Advertisment

Gold, Silver Price Today:ସବୁ ରେକର୍ଡ ଭାଙ୍ଗିଲା ସୁନା, ରୁପା ଦର! ଗୋଟିଏ ଦିନରେ ରୁପା ବଢିଲା ୧୦ ହଜାର

ଖୁବଶୀଘ୍ର ଦେଢ ଲକ୍ଷ ଛୁଇଁବ ସୁନା ଦର । ଏବେଠୁ ପୁଣି ବେକାବୁ ହୋଇଛି ସୁନା ଦର । ନିଇତି ହୁ ହୁ ହୋଇ ବଢୁଛି ସୁନା ଓ ରୁପା । ଆଜି ପୁଣି ଥରେ ସବୁ ରେକର୍ଡ ଭାଙ୍ଗିଛି ସୁନା ଦର ।

author-image
Chinmayee Sahoo
Gold Silver Rate Rising

Gold, Silver Rate Rising Photograph: (OTV)

ଆଗକୁ ଆସୁଛି ବିବାହ ଋତୁ । ଏବେଠୁ ପୁଣି ବେକାବୁ ହୋଇଛି ସୁନା ଦର । ନିଇତି ହୁ ହୁ ହୋଇ ବଢୁଛି ସୁନା ଓ ରୁପା । ଛାନିଆ କରୁଛି ଗ୍ରାହକଙ୍କୁ । ଶହେ କି ଦୁଇ ଶହ ନୁହେଁ, ଏକାଥରେ ହଜାରେ, ୨ ହଜାରେ ଟଙ୍କା ବଢୁଛି ରେଟ୍ । ଆଜି ପୁଣି ଥରେ ସବୁ ରେକର୍ଡ ଭାଙ୍ଗିଛି ସୁନା ଦର । ଗତକାଲି ଦିନକରେ ସୁନା ୨୪୦୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ୩ ହଜାର ଟଙ୍କା ବଢିଥିଲା ରୁପା । ଏହି ବୃଦ୍ଧି ଜାରି ରହିଲେ ସୁନା ଯେ, ଦେଢ ଲକ୍ଷ ଟପିଯିବ ସେଦିନ ବେଶୀ ଡେରି ନୁହେଁ । 

Advertisment

ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୧ ଲକ୍ଷ ୩୮ ହଜାର ୯୩୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୨୭ ହଜାର ୩୫୦ ଟଙ୍କା ହୋଇଛି । ୧୮ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪ ହଜାର ୨୦୦ ଟଙ୍କା ରହିଛି। ଆଜି ସର୍ବକାଳୀନ ରେକର୍ଡ କରିଛି ସୁନା ଦର ।  ସେହିପରି ରୁପା ମଧ୍ୟ ସୁନା ସହ ତାଳ ଦେଇ ବଢିଛି। ଆଜି ଗୋଟିଏ ଦିନରେ ରୁପା ଦର ୧୦ ହଜାର ଟଙ୍କା ବଢିଛି। ରୁପା ଦାମ୍‌ କେଜି ପିଛା ଛୁଇଁଛି ୨ ଲକ୍ଷ ୪୪ ହଜାର ଟଙ୍କା ।

୨୦୨୫ରେ ସୁନା ଦାମ୍‌ରେ ରେକର୍ଡ ବୃଦ୍ଧି ସମସ୍ତଙ୍କୁ ଛାନିଆ କରିଥିଲା । ଆଉ ଏହି ଧାରା ଏବେ ବି ଜାରି ରହିଛି । ୨୦୨୬ରେ ସୁନା ଦାମ୍ ଆହୁରି ବୃଦ୍ଧି ହୋଇ ଦେଢ ଲକ୍ଷ ପାର୍ କରିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

Advertisment

କାହିଁକି ଏତେ ବଢ଼ୁଛି ସୁନା ଦର ? 

ସୁନାରେ ନିବେଶ ବଢ଼ୁଥିବାରୁ ସୁନା ଦର ଆକାଶ ଛୁଆଁ ହେଉଛି । ଆମେରିକାରେ ସୁଧହାର ହ୍ରାସ ଆକଳନ ପରେ ସୁନାରେ ବଢ଼ିଛି ନିବେଶ । ଏହି ଧାତୁରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ । ଭୂରାଜନୈତିକ ଟେନସନ୍ ଓ ଟ୍ରେଡ ୱାର ମଧ୍ୟ ସୁନାଦର ବୃଦ୍ଧିର ପ୍ରମୁଖ କାରଣ । ଏହାସହ ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ସୁନା କିଣୁଥିବାରୁ ଦର ବଢ଼ୁଛି । 

Gold Silver Price Gold Rate
Advertisment
Related Articles
Advertisment