Advertisment

Daily Horoscope 5th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ-  ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିବେ । ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଅନୁଜନଙ୍କ ଠାରୁ ଆଦର ସମ୍ମାନ ମିଳିବ । ଆଧ୍ୟାତ୍ମିକ ପଥର ପଥିକ ହେବେ ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ-  ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିବେ । ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଅନୁଜନଙ୍କ ଠାରୁ ଆଦର ସମ୍ମାନ ମିଳିବ । ଆଧ୍ୟାତ୍ମିକ ପଥର ପଥିକ ହେବେ ।
ଦ୍ୱିଜା- ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝମେଲା ଆସିପାରେ। କର୍ମକ୍ଷେତ୍ରରେ ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ।
କୃତିକା- ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇ ବହୁତ ଶାନ୍ତି ପାଇବେ । 
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସରସ୍ୱତୀଙ୍କ ପୂଜାପାଠ କରନ୍ତୁ    
ବୃଷ
କୃତିକା- ସ୍ୱାସ୍ଥ୍ୟ ଭଲ ରହିବା ସହିତ ସବୁ କାର୍ଯ୍ୟ କରି ପାରିବେ । ବ୍ୟବସାୟର ପଥ ସୁଗମ ହେବ । ସଂସାରିକ ଜୀବନ ଖୁବ ଭଲ ରହିବ । ପ୍ରେମ ସମ୍ପର୍କ ମଧୁର ରହିବ ।
ରୋହିଣୀ – ଚାକିରୀ ଆଦି କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପିଲାମାନେ ପରିଶ୍ରମୀ ହେବେ । ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
ମୃଗଶିରା – ଜମି ମାମଲା ତୁଟି ଯିବ । ମହିଳା ମାନେ ସୁଗୁଣ ହେବେ । କ୍ରୀଡ଼ା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଯେମିତି ବିଚାର କରିଛନ୍ତି ସେହିପରି କାମ କରିଚାଲନ୍ତୁ ଆଶା ନିଶ୍ଚିତ ପୂରଣ ହୋଇପାରିବ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ। ଆଗାମୀ ସମୟର କେତେକ ଅଧୁରା କାମକୁ ସୁଧାରି ନେବାର ଚେଷ୍ଟା କରିବେ। 
ଆଦ୍ରା- ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ । ସାମୟିକ ଭାବରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଛାତ୍ରଛାତ୍ରୀ ମାନଙ୍କୁ ବିଦେଶ ଯାତ୍ରାର ସୁଯୋଗ ମିଳିବ । 
ପୁନର୍ବସୁ- ଜନକଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ସରକାରୀ ଓ ଦାନ ସୂତ୍ରରୁ ଆର୍ଥୀକ ଅନୁଦାନ ପାଇପାରନ୍ତି । ପାରିବାରିକ ସ୍ନେହ ମିଳିପାରେ । ସାମାଜିକ ସ୍ତରରେ ଗଠନମୂଳକ କାର‌୍ୟ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର- ଗଜେନ୍ଦ୍ର ମୋକ୍ଷ ପାଠ କରନ୍ତୁ
କର୍କଟ
ପୁନର୍ବସୁ - ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।   ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।
ପୁଷ୍ୟା –  ଚାକିରୀରେ ସାମାନ୍ୟ ଅବହେଳା କରିବେ । ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ ।
ଅଶ୍ଳେଷା - ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ରାଜନୀତିରେ ପଦବୀ ପ୍ରାପ୍ତ ହୋଇପାରେ । ମହିଳା ମାନେ ବନ୍ଧୁଙ୍କ ସହିତ ସମୟ କଟିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ମଘା- ବ୍ୟବସାୟରେ ଭାଗୀଦାରମାନେ ପାଦ ସହିତ ପାଦ ମିଶାଇ ବେପାର ବୃଦ୍ଧି କରିବେ । କୁଟୁମ୍ବରେ ଲାଗି ରହିଥିବା ଝଗଡାର ସମାଧାନ କରିପାରିବେ । କର୍ମଚାରୀ ମାନେ କାର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରିବେ । 
ପୂ,ଫାଲଗୁନି- ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବା ସହିତ ଶୁଭ ସମାଚାର ଶୁଣିବାକୁ ମିଳିବ । ଦୂର ଯାତ୍ରାରୁ ବହୁତ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଋଣମୁକ୍ତି ପାଇଁ ରାସ୍ତା ଦେଖାଦେବ । 
ଉ,ଫାଲଗୁନି- ଗାଡି କିଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକହେବ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପୈତୃକ ସମ୍ପତିକୁ ନେଇ ପାରିବାରିକ ଦ୍ୱନ୍ଦ ଦୂରେଇ ଯିବ । 
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ମନ୍ଦିରରେ କଳା ସୋରିଷ ମଞ୍ଜି ଦାନ କରନ୍ତୁ
କନ୍ୟା
ଉ , ଫାଲଗୁନୀ –  ଶାରୀରିକ ସମସ୍ୟା ଦୂର ହେବ । ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ
ହସ୍ତା –  ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଚାକିରୀକ୍ଷେତ୍ରରେ ଅପବାଦ ସହିବାକୁ ପଡିବ । ପିଲାମାନେ ଅପଯଶ ପାଇପାରନ୍ତି ।
