/odishatv-khabar/media/media_files/2026/01/07/bangladesh-2026-01-07-12-29-17.jpg)
Bangladesh Photograph: (OTV)
ପୁଣି ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ। ନାଓଗାଁ ମହାଦେବପୁରରେ ପୁଣି ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ହୋଇଛି। ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଚୋରି କରିବା ଅଭିଯୋଗରେ ଗୋଡାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ। ଯାହା ପରେ ତାଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ପୋଖରୀକୁ ଡେଇଁ ପଡିଥିବା ମିଥୁନ ସରକାରଙ୍କ ମୃତ୍ୟୁ ହୋଇଛି। ପୋଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ଦେଶରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ଚାଲିଥିବା ହିଂସାତ୍ମକ ଆକ୍ରମଣକୁ ଆହୁରି ତୀବ୍ର କରିଛି।
ମୃତକଙ୍କ ନାମ ମିଥୁନ ସରକାର ବୋଲି ଚିହ୍ନଟ କରାଯାଇଛି। ନାଓଗାଓଁ ପୋଲିସ ଅଧୀକ୍ଷକ ମହମ୍ମଦ ତାରିକୁଲ ଇସଲାମଙ୍କ ଅନୁଯାୟୀ, “ମିଥୁନଙ୍କୁ ଚୋରି ଅଭିଯୋଗରେ କିଛି ଲୋକ ତାଙ୍କୁ ପିଛା କରିଥିଲେ। ସେ ଭିଡ଼ରୁ ଖସି ପଳାଇବା ସମୟରେ ପାଣିକୁ ଡେଇଁ ପଡ଼ିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ଅଗ୍ନିଶମ ସେବାର ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ୍ ଯାଞ୍ଚ କରାଯାଉଛି ଏବଂ ଘଟଣାର ତଦନ୍ତ ଚାଲିଛି," ଏସପି କହିଛନ୍ତି।
୨୦୨୫ ଡିସେମ୍ବରରେ ବାଂଲାଦେଶର ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ବଢ଼ୁଥିବା ଅଶାନ୍ତି ମଧ୍ୟରେ ଏହି ଘଟଣା ଘଟିଛି। ଡିସେମ୍ବର ୧୮ ତାରିଖରେ ପ୍ରଥମ ଥର ପାଇଁ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଫେଟ୍ ମହମ୍ମଦଙ୍କୁ ନିନ୍ଦା କରିବା ଅଭିଯୋଗରେ ଏକ ଭିଡ଼ ହତ୍ୟା କରିଥିଲା, ଯାହା ପରେ ମିଥ୍ୟା ବୋଲି ଜଣାପଡ଼ିଥିଲା। ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା।
୨୪ ତାରିଖରେ, ରାଜବାରୀ ଜିଲ୍ଲାର ପାଙ୍ଗସା ଉପଜିଲାରେ ଅମ୍ରିତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଦାବିରେ ପିଟିପିଟି ହତ୍ୟା କରାଯାଇଥିଲା। ଆଉ ଏକ ଘଟଣାରେ ଖୋକନ ଚନ୍ଦ୍ର ଦାସ (୫୦)ଙ୍କ ଉପରେ ନିର୍ମମ ଆକ୍ରମଣ ହୋଇଥିଲା।
ଅନ୍ୟ ଏକ ଘଟଣାରେ, ନରସିଙ୍ଗଡି ସହରରେ ଜଣେ ଗ୍ରୋସରୀ ଦୋକାନ ମାଲିକ ମୋନି ଚକ୍ରବର୍ତ୍ତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପଲାଶ ଉପଜିଲ୍ଲାର ଚରସିନ୍ଧୁର ବଜାରରେ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା।
ସେହି ଦିନ, ଜେସୋର ଜିଲ୍ଲାର କପାଲିଆ ବଜାରରେ ଅନ୍ୟ ଜଣେ ହିନ୍ଦୁ ବ୍ୟବସାୟୀ ରାଣା ପ୍ରତାପ ବୈରାଗୀ (୩୮), ଯିଏ ଏକ ସ୍ଥାନୀୟ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ, ତାଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ମୁଣ୍ଡରେ ଗୁଳି କରି ହତ୍ୟା କରିଥିଲେ।
କ୍ରମାଗତ ଘଟଣାଗୁଡ଼ିକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଭୟ ଏବଂ ଚିନ୍ତା ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)