Advertisment

Major Infra Boost: ବଦଳିଯିବ ଲୋକସେବା ଭବନ, ନୂଆ ରୂପ ପାଇବ ଜୟଦେବ ବିହାର-ନନ୍ଦନକାନାନ ରୋଡ

ଆଜି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ ୬ ହଜାର ୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

author-image
Chinmayee Sahoo
New Lokseva Bhavan

New Lokseva Bhavan Photograph: (OTV)

ଆଜି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ ୬ ହଜାର ୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଏଥି ମଧ୍ୟରେ ରହିଛି ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ। 

Advertisment

ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା। ୩ ହଜାର୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକ ସେବା ଭବନ ଏବଂ ବିଧାନସଭା। ଏ ନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି। 

ଆଜି ଲୋକ ସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।  ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। 

Advertisment

ଯେଉଁଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକ ରେ ନିର୍ମାଣ ହେବ ଫ୍ଲାଏ ଓଭର। ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି । ରାସ୍ତାର ଦୁଇ ପାର୍ଶ୍ବରେ ଲାଗିବ ୨୨ ହଜାର ୪୧୦ ଗଛ।

ଆଜି ନୂଆ ଲୋକସେବା ଭବନ ଭିତ୍ତିପ୍ରସ୍ତର
ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 
ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ 
ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ
ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରାୟ ୬ ହଜାର ୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଭିତ୍ତିପ୍ତସ୍ତର ସ୍ଥାପନ
ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା
୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର
୭୧ ଏକର ଜମିରେ ହେବ ନୂଆ ଲୋକସେବା ଭବନ ଓ ବିଧାନସଭା
ଜୟଦେବ ବିହାର-ନନ୍ଦନକାନନ ଯାଏଁ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର

Loka Seva Bhawan odisha cm mohan charan majhi
Advertisment
Related Articles
Advertisment