/odishatv-khabar/media/media_files/2026/02/25/vijay-deverakonda-and-rashmika-wedding-2026-02-25-13-51-21.jpg)
ଜମୁଛି ପ୍ରୀ-ୱେଡିଙ୍ଗ୍, ରଶ୍ମିକାଙ୍କୁ ଶାଶୁ ଦେଲେ ନିଆରା ଉପହାର Photograph: (OTV)
ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହ ଦିନ ପୂର୍ବରୁ, ପ୍ରଶଂସକମାନେ ସେମାନଙ୍କ ପ୍ରୀ-ୱେଡିଙ୍ଗ୍ ଉତ୍ସବକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଏହି ଦୁଇ ତାରକା ଫେବୃଆରୀ ୨୬ ତାରିଖ ବା ଗୁରୁବାର ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ସବୁଠାରୁ ଖାସ୍ କଥା ହେଲା, ବିବାହ ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ଉତ୍ସବରେ ଅନୁଷ୍ଠିତ ହେବ - ବିଜୟଙ୍କ ପରିବାରର ପରମ୍ପରା ଅନୁସାରେ ସକାଳେ ତେଲୁଗୁ ସମାରୋହ ଏବଂ ରଶ୍ମିକାଙ୍କ ପରିବାରର ପରମ୍ପରା ଅନୁସାରେ ସନ୍ଧ୍ୟାରେ କୋଡାଭା ସମାରୋହ ପାଳନ ହେବ।
My love's🤗❤️🫵
— THE RWDY🗿X (@TheDEVERA_fan) August 3, 2025
Vijay and Rashmika such a cutest couple 🫶
I'm now vibing for this😌✨@TheDeverakonda@iamRashmika#VijayDeverakonda#RashmikaMandannapic.twitter.com/pXFBGsQwlY
ତେବେ ପ୍ରି-ୱେଡିଂ ଉତ୍ସବରେ ବିଜୟ ଦେବରକୋଣ୍ଡାଙ୍କ ମାଆ ମାଧବୀ ଦେବରକୋଣ୍ଡା ପରମ୍ପରା ଅନୁଯାୟୀ ରଶ୍ମିକାଙ୍କୁ ପୂର୍ବପୁରୁଷର ଚୁଡ଼ି ଉପହାର ଦେଇଛନ୍ତି, ଯାହା ପରିବାର ପ୍ରତି ତାଙ୍କର ସ୍ୱୀକୃତି, ପ୍ରେମ ଏବଂ ପାରିବାରିକ ଐତିହ୍ୟର ପ୍ରତୀକ।
ସେମାନଙ୍କ ବିବାହକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି, କେବଳ ପରିବାର ଏବଂ ନିକଟତମ ବନ୍ଧୁମାନେ ଉପସ୍ଥିତ ରହିବେ; ଏପରିକି ଫିଲ୍ମ କଳାକାରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ।
Vijay Deverakonda & Rashmika WEDDING in Feb 2026 👏 pic.twitter.com/pFCggt2MiK
— Filmy South (@filmy_south_) October 4, 2025
ବିବାହ ପୂର୍ବରୁ, ଉଭୟ ପରିବାର ବହୁତ ମଜ୍ଜା ମସ୍ତି କରିଛନ୍ତି ଏବଂ ଏକ ପ୍ରି-ୱେଡିଂ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଯଦିଓ ବିବାହ ଦିନ କୌଣସି ଷ୍ଟାରମାନଙ୍କୁ ଦେଖିବାକୁ ମିଳିବ ନାହିଁ, ତେବେ ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦର ତାଜ କ୍ରିଷ୍ଣାରେ ଏକ ଦମଦାର ରିସେପ୍ସନ ପାର୍ଟି ହେବାର ଯୋଜନା ରହିଛି।
ଏହି ପାର୍ଟିରେ ସାଉଥ୍ ଏବଂ ବଲିଉଡର ଫିଲ୍ମ ଷ୍ଟାରମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପାଇଁ, ସେ ସୋସିଆଲ ମିଡିଆରେ ଏକ ନୋଟରେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ତାଙ୍କ ବିବାହକୁ "ବିରୋଶର ବିବାହ" ବୋଲି ନାଁ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)