/odishatv-khabar/media/media_files/2025/12/24/baripada-deforestation-2025-12-24-14-34-20.jpg)
Baripada Deforestation Photograph: (OTV)
ଗର୍ଜନ କରୁଛି ମେସିନ୍। ମେସିନ ମାଡ଼ରେ ବିରାଟ ବିରାଟ ଗଛ ହୋଇଯାଇଛି ଧରାଶାୟୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ପାଲବଣିରେ। ଯେଉଁଠି ଦିନେ ସୁନ୍ଦର, ଶାନ୍ତ ସବୁଜିମାରେ ଭରା ଜଂଗଲ ଥିଲା। ଆକାଶକୁ ଲମ୍ବିଥିଲା ବିରାଟ ବିରାଟ ଗଛ, କିନ୍ତୁ ଆଜି ତାହା ପୂରା ସଫା। ଜାତୀୟ ରାଜପଥ କଡ଼ରେ ୨୦୧୪ ମସିହାରେ ଅର୍ବାନ ଜଂଗଲ ନାଁରେ ଲଗାଯାଇଥିଲା ଶହ ଶହ ଗଛ। ହେଲେ ଆଜି ବସଷ୍ଟାଣ୍ଡ ତିଆରି ହେବ ବୋଲି ସବୁକିଛି କାଟି ପଦା କରି ଦିଆଯାଇଛି। ମୋଟ ୧୭୯୮ ଗଛକୁ ଦୁଇ ଦିନ ଭିତରେ କାଟି ଦେଇଛି ପ୍ରଶାସନ। ଖରାଦିନେ ଉତ୍ତପ୍ତ ସହର ଲିଷ୍ଟରେ ବାରିପଦା ଶୀର୍ଷରେ ରହୁଥିବାରୁ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳବାସୀ।
ହେଲେ ବାରିପଦା ଡିଏଫଓଙ୍କ ସରକାରୀ ଚିଠି ବୟାନ କରୁଛି ୧୭୯୮ଟି ଗଛ କଟାଯିବା ପାଇଁ ଚୟନ ହୋଇଛି। ହେଲେ ସେପଟେ ପରିବେଶ କର୍ମୀ କହିଛନ୍ତି ଏଭଳି କେବେ ହେଲେ କରିବା କଥା ନୁହେଁ। ଅନ୍ୟପଟେ ଆରସିସିଏଫ କହିଛନ୍ତି ଏହି ଜଙ୍ଗଲ ଅଣ ଜଙ୍ଗଲ କିସମର ଥିଲା ସେଥିପାଇଁ କଟା ହେଲା। ଆଗକୁ ଅନ୍ୟ ସ୍ଥାନରେ ଗଛ ଲଗାଯିବ।
ISBT ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉତ୍ତମ ଗମନାଗମନ ଓ ଯୋଗାଯୋଗ ହୋଇପାରୁଥିବା ସ୍ଥାନଟିଏ ଦରକାର ଥିଲା ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ବାରିପଦାରେ ସେପରି ସ୍ଥାନ ସବୁ ଜଙ୍ଗଲ ଜମି କିସମର ଥିଲା। ଯେଉଁଠାରେ ନିର୍ମାଣ କରିବା ଅସମ୍ଭବ। ତେଣୁ ପାଲବଣିରେ ଥିବା ଏହି ରାଜସ୍ୱ ଜମିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚିହ୍ନିତ ହୋଇଥିଲା। ବସଷ୍ଟାଣ୍ଡ ପାଇଁ ବର୍ତ୍ତମାନ ୧୭୯୮ ଗଛ କଟାଯାଉଥିଲେ ମଧ୍ୟ ଆଗକୁ ନିୟମ ଅନୁସାରେ ଏହାର ଦୁଇ ଗୁଣ ଗଛ ଲଗାଯିବ ବୋଲି ବୋଲି କହିଛନ୍ତି ଜିଲ୍ଲାପାଳ।
Gold, Silver Price Today:ସବୁ ରେକର୍ଡ ଭାଙ୍ଗିଲା ସୁନା, ରୁପା ଦର! ଗୋଟିଏ ଦିନରେ ରୁପା ବଢିଲା ୧୦ ହଜାର

Police Search for Cat Killer: ବିଲେଇକୁ ହତ୍ୟା, ତଦନ୍ତ କରୁଛି ପୋଲିସ

Indian Woman Murdered In Canada: ଯୁବତୀଙ୍କୁ ହତ୍ୟା, ପ୍ରେମିକ ଅବଦୁଲ ଗଫୁରିକୁ ଖୋଜୁଛି ପୁଲିସ୍

Big Charge Against Yunus Regime: ଓସମାନ ହାଦିଙ୍କୁ ମାରିଛି ୟୁନୁସ୍ ସରକାର! ଛାତ୍ରନେତାଙ୍କ ଭାଇ କଲେ ଚାଞ୍ଚଲ୍ୟକର ଖୁଲାସା, ଆଣିଲେ ସଙ୍ଗୀନ ଅଭିଯୋଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)