ଚିତ୍ରା – ମାଲିମକଦମାରେ ସାମାନ୍ୟ ଅଶାନ୍ତି ଆସିପାରେ । ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ। ମହିଳା ମାନେ ଧର୍ମପାରାୟଣ ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମିଠା ଖାଇ ଘରୁ ବାହରନ୍ତୁ
ତୁଳା-
ଚିତ୍ରା- କାନ୍ଧ କିମ୍ବା ଗଣ୍ଠିରେ ଯନ୍ତ୍ରଣା ମଧ୍ୟ କଷ୍ଟ ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ ।
ସ୍ୱାତୀ- କୌଣସି ଅଭାବ ନ ଥାଇ ଅତୀତ ଘଟଣାର ସମୀକ୍ଷାଜନିତ ମନ ବିଷାଦଗ୍ରସ୍ଥ ହେବ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁସମ୍ପର୍କକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ବୃଦ୍ଧି ପାଇପାରେ।    
ବିଶାଖା- ମିଥ୍ୟାଭାଷଣରୁ ସମାଲୋଚିତ ହୋଇପାରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ମନୋବଳ ଟାଣ ରହିବ କିନ୍ତୁ ବିଳମ୍ବରେ କାର‌୍ୟ୍ୟସିଦ୍ଧି ଘଟିବ। ମନରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି।    
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ଶ୍ରୀ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର ପାଠ କରନ୍ତୁ
ବିଛା
ବିଶାଖା – ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ବ୍ୟବସାୟରେ ତ୍ରିଷ୍ଟି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ । 
ଅନୁରାଧା – କର୍ମକ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ । ପିଲାମାନେ ରୋଗାକ୍ରାନ୍ତ ହେବେ 
ଜ୍ୟେଷ୍ଠା  –  ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । କୋର୍ଟରେ ଶୁଭ ଫଳ ପାଇବେ । ମହିଳାମାନେ ନିରାଶବାଦୀ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଧନୁ-
ମୂଳା- ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବା ହେତୁ ମାନସିକ ଶାନ୍ତି ଲଭିବେ। କର୍ମାରମ୍ଭରେ ସଂକଟର ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ।        
ପୂ,ଷାଢା- କରଜଦାତାଙ୍କ ଚାପ ବୃଦ୍ଧି ପାଇବାରୁ ମାନସିକ ଭାରସାମ୍ୟ ହରାଇପାରନ୍ତି । ନୂତନ ଦାୟିତ୍ୱ ନେଇ ବିବ୍ରତ ହେବାର ସୂଚନା ରହିଛି। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟ ନେତାଙ୍କର ପ୍ରିୟ ପାତ୍ର ହେବେ । 
ଉ,ଷାଢା- ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଆସିପାରେ। ଭଲ ଚାକିରି ପାଇପାରିବେ ଯାହା ଆପଣଙ୍କୁ ଖ୍ୟାତି ଏବଂ ସମ୍ମାନ ମଧ୍ୟ ଦେବ । ଯେକୌଣସି ପ୍ରକାରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
ମକର
ଉ , ଷାଢା -  ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ ।  ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ ।
ଶ୍ରବଣା – ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ରାଜନୀତିରେ ସତର୍କ ରହି କାର‌୍ୟ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ ।
ଧନିଷ୍ଠା –  କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ।  ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ସନ୍ତାନଙ୍କ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ଧନିଷ୍ଠା- ମିତ୍ର ମାନଙ୍କ ସହ ସୁ ସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା କଷ୍ଟକର ହୋଇପଡ଼ିବ । ସହକର୍ମୀ କିମ୍ବା ବନ୍ଧୁଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ।
ଶତଭିଷା- ରାଜନୀତି କ୍ଷେତ୍ରରେ ଯଶ ମାନ ବୃଦ୍ଧି ହେବ । ଶିକ୍ଷାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଜୟଯୁକ୍ତ ହେବେ । ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ ।     
ପୂ,ଭାଦ୍ରପଦ- ଭୂମି ଲାଭର ଯୋଗ ରହିଛି । ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ପ୍ରଶଂସା ପାଇବେ । ଗୃହାରମ୍ଭ, ଦୂରଯାତ୍ରା, ଯାନବାହାନ କ୍ରୟ କରି ପାରିବେ । 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ
ପୂ , ଭାଦ୍ରପଦ - ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ।  ଆୟ ବଢ଼ିବାରେ ବାଧା ଉପୁଜିବ । ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। 
ଉ , ଭଦ୍ରପଦ - ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ ।
ରେବତୀ –  ଋଣଗ୍ରସ୍ତ  ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି । ମହିଳା ମାନେ କୈାଣସି କାରଣରୁ ଦୁଃଖ ପ୍ରକାଶ କରିବେ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Advertisment
Horoscope
Advertisment
Related Articles
Advertisment