Advertisment

Rani Duduma Waterfall Turns Crowd-Puller: ପର୍ଯ୍ୟଟକଙ୍କ ପାଇଁ ଆର୍କଷଣ ପାଲଟିଛି ରାଣୀ ଡୁଡୁମା ଜଳପ୍ରପାତ, ମନମୋହୁଛି ପ୍ରକୃତିରାଣୀର ଶୋଭା

ବଣ ଜଙ୍ଗଲଘେରା ପରିବେଶ। ଏହାରି ଭିତରେ ଦେଖିବାକୁ ମିଳେ ସୁନ୍ଦର ଏକ ଜଳପ୍ରପାତ। ଏଠାକାର ଶାନ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ  ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଭଳି ଏକ ପର୍ଯ୍ୟଟନସ୍ଥଳୀ ରହିଛି କୋରାପୁଟରେ ।

author-image
Tapan Swain
Rani-Duduma

Rani-Duduma Photograph: (OTV)

ବଣ ଜଙ୍ଗଲଘେରା ପରିବେଶ। ଏହାରି ଭିତରେ ଦେଖିବାକୁ ମିଳେ ସୁନ୍ଦର ଏକ ଜଳପ୍ରପାତ। ଏଠାକାର ଶାନ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ  ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଭଳି ଏକ ପର୍ଯ୍ୟଟନସ୍ଥଳୀ ରହିଛି କୋରାପୁଟରେ। ନାଁ ରହିଛି ରାଣୀ ଡୁଡୁମା।

Advertisment

ଜଳପ୍ରପାତ ଉପରୁ ପାଣି ପଡ଼ୁଥିବା ବେଳେ ପ୍ରକୃତିର ସୋନ୍ଦର୍ଯ୍ୟ ଭାଷାରେ ବର୍ଣ୍ଣନା କରିବା କଷ୍ଟ । ଏହି ସୈନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଏଠାକୁ ଟାଣି ଆଣୁଛି । ଆଉ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟି କୋରାପୁଟ ଜିଲ୍ଲା ନନ୍ଦପୁରର ଏହି ପର୍ଯ୍ୟଟସ୍ଥଳୀ।  ଦୈନିକ ହଜାର ହଜାର ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ରାଣୀ ଡୁଡୁମାକୁ ଆସୁଛନ୍ତି। 

ଏବେ ପିକନିକ ଋତୁ ଚାଲିଥିବାରୁ ରାଣୀଡୁଡୁମା ପାଲଟିଛି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ। ଜଳପ୍ରପାତର ଦୃଶ୍ୟ ଉପଭୋଗ ସହ ଏଠି ବଣ ଭୋଜି ଓ ନାଚ ଗୀତ କରି ମଉଜ କରିଥାନ୍ତି ପର୍ଯ୍ୟଟକ। ତେବେ କେବଳ ରାଣୀ ଡୁଡୁମା ନୁହେଁ ନନ୍ଦପୁରରେ ରହିଛି କିମ୍ବଦନ୍ତୀ ବତ୍ରିଶ ସିଂହାସନ, ସର୍ବେଶ୍ଵର ମନ୍ଦିର, ଭୈରବ ମନ୍ଦିର, ହାତୀ ପଥର ଓ ଗୋଟିଏ ପଥରେ ଗଢା ବିରାଟକାୟ ଗଣେଶ ମୂର୍ତ୍ତି।

Advertisment

ଏମିତି ରହିଛି କିମ୍ୱଦନ୍ତୀ

ଏପଟେ ନନ୍ଦପୁର ଓ ଏହି ରାଣୀ ଡୁଡୁମା ପ୍ରସିଦ୍ଧ ଜଳପ୍ରପାତକୁ ନେଇ ଏକ ରୋଚକ କିମ୍ୱଦନ୍ତୀ ମଧ୍ୟ ଅଛି । ବିନାୟକ ଦେବ ବିଶ୍ୱନାଥଙ୍କ ସ୍ୱପ୍ନାଦେଶ ପାଇ ଏଠାକୁ ଆସି ରାଜକନ୍ୟାଙ୍କୁ ବିବାହ କରିଥିଲେ । ତା ପରେ ରାଜତ୍ୱ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ବିରୋଧ କରିଥିଲେ କିଛି ଲୋକ । ଏପରିକି ତାଙ୍କ ଦୁଇଶିଶୁଙ୍କୁ ମାରିବାକୁ ମଧ୍ୟ ଉଦ୍ୟମ ହୋଇଥିଲା । କିନ୍ତୁ ପରେ ତାହା କିମ୍ୱଦନ୍ତୀ ପାଲଟିଗଲା । … କିନ୍ତୁ କିଛି ବର୍ଷ ପରେ ରଜା ଝିଅ ସେଇଠି ପାହାଡ଼ ତଳକୁ ଖସିପଡି ପ୍ରାଣ ହରାଇଥିଲେ । 

Tourism Rani Duduma
Advertisment
Related Articles
Advertisment