Advertisment

'Pakistan PM Shehbaz Sharif would have died': ସଠିକ୍ ସ୍ଥାନରେ ଆକ୍ରମଣ କରିଥିଲା ଭାରତ, ବଞ୍ଚିନଥାନ୍ତେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ

ଅପରେସନ ସିନ୍ଦୂରକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଭାରତ ସହ ଯୁଦ୍ଧ ରୋକିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୁହାରି କରିଥିଲେ। ମୋ ହସ୍ତକ୍ଷେପ ଯୋଗୁଁ ଯୁଦ୍ଧ ଟଳିଥିଲା।

author-image
Chinmayee Sahoo
Donald Trump

Donald Trump Photograph: (OTV)

ଯୁଦ୍ଧ ରୋକି ନଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବଞ୍ଚି ନ ଥାଆନ୍ତେ। ଅପରେସନ ସିନ୍ଦୂରକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। କହିଛନ୍ତି ଭାରତ ସହ ଯୁଦ୍ଧ ରୋକିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁହାରି କରିଥିଲେ। ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୋଇଥାନ୍ତା। ଏହାକୁ ମୁଁ ରୋକିଲି ବୋଲି କହିଛନ୍ତି ଟ୍ରମ୍ପ। 

Advertisment

ଯୁଦ୍ଧ ରୋକି ନଥିଲେ ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ବଞ୍ଚି ନଥାଆନ୍ତେ। ଯୁଦ୍ଧରେ ସାଢ଼େ ୩ କୋଟି ଲୋକଙ୍କ ମୃତ୍ୟୁ ହୋଇଥାଆନ୍ତା କହିଥିଲେ ସରିଫ୍। ମୋ ହସ୍ତକ୍ଷେପ ଯୋଗୁଁ ଏହା ଟଳିଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତର କାର୍ଯ୍ୟାନୁଷ୍ଠାନରେ ୨୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

ମେ ୯ ଓ ୧୦ ତାରିଖ ରାତି ଭାରତୀୟ ସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ଥିଲା। ପାକିସ୍ତାନର ଅନେକ ରଣନୈତିକ ସ୍ଥାନ ଉପରେ ସଠିକ୍ ଆକ୍ରମଣ କରାଯାଇଥିଲା। ରାଡିକି, ମୁରିଦକେ, ଚକଲାଲା, ରହିମ ୟାର ଖାନ, ସକର, ଚୁନିଆନ, ପସରୁର ଏବଂ ସିଆଲକୋଟରେ ଥିବା ରାଡାର ଷ୍ଟେସନ, କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ ସେଣ୍ଟର ଏବଂ ଗୋଳାବାରୁଦ ଡିପୋ ଗୁରୁତର ଭାବରେ ଧ୍ୱଂସ ହୋଇଥିଲା। 

Advertisment

ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ଥରି ଉଠିଥିଲା। ଭୟର ପରିବେଶ ଏପରି ଥିଲା ଯେ ଶେହବାଜ ସରିଫ ଅନ୍ତର୍ଜାତୀୟ ସାହାଯ୍ୟ ପାଇଁ ଅପିଲ କରିଥିଲେ।

Donald Trump American President Donald Trump
Advertisment
Related Articles
Advertisment