/odishatv-khabar/media/media_files/2026/02/15/thief-murder-2026-02-15-12-20-44.jpg)
Thief Murder Photograph: (OTV)
ମଣିଷ ଏଠି ତା’ର ମଣିଷ ପଣିଆ ହରାଇ ବସିଛି । ମାନବିକତା ଯେମିତି ଏଠି ମରିଶୋଇଛି । ଘରେ ଚୋର ପଶିଥିଲା ବୋଲି ତାକୁ ମାରୁ ମାରୁ ମାରିଦେଇଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାର୍ଦ୍ଧୋଳ ଗାଁର ଏ ଘଟଣା । ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।
ମୃତକଙ୍କ ଘର କନ୍ଧମାଳ ଜିଲ୍ଲାର କୁରୁମୁଙ୍ଗିଆ ଗାଁରେ । ନାଁ ତାଙ୍କର ବେଣୁଧର ପ୍ରଧାନ । ଏନେଇ ଖବର ପାଇବା ପରେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାରକରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l
କୁହାଯାଉଛି, ଗତକାଲି ବିଳମ୍ବିତ ରାତିରେ ଗାଁରେ ଜଣଙ୍କ ଘରର କବାଟ ଭାଙ୍ଗି ଚୋରି କରୁଥିବା ସମୟରେ ଏହି ଘଟଣା ଘଟିଛି । ଜଣେ ଚୋରି କରୁଥିବା ବେଳେ ଅନ୍ୟ ଜଣେ ଯୁବକ ବାହାରେ ଜଗିଥିଲେ । ହେଲେ ଗାଁ ଲୋକ ପାଟି ତୁଣ୍ଡ କରବାରୁ ଅନ୍ୟ ଜଣଙ୍କ ଖସିଯାଇଥିଲେ । ହେଲେ ବେଣୁଧରଙ୍କୁ ଧରିପକାଇଥିଲେ ଗ୍ରାମବାସୀ ।
ପରେ ଗ୍ରାମବାସୀମାନେ ବେଣୁଧରଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତା’ଙ୍କ ପରିବାର । ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ପୋଲିସ୍ ସାର୍ଦ୍ଧୋଳ ଗାଁରେ ପହଞ୍ଚି ୩୦ରୁ ଅଧିକ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଛି । ଆଉ ଗାଁରେ ପୋଲିସ୍ ଛାଉଣୀ ହୋଇଥିବା ବେଳେ ସାରା ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ।
Munir Forces Surrender To BLA: ବିଶ୍ବ ସାମନାରେ ଲଜ୍ଜିତ ହେଲେ ଶେହବାଜ-ମୁନୀର, BLA ପାଖରେ ଆତ୍ମସମର୍ପଣ କଲେ ପାକ୍ ସୈନ୍ୟ

Fire Breaks Out at Cold Storage: ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ, ୧୦ କୋଟି ପୋଡ଼ି ପାଉଁଶ

Rituals At Kapilash Resume After Apology: ଚନ୍ଦ୍ରଶେଖର ଜୀଉଙ୍କ ନୀତି ଆରମ୍ଭ, ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ଧାରଣାରୁ ଓହରିଲେ ସେବାୟତ

Servitors' Dharna at Kapilash: ଜାଗରରେ ଉପାସରେ ଚନ୍ଦ୍ରଶେଖର ଜୀଉ, ମନ୍ଦିର ପରିସରରେ ସେବାୟତମାନଙ୍କ ଧାରଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)