Advertisment

Power Cut During Surgery at MKCG: ବଡ଼ ମେଡିକାଲରେ ବଡ଼ ବିଭ୍ରାଟ; ଅନ୍ଧାରରେ ଅପରେସନ୍, ରୋଗୀ ହଟହଟା

ବେଡରେ ରୋଗୀକୁ ଶୁଆଇ ହାତରେ ସରଞ୍ଜାମ ଧରି ଅପରେସନ କରୁଥିଲେ ଡାକ୍ତର। ଠିକ୍ ଏତିକି ବେଳେ କଟିଲା ଲାଇନ୍ ଆଉ କିଟି କିଟି ଅନ୍ଧାର ହୋଇଗଲା ପୂରା ଓଟି। ହଟହଟା ହେଲେ ରୋଗୀ।

author-image
Chinmayee Sahoo
Blackout In MKCG

Blackout In MKCG Photograph: (OTV)

ବେଡରେ ରୋଗୀକୁ ଶୁଆଇ ହାତରେ ସରଞ୍ଜାମ ଧରି ଅପରେସନ କରୁଥିଲେ ଡାକ୍ତର। ଠିକ୍ ଏତିକି ବେଳେ କଟିଲା ଲାଇନ୍ ଆଉ କିଟି କିଟି ଅନ୍ଧାର ହୋଇଗଲା ପୂରା ଓଟି। ହଟହଟା ହେଲେ ରୋଗୀ। ନାକେଦମ ହେଲେ ଡାକ୍ତର। ତା’ ପରେ ହାତରେ ମୋ‍ବାଇଲ ଟର୍ଚ୍ଚ ମାରି ରୋଗୀ ଦେଖିଲେ। ଏ ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ଥିବା ହସ୍ପିଟାଲରେ ଘଟି ନାହିଁ। ବରଂ ଓଡିଶାର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଘଟିଛି। ଦକ୍ଷିଣ ଓଡ଼ିଶାର ଚିକିତ୍ସାର ହାର୍ଟ କୁହାଯାଉଥିବା ଏମକେସିଜି ତଥା ବ୍ରହ୍ମପୁର ବଡ଼ ମେଡିକାଲ କଲେଜରୁ ଏହି ଘଟଣା ସାମନାକୁ ଆସିଛି। 

Advertisment

ବ୍ରହ୍ମପୁର ବଡ଼ ମେଡିକାଲ। ଦକ୍ଷିଣ ଓଡ଼ିଶାର ପ୍ରାୟ ଅଧାରୁ ଅଧିକାଂଶ ଲୋକେ ଏହା ଉପରେ ନିର୍ଭର କରନ୍ତି। ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଲେ ରୋଗୀ ଧାଇଁ ଆସନ୍ତି ଏଠାକୁ। 
ରାୟଗଡା ଜିଲ୍ଲା ପଦ୍ମପୁରର ଅଞ୍ଚଳର ଜଣେ ରୋଗୀ ଏଠାକୁ ଆସିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୧୦ଟା। ଅସ୍ତ୍ରୋପଚାର ପାଇଁ ତାଙ୍କୁ ଓଟିକୁ ନିଆଯାଇଥିଲା।

ଚାଲିଥିଲା ଅପରେସନ୍ ଠିକ୍ ଏତିକି ବେଳେ କଟିଯାଇଥିଲା ବିଦ୍ୟୁତ୍। ବିକଳ୍ପ ଭାବେ ଓଟିରେ ଲାଗିଥିବା ୟୁପିଏସ୍‌ ବି କାମ କରିନଥିଲା। ପରେ ଜେନେରେଟରରୁ ସର୍ଜରୀ କୋଠାକୁ ବିଦ୍ୟୁତ ଆସିଥିଲା ସତ, କିନ୍ତୁ ଅପରେସନ ଗୃହ ଯାଏଁ ପହଞ୍ଚି ନଥିଲା। ଫଳରେ କିଛି ସମୟ ପାଇଁ ପୂରା ଅନ୍ଧାର ହୋଇଯାଇଥିଲା ଓଟି। 

Advertisment

ୟୁପିଏସ୍‌ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନଥିବାରୁ ଏହି ବିଦ୍ୟୁତ ବିଭ୍ରାଟ ହୋଇଥିବା କୁହାଯାଉଛି। ଯାହା ରରକ୍ଷଣାବେକ୍ଷଣ ଦାୟିତ୍ବ MKCG ଜିଇଡ଼ି ବିଭାଗର। ତେବେ ଏ ସଂପର୍କରେ ଜିଇଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ବିଦ୍ୟୁତ ବିଭ୍ରାଟ କଥାକୁ ସ୍ବୀକାର କରିଛନ୍ତି MKCG ସୁପରିଣ୍ଟେଣ୍ଡେଣ୍ଟ।

ପ୍ରଶ୍ନ ଉଠୁଛି ଏମକେସିଜି ଭଳି ଏତେ ବଡ଼ ହସ୍ପିଟାଲରେ ଏ ଅବ୍ୟବସ୍ଥା କାହିଁକି। ବ୍ୟାକଅପ ସିଷ୍ଟମ କାହିଁକି କରାଯାଇନଥିଲା। ଏମିତି କିଛି ସ୍ଥିତି ହୋଇପାରେ ବୋଲି କାହିଁକି ପୂର୍ବରୁ ଭାବି ନଥିଲେ କର୍ତ୍ତୃପକ୍ଷ। ସରକାର ଏସ୍‌ସିବି ଭଳି ଏମକେସିଜିକୁ ଏମ ପ୍ଲସ ହସ୍ପିଟାଲ କରିବାକୁ ଯୋଜନା ରଖିଛନ୍ତି। ଯଦି ସେଠାରେ ଏଭଳି ଗୁରୁତର ଘଟଣା ଘଟିବ ତାହା ହେଲେ ରୋଗୀ କାହା ଭରସାରେ ସେଠାକୁ ଯିବେ।

MKCG Hospital Negligence
Advertisment
Related Articles
Advertisment