/odishatv-khabar/media/media_files/2026/02/15/noida-2026-02-15-12-49-50.jpg)
Noida Photograph: (OTV)
ରକ୍ତରେ ଭିଜିଲା ଭାଲେଣ୍ଟାଇନ ଡେ' । କାର୍ ଭିତରୁ ମିଳିଲା ପ୍ରେମୀଯୁଗଳଙ୍କ ଲାସ୍ । ପ୍ରେମିକାର ଶବ ପାଖରେ ପ୍ରେମିକର ଆତ୍ମହତ୍ୟା । ଭାଲେଣ୍ଟାଇନ ଡେ'ରେ ନୋଏଡାରେ ଘଟିଛି ଏମିତି ଚାଞ୍ଚଲ୍ୟକର ମର୍ଡର । ରାସ୍ତାକଡରେ ଗୋଟିଏ ବନ୍ଦ କାର୍ ଭିତରୁ ଦୁଇ ପ୍ରେମୀଯୁଗଳଙ୍କ ମୃତଦେହ ମିଳିଛି । ମୃତକ ହେଲେ ନୋଏଡାର ୨୬ ବର୍ଷୀୟା ରେଖା ଓ ଦିଲ୍ଲୀ ତ୍ରିଲୋକପୁର ଅଞ୍ଚଳର ୩୨ ବର୍ଷୀୟ ସୁମିତ୍ ।
୧୫ ବର୍ଷର ପ୍ରେମ:
କାର୍ ଭିତରୁ ବନ୍ଦ ଥିବାରୁ ସୁମିତ ପ୍ରଥମେ ପ୍ରେମିକାକୁ ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ସୁମିତ ଓ ରେଖା ୧୫ ବର୍ଷ ହେଲା ପ୍ରେମସଂପର୍କ ଥିଲେ । ଉଭୟଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କର ସଂପର୍କ ବିଷୟରେ ଜାଣିଥିଲେ । ହେଲେ ଏଠି ପ୍ରଶ୍ନ ଉଠୁଛି, ଏମିତି କ'ଣ ଘଟିଲା ? କାହିଁକି ଏତେ ବଡ଼ କଠୋର ନିଷ୍ପତ୍ତି ନେଲେ ସୁମିତ୍ ?
ପ୍ରେମିକାର ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା:
ଯାହା ଜଣାପଡିଛି, ସୁମିତ୍ ଆତ୍ମହତ୍ୟା କରିବା ପୂର୍ବରୁ ହ୍ୱାର୍ଟ୍ସଆପ୍ରେ ଏକ ମେସେଜ୍ ଲେଖିଥିଲେ । ଏଥିରେ ଲେଖାଥିଲା- 'ମୋ ଆତ୍ମହତ୍ୟା ପାଇଁ ରେଖା ଦାୟୀ । ମୁଁ ଓ ରେଖା ୧୫ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲୁ ଓ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ହେଲେ ଏବେ ରେଖା ମୋତେ ଛାଡି ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଛି । ଏଥିପାଇଁ ମୁଁ ଆତ୍ମହତ୍ୟା କରୁଛି ।'
ସେପଟେ ସୁମିତ୍ଙ୍କ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗ କରିଛନ୍ତି । ସୁମିତ୍ ଅନ୍ୟ ଜାତିର ହୋଇଥିବାରୁ ଝିଅର ଘରଲୋକେ ଦୁହିଁଙ୍କ ସଂପର୍କରେ ଖୁସି ନଥିଲେ ଏବଂ ଧମକଚମକ ଦେଉଥିଲେ ।
ଘଟଣାର ଦିନକ ପୂର୍ବରୁ ଉଭୟ ସୁମିତ୍ ଓ ରେଖା ନିଖୋଜ ହୋଇଯାଇଥିଲେ । ଦିନକ ପରେ କାର୍ ଭିତରୁ ଦୁହିଁଙ୍କର ମୃତଦେହ ମିଳିଥିଲା । ତେଣୁ ଜାତିଭେଦକୁ କେନ୍ଦ୍ରକରି ଦୁହିଁଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଓଟିଭି
Mob Lynching: ଛି ଛି ତମେ ମଣିଷ, ଚୋରି କଲା ବୋଲି ମାରିଦେଲ

Munir Forces Surrender To BLA: ବିଶ୍ବ ସାମନାରେ ଲଜ୍ଜିତ ହେଲେ ଶେହବାଜ-ମୁନୀର, BLA ପାଖରେ ଆତ୍ମସମର୍ପଣ କଲେ ପାକ୍ ସୈନ୍ୟ

Fire Breaks Out at Cold Storage: ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ, ୧୦ କୋଟି ପୋଡ଼ି ପାଉଁଶ

Rituals At Kapilash Resume After Apology: ଚନ୍ଦ୍ରଶେଖର ଜୀଉଙ୍କ ନୀତି ଆରମ୍ଭ, ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ଧାରଣାରୁ ଓହରିଲେ ସେବାୟତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)