିଳିବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ବାନ୍ଧବୀଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ଉଦର ରୋଗରେ ଆକ୍ରାନ୍ତ ହେବେ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ ।
ଅନୁରାଧା- ଦାମ୍ପତ୍ୟ ଜୀବନ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଛାତ୍ରି ମାନେ ପଢା ପଢିରେ ନିରନ୍ତର ମନ ଦେବେ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ ।
ଜ୍ୟେଷ୍ଠା- ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ
ଧନୁ
ମୂଳା – ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ହୋଇଯିବେ । ବନ୍ଧୁଗହଣରେ ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି । ଚାକିରୀ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବ । ଖାଦ୍ୟ, ପ୍ରତି ସଜାଗ ରୁହନ୍ତୁ ।
ପୂ , ଷାଢା – ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଅର୍ଜିତ ଧନ ଓ ମାନ ହରାଇବେ । ପିଲାମାନେ ସାଧାରଣ ଭାବେ ଉନ୍ନତି କରିବେ ।
ଉ , ଷାଢା – କୌଣସି ଘଟଣାରେ ସପୃକ୍ତ ହୋଇପାରନ୍ତି । ମହିଳା ମାନେ କୈାଣସି ଅଜଣା ବିପଦରେ ପଡି ପାରନ୍ତି । ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- କୈାଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । ରାଜନୀତିରେ ମନକାମନା ପୂରଣ ହେବ
ଶ୍ରବଣା- ରାଜନୀତିରେ ସାହାସିକ ପଦକ୍ଷେପ ନେଇ ଆଗକୁ ଅତିକ୍ରମ କରିବେ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ସାମାଜିକ କାର୍ୟ୍ୟରେ ଆପଣଙ୍କ ରୁଚି ବଢିବ ।
ଧନିଷ୍ଠା- କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ମହିଳା ମାନେ ମନରେ ନୂଆ ନୂଆ ବିଚାର ଆସିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ
ଧନିଷ୍ଠା – ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ । ଘର ଲୋକଙ୍କ ସାହାର୍ଯ୍ୟରେ ଅଧୁରା କାମ ପୂରା କରିବେ । କର୍ମକ୍ଷେତ୍ରରେ ବିଫଳତା ଦେଖା ଦେଇପାରେ । ହଠାତ କୈାଣସି ଖୁସି ଖବର ପାଇବେ ।
ଶତଭିଷା – ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ । କଥନଶୈଳୀକୁ ପରିବର୍ତ୍ତନ କରିପାରନ୍ତି । ବ୍ୟବସାୟରେ ଆୟ ବୃଦ୍ଧି କରିବେ । ପିଲାମାନେ କୃତିତ୍ୱ ଅର୍ଜନ କରିବେ ।
ପୂ , ଭାଦ୍ରପଦ – ସଭାସମିତିରେ ସୀମା ଭିତରେ ରହିବା ଭଲ ନତବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ଭୂମି ସମନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ । ମହିଳା ମାନେ ଦର୍ଶନାଭିଳାଷି ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ମନରେ ଦୁଶ୍ଚିନ୍ତା ବଢିବ । ପାରିବାରିକ ମାଙ୍ଗଳିକ କାର୍ୟ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ ।
ଉ,ଭାଦ୍ରପଦ- ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ ।
ରେବତୀ- ଜମିରେ ନିବେଶ ପାଇଁ ଶୁଭ ରହିବ । ମହିଳା ମାନେ ସୁଖି ରହିବେ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ । ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ
Today Panchang 19th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Hidma Gunned Down: ଅଧଘଣ୍ଟାର ଗୁଳି ବିନିମୟ ପରେ ଟଳିପଡିଲା ହିଡମା, ଆଗରୁ କରିଛି ବଡ଼ ବଡ଼ ମାଓ ହମଲା

Illegal Bangladeshis: ବେଆଇନ ବାଂଲାଦେଶୀଙ୍କୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ତଡାହେବେ ରାଜ୍ୟରୁ

CM Puts 9 Tasks: ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି, ଅଧିକ ଫିଲଡ ଭିଜିଟ୍ କରିବାକୁ ସିଏମ୍ ଦେଲେ ପରାମର୍ଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)