/odishatv-khabar/media/media_files/2026/02/25/vigilance-raid-2026-02-25-13-25-34.jpg)
Vigilance Raid Photograph: (OTV)
ପୁଳାପୁଳା ଓ ଗଦାଗଦା ଟଙ୍କା। ଖଣି ଅଧିକାରୀଙ୍କ ଘରୁ ମିଳିଛି ଏକପ୍ରକାର ଟଙ୍କାର ଖଣି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ। ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା। କୋଟିଏ କି ଅଧେ ନୁହେଁ, ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ମିଳିଛି ୪ କୋଟିରୁ ଅଧିକ ନଗଦ କ୍ୟାସ୍।
ଦେବବ୍ରତଙ୍କ ଭୁବନେଶ୍ବରସ୍ଥିତ ବାସଭବନରୁ ରେଡ ବେଳେ ମିଳିଛି ଏହି ନଗଦ ଟଙ୍କା। ଖଣି ଅଧିକାରୀଙ୍କ ଫ୍ଲାଟରେ ଟ୍ରଲି ବ୍ୟାଗ୍ ଓ ଆଲମିରାରୁ ମିଳିଛି ଏସବୁ ଟଙ୍କା। ଏମିତିକି ତାଙ୍କ ଅଫିସରୁ ୧ ଲକ୍ଷ ୨୦ ହଜାର ଟଙ୍କା ବି ଜବତ ହୋଇଛି। ଏଥିସହ ୧୩୦ ଗ୍ରାମରୁ ଅଧିକ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।
ତେବେ କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ତାଙ୍କ ଚାକିରି କାଳରେ ଏମିତି କେତେ ଟଙ୍କା ଦରମା ପାଉଥିଲେ ଯେ, ଏତେ ଟଙ୍କା ଘୀରେ ଗଚ୍ଛିତ ରଖିଛନ୍ତି। ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ବାଭାବିକ।
ମାତ୍ର ୮ ହଜାର ଟଙ୍କାରେ ଦେବବ୍ରତଙ୍କ ସରକାରୀ ଚାକିରି ଆରମ୍ଭ ହୋଇଥିଲା। ୨୦୦୪ ମସିହାରେ ମାଇନିଂ ଅଫିସର ଭାବେ ବଲାଙ୍ଗିରରେ ଚାକିରି କରିଥିଲେ। ପରେ ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାରିପଦାରେ ମଧ୍ୟ ମାଇନିଂ ଅଫିସର ଭାବେ କାମ କରିଥିଲେ। ପରେ ବ୍ରହ୍ମପୁର ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଦେବବ୍ରତ।
ସେହିପରି ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ବର ହେଡକ୍ବାର୍ଟରରେ କାର୍ଯ୍ୟ କରିଛନ୍ତି। ୨୦୧୮ ମାର୍ଚ୍ଚରେ ସମ୍ବଲପୁରରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର ଭାବେ ପ୍ରମୋସନ ପାଇ ଜଏନ କରିଥିଲେ। ତାପରେ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଫୁଲବାଣୀରେ ଜଏନ କରିଥିଲେ। ଏହି ସମୟରେ ଫୁଲବାଣୀ, ବୌଦ୍ଧ, ନୟାଗଡ ଭଳି ଜିଲ୍ଲାର ତାଙ୍କୁ ଦାୟିତ୍ବ ମିଳିଥିଲା। ୨୦୨୬ରେ କଟକ ସର୍କଲରେ ଡେପୁଟି ଡାଇରେକଟର ଭାବେ ପଦୋନ୍ନତି ହୋଇଥିଲା।
ସୂଚନାଯୋଗ୍ୟ, ଗତକାଲି ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଜଣେ ଲାଇସେନସପ୍ରାପ୍ତ କୋଇଲା ଖଣି ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ଭିଜିଲାନ୍ସ ମାଡି ବସିଥିଲା। ଲାଞ୍ଚ ନେଇ ଧରା ପଡ଼ିବା ପରେ ଆରମ୍ଭ ହୋଇଥିଲା ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼। ସଂପୃକ୍ତ ଉପନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା। ଖଣି ଅଧିକାରୀ ଦେବବ୍ରତଙ୍କ ପୈତୃକ ଘର ଭଦ୍ରକ ମଠସାହି ଅଞ୍ଚଳର।
Foreign Notes Seized: ୧୯ ବିଦେଶୀ ନୋଟ୍ ଜବତ, କିଏ ସେହି ସନ୍ଦିଗ୍ଧ ଯୁବକ

OMC Awarded Golden Peacock: ଖଣି ଓ ଧାତୁ କ୍ଷେତ୍ରରେ ଶ୍ରେଷ୍ଠ: ଓଡ଼ିଶା ଖଣି ନିଗମକୁ ଗୋଲ୍ଡେନ୍ ପିକକ୍ HR ଏକ୍ସସିଲେନ୍ସ ଆୱାର୍ଡ୍

Nabarangpur: ଏବେ ବି ବଞ୍ଚି ରହିଛି ମଧ୍ୟଯୁଗୀୟ ପରମ୍ପରା! ବାପାଙ୍କୁ ମିଳିଲାନି ‘ଚାରି କାନ୍ଧ’

Heavy Rain Alert: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)