Advertisment

Kartik Purnima: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଣ

ଧର୍ମମାସ କାର୍ତ୍ତିକ ଓ ପଞ୍ଚକ ବ୍ରତର ଶେଷ ଦିନ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପରମ୍ପରା। ଭୋରରୁ ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ। ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ଭିଡ଼।

author-image
Chinmayee Sahoo
Kartik Purnima

Kartik Purnima Photograph: (OTV)

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚାରିଆଡ଼େ ଉତ୍ସବମୁଖର ପରିବେଶ। ଆଜି ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା ଥିବାରୁ ଭୋରରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ଭିଡ଼ ଜମିଛି। ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର...ଏହି ଧ୍ୱନୀରେ କମ୍ପୁଛି ଜଳାଶୟ। ପୁରୀ ସମୁଦ୍ର କୂଳ, ଚନ୍ଦ୍ରଭାଗା ମୁହାଣ, ଭୁବନେଶ୍ୱର ବିନ୍ଦୁସାଗର, କଟକ ଗଡ଼ଗଡ଼ିଆ ଘାଟ ସମେତ ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ଭୋରରୁ ଡଙ୍ଗା ଭସାଉଛନ୍ତି। 
ପ୍ରତିଟି ଓଡ଼ିଆ ସ୍ନାନ ସାରି କଦଳୀ ପଟୁଆ ଆଉ ଡଙ୍ଗା ଭସେଇ ଧର୍ମ ମାସ କାର୍ତ୍ତିକର ଶୁଭ ମନାସୁଛନ୍ତି। ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ। ସେଥିପାଇଁ ଲୋକେ ସୁସଜ୍ଜିତ ଡଙ୍ଗାରେ ପାନ, ଗୁଆ ଥୋଇ, ଦୀପ, ଧୂପ ଜାଳି ଡଙ୍ଗା ଭସାଉଛନ୍ତି। 
ପୌରାଣିକ ମତ ଅନୁସାରେ, ଏହି ଦିନ ସାଧବ ପୁଅମାନେ ବୋଇତ ଧରି ବାଣିଜ୍ୟ କରିବାକୁ ବାହାରୁଥିଲେ। ଦରିଆ ପାରି ଜାଭା, ସୁମାତ୍ରା, ବାଲି ଦ୍ୱୀପକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ। ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେଉଥିଲେ ସାଧବାଣୀ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ବି ପାଳିତ ହେଉଛି।

Advertisment


•    ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା
•    ଧର୍ମମାସ କାର୍ତ୍ତିକ ଓ ପଞ୍ଚକ ବ୍ରତର ଶେଷ ଦିନ
•    କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପରମ୍ପରା 
•    ଭୋରରୁ ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ
•    ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ଭିଡ଼
•    ଆ-କା-ମା-ବୈ ଧ୍ବନୀରେ କମ୍ପୁଛି ଜଳାଶୟ
•    ସୁସଜ୍ଜିତ ଡଙ୍ଗାରେ ପାନ, ଗୁଆ ଥୋଇ ଭସାଉଛନ୍ତି ଶ୍ରଦ୍ଧାଳୁ
•    ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଣ

Kartik Purnima
Advertisment
Related Articles
Advertisment