/odishatv-khabar/media/media_files/2026/02/15/pakistan-2026-02-15-11-57-40.jpg)
Pakistan Photograph: (OTV)
ପୁଣି ବିଶ୍ବ ସାମନାରେ ଲଜ୍ଜିତ ହେଲେ ଶେହବାଜ ଓ ମୁନୀର। ପାକ୍ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟ ଅସିମ୍ ମୁନୀରଙ୍କୁ ପୁଣି ହେବାକୁ ପଡିଛି ଅପମାନିତ। ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ନିକଟରେ ଆତ୍ମସମର୍ପଣ କରିଛନ୍ତି ମୁନୀରଙ୍କ ସୈନ୍ୟ। ଯାହା ମୁନିର ଏବଂ ଶାହବାଜଙ୍କ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ କରିଛି।
ସାତ ଜଣ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ ରଖିବା ପରେ ବେଲୁଚିସ୍ତାନ ପାକିସ୍ତାନ ସରକାରଙ୍କୁ ଏକ ଦୃଢ଼ ଚରମବାଣୀ ଦେଇଛି। ଆତ୍ମସମର୍ପଣକାରୀ ପାକିସ୍ତାନୀ ସୈନିକଙ୍କ ଭିଡ଼ିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ମୁନିରଙ୍କ ସେନାକୁ ପରାସ୍ତ କରିବା ପରେ, BLA ଲଢ଼ୁଆମାନେ ପାକିସ୍ତାନକୁ ସାତ ଦିନର ଅଲଟିମେଟମ୍ ଦେଇଛନ୍ତି, ସେମାନେ ସାତ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ବନ୍ଦୀ କରିବା ପରେ ସେମାନଙ୍କୁ ଛାଡିବା ପାଇ କିଛି ଦାବି ରଖିଛି।
BLAର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ସେମାନଙ୍କ ବିଦ୍ରୋହୀମାନେ ଏକ ଅପରେସନରେ ସାତ ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କୁ ବନ୍ଦୀ କରିଛନ୍ତି। BLA ପାକିସ୍ତାନ ସରକାର ଏବଂ ସେନାକୁ ଚେତାବନୀ ଦେଇଛି ଯେ ପାକିସ୍ତାନରେ ବନ୍ଦୀ ଥିବା କିଛି ରାଜନୈତିକ ବ୍ୟକ୍ତି, ନିଖୋଜ ବ୍ୟକ୍ତି ଓ ଅନ୍ୟାନ୍ୟ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ସାତ ଦିନ ମଧ୍ୟରେ କୌଣସି ଦୃଢ଼ ପଦକ୍ଷେପ ନିଆ ନ ଯାଏ, ତେବେ ବାଲୁଚ୍ ଜାତୀୟ ଅଦାଲତରେ ବିଚାର ପରେ ପାକ୍ ସୈନିକମାନଙ୍କୁ ଦଣ୍ଡିତ କିମ୍ବା ହତ୍ୟା କରାଯିବ।
ବେଲୁଚିସ୍ତାନର ବିଦ୍ରୋହୀମାନେ ପାକିସ୍ତାନଠାରୁ ସ୍ବାଧୀନତା ଦାବି କରି ଚାଲିଛନ୍ତି। ଏପରିକି BLA ଗୋଷ୍ଠୀ ଅଭିଯୋଗ କରିଛି ଯେ ପାକିସ୍ତାନୀ ସେନା ବଲୁଚ୍ ଲୋକଙ୍କୁ ନିର୍ଯାତନା, ବଳପୂର୍ବକ ବନ୍ଦୀ କରୁଛି। BLA ପୂର୍ବରୁ ଅନେକ ଥର ଏପରି ଚରମବାଣୀ ଦେଇଛି। ୨୦୨୫ ମସିହାରେ, ଏହା ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଅପହରଣ ସମୟରେ ୪୮ ଘଣ୍ଟାର ଚରମବାଣୀ ଦେଇଥିଲା, ଯେଉଁଠାରେ ଏହା ଶହ ଶହ ଯାତ୍ରୀଙ୍କୁ ବନ୍ଧକ ରଖିଥିଲା ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଥିଲା। ସେହି ଘଟଣାରେ, ପାକିସ୍ତାନୀ ସେନା ଅପରେସନ୍ ଗ୍ରୀନ୍ ବୋଲାନ୍ ଆରମ୍ଭ କରିଥିଲା ଏବଂ ବନ୍ଧକମାନଙ୍କୁ ଉଦ୍ଧାର କରିଥିଲା, କିନ୍ତୁ BLA ଦାବି କରିଥିଲା ଯେ ସେମାନେ ଅନେକ ବନ୍ଧକଙ୍କୁ ହତ୍ୟା କରିଛନ୍ତି।
Fire Breaks Out at Cold Storage: ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ, ୧୦ କୋଟି ପୋଡ଼ି ପାଉଁଶ

Rituals At Kapilash Resume After Apology: ଚନ୍ଦ୍ରଶେଖର ଜୀଉଙ୍କ ନୀତି ଆରମ୍ଭ, ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ଧାରଣାରୁ ଓହରିଲେ ସେବାୟତ

Servitors' Dharna at Kapilash: ଜାଗରରେ ଉପାସରେ ଚନ୍ଦ୍ରଶେଖର ଜୀଉ, ମନ୍ଦିର ପରିସରରେ ସେବାୟତମାନଙ୍କ ଧାରଣା

Epic Run at Hirakud: ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍, ୧୦ ହଜାର ପ୍ରତିଯୋଗୀ ସାମିଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)