Advertisment

Odisha: ମହଙ୍ଗା ପଡ଼ିଲା ସାପ ସଉକ୍

ମହଙ୍ଗା ପଡ଼ିଲା ସାପ ସଉକ୍ । ବେକରେ ସାପ ଧରି ବୁଲିବା ବେଳେ ଚୋଟ ଖାଇଲେ ଯୁବକ । ସେ ଏକ ବିରଳ ରଙ୍ଗୀନ ସାପକୁ ବେକରେ ଗୁଡ଼ାଇ ବୁଲୁଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତକୁ ସାପଟି କାମୁଡି ଦେଇଥିଲା ।

author-image
Sujit kumar Swain
Snake Byte

Snake Byte Photograph: (OTV)

ମହଙ୍ଗା ପଡ଼ିଲା ସାପ ସଉକ୍ । ବେକରେ ସାପ ଧରି ବୁଲିବା ବେଳେ ଚୋଟ ଖାଇଲେ ଯୁବକ । ଏପରି ଏକ  ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଘଟିଛି । ଗୁରୁତର ଯୁବକ ହେଲେ ସୁବଳ ସାହୁ । 

Advertisment

ସୁବଳ ଏକ ବିରଳ ରଙ୍ଗୀନ ସାପକୁ ବେକରେ ଗୁଡ଼ାଇ ବୁଲୁଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତକୁ ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି । ସାପଟିକୁ ଚିହ୍ନଟ ପାଇଁ ଡାକ୍ତରଖାନାକୁ ମଧ୍ୟ ଅଣାଯାଇଥିଲା । ହେଲେ ଡାକ୍ତରମାନେ ସାପଟିକୁ ଚିହ୍ନି ପାରିନଥିଲେ । 

ପରେ ସ୍ନେହ ହେଲପଲାଇନର ସଦସ୍ୟ ପହଞ୍ଚି ତାହା ଅଲବିନୋ ରଣା ସାପ ବୋଲି ଚିହ୍ନଟ କରିଥିଲେ । ଅନ୍ତର୍ଜାତୀୟ ବଜାରରେ ଏହି ସାପର ଅଧିକ ଚାହିଦା ରହିଥିବା ସୂଚନା ମିଳିଛି । ତେବେ ସାପଟି ବର୍ତ୍ତମାନେ କେଉଁଠି ତାର ସ୍ପଷ୍ଟ ସୂଚନା ମିଳିପାରୁନି । ଯେଉଁ ଡବାରେ ସାପଟିକୁ ରଖାଯାଇଥିଲା ସେଠାରେ ସାପଟି ନଥିବା ଜଣାପଡ଼ିଛି । ସାପଟି କେଉଁଠୁ ଆସିଲା ଏବଂ ଏବେ କେଉଁଠି ଅଛି ତାର ତଦନ୍ତ କରିବାକୁ ଦାବି ହୋଇଛି ।

Advertisment
Odisha otv Snake
Advertisment
Related Articles
Advertisment