Advertisment

Road Blocked in Aiginia: ହୋର୍ଡିଂ ପଡ଼ି ୨ ମୃତ: NH ଅବରୋଧ, ଗାଡ଼ି ଚଳାଚଳ ଠପ୍

ରାଜଧାନୀରେ ହୋର୍ଡିଂ ପଡ଼ି ୨ ମୃତ୍ୟୁ ଘଟଣାରେ ରାସ୍ତାରୋକ। ଆଇଗିଣିଆରେ ରାସ୍ତା ଅବରୋଧ କଲେ ପରିବାର ଓ ଅଞ୍ଚଳବାସୀ। ଜାତୀୟ ରାଜପଥ ଅବରୋଧ, ଉଭୟ ପଟେ ଗାଡ଼ି ଚଳାଚଳ ଠପ୍।

author-image
Chinmayee Sahoo
Accidental Death

Accidental Death Photograph: (OTV)

ରାଜଧାନୀରେ ହୋର୍ଡିଂ ପଡ଼ି ୨ ମୃତ୍ୟୁ ଘଟଣାରେ ରାସ୍ତାରୋକ। ଆଇଗିଣିଆଠାରେ ଜାତୀୟ ରାଜପଥ ଅବରୋଧ କଲେ ପରିବାର ଓ ସ୍ଥାନୀୟ ବାସିନ୍ଦା। ଜାତୀୟ ରାଜପଥ ଅବରୋଧ ଯୋଗୁ ଉଭୟ ପଟେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଖଣ୍ଡଗିରି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Advertisment

ଗତକାଲି ବର୍ଷା ପବନରେ ହୋର୍ଡିଂ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ହେଲେ ସୁରେନ୍ଦ୍ର ଗୌଡ଼ ଓ ସଚିଦାନନ୍ଦ ପ୍ରଧାନ। ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଥିବା ହୋର୍ଡିଂ ବର୍ଷା ପବନରେ ଖସି ପଡ଼ିଥିଲା। ତଳେ ଥିବା ଦୋକାନରେ ଠିଆ ହୋଇଥିବା ଲୋକଙ୍କ ଉପରେ ଖସି ପଡ଼ିଥିଲା।

Road Block Accident
Advertisment
Related Articles
Advertisment