Advertisment

Excise Raid on Bar: ରାଜଧାନୀରେ ରାତି ତମାମ ବାର୍ ଖୋଲା; ନିଶା ଖାଇ ନାଚିଲେ ଯୁବପିଢି

ଭାଲେଣ୍ଟାଇନ ଡେ'ରେ ରାତି ତମାମ ଖୋଲା ରହିଲା ବାର୍। ଭୁବନେଶ୍ବର ଖାରବେଳ ନଗରରେ ରାତି ତମାମ ବାର୍ ଖୋଲା। ବିଳମ୍ବିତ ରାତି ଯାଏଁ ନିଶାରେ ଝୁମିଲେ ଯୁବପିଢ଼ି।

author-image
Chinmayee Sahoo
Bar Open

Bar Open Photograph: (OTV)

ଭାଲେଣ୍ଟାଇନ ଡେ'ରେ ରାତି ତମାମ ବାର ଖୋଲା। ବିଳମ୍ବିତ ରାତି ଯାଏଁ ନିଶାରେ ମତୁଆଲା ହେଲେ ଯୁବପିଢି । ନିୟମ କାନୁନର ଉଡିଲା ଧଜ୍ଜିଆ। ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ଘଟଣା ଘଟିଛି ଖାରବେଳନଗର ଅଞ୍ଚଳରେ ଥିବା ଏକ ବାର ଓ ପବରେ। ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର କର୍ତ୍ତୃପକ୍ଷ। ଭୋର ପର୍ଯ୍ୟନ୍ତ ବାର ଚଲାଇବା ପାଇଁ ଥିଲା ଯୋଜନା। 

Advertisment

କିନ୍ତୁ ଶେଷ ମୁହୂର୍ତ୍ତରେ ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ୧୨ଟା ପର୍ଯ୍ୟନ୍ତ ବାର ଖୋଲା ନେଇ ଅନୁମତି ଥିବା ବେଳେ ନିୟମ କାନୁନର ଧଜ୍ଜିଆ ଉଡିଥିବା କହିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ବିଳମ୍ବିତ ରାତିରେ ଏସବୁ ବନ୍ଦ କରାଯାଇଥିବା ବେଳେ ଆଜି ବାରକୁ ସିଲ କରାଯିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ। 

ଗତକାଲି ଅବକାରୀ ବିଭାଗ ଚଢାଉ ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବାରର କର୍ମଚାରୀ। ଏଥିରେ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଥିଲେ। ଏହାକୁ ନେଇ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ଏତଲାକୁ ନେଇ ଜଣଙ୍କୁ ଗିରଫ କରିଛି ପୋଲିସ।

Advertisment

Bar Excise Raid
Advertisment
Related Articles
Advertisment