Advertisment

Student Death Case: ପୋଡ଼ି ହୋଇ ଛାତ୍ର ମୃତ: ସ୍କୁଲ୍ ଆଗରେ ଧାରଣା

ନିଆଁରେ ପୋଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ତେଜନା। ନ୍ୟାୟ ଦାବି କରି ମୃତଦେହ ରଖି ଧାରଣାରେ ବସିଲେ ପରିବାର। ପାଇକଡାକୁଲଗୁଡ଼ା ଉନ୍ନୀତ ହାଇସ୍କୁଲ ସମ୍ମୁଖରେ ମୃତଦେହ ରଖି ଧାରଣା।

author-image
Chinmayee Sahoo
Student Death

Student Death Photograph: (OTV)

ରାୟଗଡ଼ା ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ର ନିଆଁରେ ପୋଡି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣାର ପ୍ରତିବାଦ । ଦୀର୍ଘ ୪୮ ଦିନର ସଂଘର୍ଷ ପରେ ଆଖିବୁଜିଛନ୍ତି ସପ୍ତମ ଶ୍ରେଣୀ ଛାତ୍ର ବିରେନ୍ ଟାକ୍ରି। ଚିକିତ୍ସାରେ ଅବହେଳାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ମୃତଦେହକୁ ବିଦ୍ୟାଳୟ ସମ୍ମୁଖରେ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଛି। ଗତ ଜାନୁୟାରୀ ୫ତାରିଖରେ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ସେହି ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଇଥିଲା । ଏହି ଘଟଣାରେ ୪ଜଣ ଛାତ୍ର ପୋଡି ଯାଇଥିବା ବେଳେ ଗୁରୁତର ହୋଇଥିଲେ ବୀରେନ୍। 

ଗୁରୁତର ଛାତ୍ରଙ୍କୁ ଏସସିବି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥଧାରେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି । ଧାରଣାସ୍ଥଳରେ ମୁନିଗୁଡା ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

Rayagada Student Death
Advertisment
Related Articles
Advertisment