/odishatv-khabar/media/media_files/2026/02/15/pak-students-sing-indian-national-anthem-2026-02-15-13-07-48.jpg)
Pak Students sing Indian national anthem Photograph: (OTV)
ପାକିସ୍ତାନ ଛାତ୍ରଙ୍କ ମୁହଁରେ ଭାରତର ଜାତୀୟ ସଙ୍ଗୀତ। ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’କୁ ଗାଇ ଚର୍ଚ୍ଚାରେ ପାକିସ୍ତାନର କିଛି ଛାତ୍ର। ସେମାନେ କେବଳ ‘ଜନ ଗଣ ମନ’ଗାଇ ନାହାନ୍ତି, ବରଂ ଅତ୍ୟନ୍ତ ନିର୍ଭୁଲ ଭାବେ ଛାତିରେ ହାତ ରଖି ଉତ୍ସୁକତାର ସହିତ ବୋଲୁଥିବାର ଦେଖାଯାଇଛି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକାଧିକ ଛାତ୍ର ଭାରତର ଜାତୀୟ ସଙ୍ଗୀତକୁ ଗାଇଛନ୍ତି। ତେବେ ଏହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କୁ କଲେଜରୁ ବହିଷ୍କାର କରି ଦିଆଯାଇଛି।
ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଚାରସଦ୍ଦା ସହରରେ ଅବସ୍ଥିତ ବାଚା ଖାନ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଭାରତର ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଗାଇଥିଲେ। ବିଶ୍ବବିଦ୍ୟାଳୟରେ ଯୁବ ମହୋତ୍ସବ ଆୟୋଜିତ ହୋଇଥିଲା। ୧୨ ଫେବୃଆରୀରୁ ଆରମ୍ଭ ହୋଇ ୧୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଆନ୍ତା ଏହି ଯୁବ ମହୋତ୍ସବ। ଏହି ସମୟରେ ମହୋତ୍ସବର ପ୍ରଥମ ଦିନରେ ହିଁ ୧୨ ତାରିଖରେ ଫାର୍ମାସି ପଢ଼ୁଥିବା ଚାରି ଜଣ ଛାତ୍ର ଏକ ସଙ୍ଗୀତ ପରିବେଷଣ କରିଥିଲେ।
ତୃତୀୟ ବର୍ଷର ଫାର୍ମାସି ଛାତ୍ର ଜିବ୍ରାନ ରିଆଜ ଭାରତୀୟ ଗୀତ ପ୍ରତି ନିଜର ଆଗ୍ରହ ଦେଖାଇ ଛାତିରେ ହାତ ରଖି ଭାରତର ସମ୍ପୂର୍ଣ୍ଣ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଗାଇଥିଲେ। ଏହି ସମୟରେ, ଜିବ୍ରାନଙ୍କ ବନ୍ଧୁ ଚତୁର୍ଥ ବର୍ଷର ଫାର୍ମାସି ଛାତ୍ର ସୟଦ ରିଆଜ ଅହମ୍ମଦ ମଧ୍ୟ ଜିବ୍ରାନଙ୍କୁ ସମର୍ଥନ କରି ଛାତିରେ ହାତ ରଖି ଉତ୍ସାହର ସହିତ ଭାରତର ଜାତୀୟ ସଙ୍ଗୀତ ଗାଉଥିବାର ଦେଖାଯାଇଥିଲା।
ଜିବ୍ରାନ ଏବଂ ତାଙ୍କ ବନ୍ଧୁମାନେ ଭାରତୀୟ ଜାତୀୟ ସଙ୍ଗୀତ ଗାନ କରୁଥିବାର ଏକ ଭିଡିଓ କରି ଭାଇରାଲ କରିଥିଲେ ଅନ୍ୟ ଫାର୍ମାସି ଛାତ୍ର। ଏହା ପରେ, ମୌଳବାଦୀମାନେ ପ୍ରଥମେ ଏକ ଭିଡିଓ ତିଆରି କରି ଜିବ୍ରାନ ରିଆଜଙ୍କୁ ପାକିସ୍ତାନୀ ସେନାର ସମର୍ଥନରେ ଗୀତ ଗାଇବାକୁ ବାଧ୍ୟ କରିଥିଲେ। ଯାହା ପରେ ପୂରା ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିଲା ଏହି ଭିଡ଼ିଓ।
ତା'ପରେ, ଖାଇବର ପଖତୁନଖ୍ୱାର ବାଚା ଖାନ ବିଶ୍ୱବିଦ୍ୟାଳୟ ପ୍ରଶାସନ ତୃତୀୟ ବର୍ଷର ଫାର୍ମାସି ଛାତ୍ର ଜିବ୍ରାନ ରିଆଜ, ଚତୁର୍ଥ ବର୍ଷର ଛାତ୍ର ସୟଦ ରିଆଜ ଅହମ୍ମଦ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ବଶିର ଖାନ ଏବଂ ମୁରାଦ ଖାନଙ୍କୁ କଲେଜରୁ ବହିଷ୍କାର କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରମାନେ ଦେଶ ବିରୋଧୀ ସ୍ଲୋଗାନ ଦେବା ସହ ବିଶ୍ୱବିଦ୍ୟାଳୟ ଏବଂ ହଷ୍ଟେଲ ନିୟମ ଉଲ୍ଲଂଘନ କରିବାର ଅଭିଯୋଗ ହୋଇଥିଲା।
ତେବେ ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
Valentine's Day Murder: ଭାଲେଣ୍ଟାଇନ ଡେ'ରେ ବନ୍ଦ କାର୍ ଭିତରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ, WhatsApp ଖୋଲିଲା ମର୍ଡର ପଛର ସତ

Mob Lynching: ଛି ଛି ତମେ ମଣିଷ, ଚୋରି କଲା ବୋଲି ମାରିଦେଲ

Munir Forces Surrender To BLA: ବିଶ୍ବ ସାମନାରେ ଲଜ୍ଜିତ ହେଲେ ଶେହବାଜ-ମୁନୀର, BLA ପାଖରେ ଆତ୍ମସମର୍ପଣ କଲେ ପାକ୍ ସୈନ୍ୟ

Fire Breaks Out at Cold Storage: ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ, ୧୦ କୋଟି ପୋଡ଼ି ପାଉଁଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)