Advertisment

Crocodile Census: କାଲିଠୁ ଭିତରକନିକା ବନ୍ଦ

କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ୩ଦିନ ବନ୍ଦ ରହିବ ଭିତରକନିକା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା।  ଆଜି ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି

author-image
Sujit kumar Swain
Crocodile Census

Crocodile Census Photograph: (OTV)

କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ୩ଦିନ ବନ୍ଦ ରହିବ ଭିତରକନିକା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା। 
୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ନଦୀ, ନାଳମାନଙ୍କରେ ବଉଳା କୁମ୍ଭୀର ଗଣନା କରାଯିବ। ସେଥିପାଇଁ ଆଜି ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପରେ ସେମାନେ ଆସନ୍ତାକାଲିଠାରୁ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ। 

Advertisment

ଏହି ସମୟରେ ନଦୀରେ ବୋଟ ଚଳାଚଳ କଲେ ଗଣନାରେ ବାଧା ସୃଷ୍ଟି ହେବା କାରଣରୁ ପର୍ଯ୍ୟଟକଙ୍କୁ ଭିତରକନିକାକୁ ପ୍ରବେଶ ଅନୁମତି ନ ଥାଏ। ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନରେ କୁମ୍ଭୀର ଗଣନା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର କହିଛନ୍ତି, ଆସନ୍ତା ୮ରୁ ଆମର ସର୍ଭେ ହେବ । ଏହାପରେ ମିଳିଥିବା ତଥ୍ୟକୁ ସମୀକ୍ଷା କରି ତାହାକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବୁ। 

Advertisment

ସୂଚନାଯୋଗ୍ୟ ଏବେ ପର୍ଯ୍ୟଟନ ଋତୁରେ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭିତରକନିକାକୁ ବୁଲିବାକୁ ଆସୁଛନ୍ତି। ମାତ୍ର ଆସନ୍ତାକାଲିଠୁ ଭିତରକନିକା ୩ ଦିନ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ହେବା ନେଇ ଘୋଷଣା ହେବା ପରଠୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି।  

Advertisment
Related Articles
Advertisment