/odishatv-khabar/media/media_files/2025/12/24/murder-case-2025-12-24-13-08-49.jpg)
Murder Case Photograph: (OTV)
ଟୋରଣ୍ଟୋରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଖବର ସାମନାକୁ ଆସିଛି। ଯୁବତୀ ଜଣକ ହେଉଛନ୍ତି ହିମାଂଶୀ ଖୁରାନା। ଏ ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଟୋରଣ୍ଟୋରେ ଥିବା ଭାରତୀୟ ଦୂତାବାସ ଗଭୀର ଦୁଃଖ ପ୍ରକାଶ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଦୂତାବାସ କହିଛି ଯେ "ଟୋରଣ୍ଟୋରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବତୀ ହିମାଂଶୀ ଖୁରାନାଙ୍କ ହତ୍ୟାରେ ଗଭୀର ଭାବରେ ଦୁଃଖିତ ଏବଂ ମର୍ମାହତ। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା।"
ଟୋରଣ୍ଟୋରେ ଥିବା ଭାରତୀୟ ଦୂତାବାସ ଗତ କିଛି ଦିନ ଧରି ଏହି ମାମଲା ଉପରେ ନଜର ରଖିଛି। ଦୂତାବାସ କହିଛି ଯେ ତଦନ୍ତ ଚାଲିଥିବା ବେଳେ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ଟୋରଣ୍ଟୋ ପୋଲିସ ଦ୍ୱାରା ସୂଚନା ଦିଆଯାଇଛି ଯେ ସହରରେ ଜଣେ ୩୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ ଯୁବତୀଙ୍କ ପ୍ରେମିକ ଅବଦୁଲ ଗଫୁରିକୁ ପୂରା କାନାଡାରେ ଖୋଜା ଚାଲିଛି।।
ପୋଲିସ୍ ଟୋରଣ୍ଟୋର ଅବଦୁଲ ଗଫୁରି (୩୨) ଙ୍କ ବିରୋଧରେ ପୁରା କାନାଡାରେ ଗିରଫ ୱାରେଣ୍ଟ ଜାରି କରିଛି। ଟୋରଣ୍ଟୋ ପୋଲିସ କହିଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ପାଇବା ପରେ ଅଧିକାରୀମାନଙ୍କୁ ପ୍ରଥମେ ସତର୍କ କରାଯାଇଥିଲା। "ଶୁକ୍ରବାର, ଡିସେମ୍ବର ୧୯ ତାରିଖ ରାତି ପ୍ରାୟ ୧୦ଟା ୪୧ ସମୟରେ, ପୋଲିସ ପାଖକୁ ଆହାନାଙ୍କ ନିଘୋଜ ନେଇ ଘବର ଯାଇଥିଲା। ୨୦ ଡିସେମ୍ବର ସକାଳ ପ୍ରାୟ ୬ଟା ୩୦ ସମୟରେ ଏକ ଘର ଭିତରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହା ହତ୍ୟା ବୋଲି ନିଶ୍ଚିତ ହୋଇଥିଲା। ପୀଡିତା ଏବଂ ସନ୍ଦିଗ୍ଧ ବ୍ୟକ୍ତି ଗଫୁରି ପରସ୍ପରକୁ ଜାଣିଥିଲେ। ଗଫୁରିଙ୍କ ସମ୍ପୃକ୍ତି ସତ ପ୍ରମାଣିତ ହେଲେ ପାରୋଲ ବିନା ଆଜୀବନ କାରାଦଣ୍ଡ ହୋଇପାରେ।
Big Charge Against Yunus Regime: ଓସମାନ ହାଦିଙ୍କୁ ମାରିଛି ୟୁନୁସ୍ ସରକାର! ଛାତ୍ରନେତାଙ୍କ ଭାଇ କଲେ ଚାଞ୍ଚଲ୍ୟକର ଖୁଲାସା, ଆଣିଲେ ସଙ୍ଗୀନ ଅଭିଯୋଗ

Turkey Plane Crash: ବିମାନ ଦୁର୍ଘଟଣା; ୪ ସୈନ୍ୟ ଅଧିକାରୀଙ୍କ ସହ ଆର୍ମି ଚିଫ୍ ମୃତ

Rape And Murder Allegation: ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା; ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ ଜାରି

BlueBird Block-2 mission: ଇତିହାସ ରଚିଲା ଇସ୍ରୋ; ମହାକାଶ ଗଲା ବ୍ଲୁ ବର୍ଡ ବ୍ଲକ-2

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)