Advertisment

Big Charge Against Yunus Regime: ଓସମାନ ହାଦିଙ୍କୁ ମାରିଛି ୟୁନୁସ୍ ସରକାର! ଛାତ୍ରନେତାଙ୍କ ଭାଇ କଲେ ଚାଞ୍ଚଲ୍ୟକର ଖୁଲାସା, ଆଣିଲେ ସଙ୍ଗୀନ ଅଭିଯୋଗ

ୟୁନୁସ ଶାସନ ବିରୋଧରେ ଓସମାନ ହାଦିଙ୍କ ଭାଇ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, “ନିର୍ବାଚନ ବାଧା ସୃଷ୍ଟି କରିବା ପାଇଁ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା।”

author-image
Chinmayee Sahoo
Big Charge Against Yunus Regime

Big Charge Against Yunus Regime Photograph: (OTV)

ଜଳୁଛି ବାଂଲାଦେଶ। ସବୁଠି ଭୟଙ୍କର ସ୍ଥିତି। ପୋଡାଜଳା, ଭଙ୍ଗାରୁଜା ଆଉ ଲୁଟପାଟ। ରାଜଧାନୀ ଢାକାରୁ ଆରମ୍ଭ କରି ସାରା ବାଂଲାଦେଶରେ ଉଗ୍ର ରୂପ ନେଉଛି ହିଂସାତ୍ମକ ଆନ୍ଦୋଳନ। ଯୁବ ଛାତ୍ର ନେତା ସରିଫ୍‌ ଓସ୍‌ମାନ ହାଦିର ହତ୍ୟା ପରେ ତାତିଛନ୍ତି ସମର୍ଥକ। ରାସ୍ତାକୁ ଓହ୍ଲାଇ ପୋଡାଜଳା କରୁଛନ୍ତି ହଜାର ହଜାର ଲୋକେ। ବିକ୍ଷୋଭକାରୀଙ୍କ ଟାର୍ଗେଟ ହେଉଛନ୍ତି ନିରୀହ ହିନ୍ଦୁ। ବିକ୍ଷୋଭକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ଭାରତ ବିରୋଧୀ ନାରା ଦେଉଛନ୍ତି।

Advertisment

ଏହାରି ମଧ୍ୟରେ ଇନକିଲାବ ମଞ୍ଚ ମୁଖପାତ୍ର ତଥା ଛାତ୍ର ନେତା ଶରିଫ ଓସମାନ ହାଦିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ତାଙ୍କ ବଡ଼ ଭାଇ ଶରିଫ ଓମାର ହାଦି। ସେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ମଧ୍ୟରେ ଏକ କୁଚକ୍ରାନ୍ତକାରୀ ଗୋଷ୍ଠୀ ଆଗାମୀ ଜାତୀୟ ନିର୍ବାଚନକୁ ପଥଭ୍ରଷ୍ଟ କରିବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଛି।

ଶାହବାଗରେ ଜାତୀୟ ସଂଗ୍ରହାଳୟ ସମ୍ମୁଖରେ ଇନକିଲାବ ମଞ୍ଚ ଦ୍ୱାରା ଆୟୋଜିତ "ସହିଦୀ ଶପଥ" (ସହିଦଙ୍କ ଶପଥ) କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଓମାର ହାଦି କହିଥିଲେ, "ତୁମେ ହିଁ ଉସମାନ ହାଦିଙ୍କୁ ହତ୍ୟା କରିଥିଲ, ଏବଂ ଏବେ ତୁମେ ଏହାକୁ ଏକ ପ୍ରସଙ୍ଗ ଭାବରେ ବ୍ୟବହାର କରି ନିର୍ବାଚନକୁ ବିଫଳ କରିବାକୁ ଚେଷ୍ଟା କରୁଛ।"

Advertisment

ସେ କହିଛନ୍ତି ଯେ “ତାଙ୍କ ଭାଇ ଫେବୃଆରୀ ସୁଦ୍ଧା ଜାତୀୟ ନିର୍ବାଚନ କରିବାକୁ ଚାହୁଁଥିଲେ ଏବଂ ନିର୍ବାଚନରେ ବିଶୃଙ୍ଖଲା ସୃଷ୍ଟି ନ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ପୋଲିସ୍ ତୁରନ୍ତ ତାଙ୍କ ଭାଇଙ୍କର ହତ୍ୟାକାରୀକୁ ଧରୁ। ଯାହା ଦ୍ବାରା ନିର୍ବାଚନ ସୁରୁଖୁରୁରେ ହୋଇ ପାରିବ। ତଦନ୍ତରେ କୌଣସି ଉନ୍ନିତ ହେଉଥିବା ଆମେ ଦେଖି ପାରୁନାହୁଁ। ଯଦି ଓସମାନଙ୍କୁ ନ୍ୟାୟ ନ ମିଳେ, ତାହାଲେ, ତୁମେ ବି ଦିନେ ଏ ଦେଶ ଛାଡି ଯିବାକୁ ବାଧ୍ୟ ହେବ।” ବୋଲି ବାଂଲାଦେଶ ଗଣମାଧ୍ୟମରେ ପ୍ରକାଶ ପାଇଛି। 

ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ବିଦ୍ରୋହ ସହିତ ଜଡିତ ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କୁ ଡିସେମ୍ବର ୧୨ ତାରିଖରେ ଢାକାର ବିଜୟନଗର ଅଞ୍ଚଳରେ ଅତି ନିକଟରୁ ଗୁଳି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୁଇଜଣ ମୋଟରସାଇକେଲରେ ଆସି ଆତତାୟୀମାନେ ତାଙ୍କ ଗାଡ଼ି ପାଖରେ ଆସି ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ। ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ସିଙ୍ଗାପୁରକୁ ସ୍ଥାନାନ୍ତର କରିଥିଲେ।

ଡିସେମ୍ବର ୧୮ ତାରିଖରେ ହାଦିଙ୍କ ମୃତ୍ୟୁ ଘଟିଥିଲା। ଯାହା ପରେ ସମଗ୍ର ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା। ପ୍ରଦର୍ଶନକାରୀମାନେ ହତ୍ୟାକାରୀଙ୍କ ତୁରନ୍ତ ଗିରଫ ଏବଂ ନ୍ୟାୟ ଦାବି କରି ସମଗ୍ର ଦେଶରେ ଆନ୍ଦୋଳନ କରିଥିଲେ।

Bangladesh Osman Hadi
Advertisment
Related Articles
Advertisment