/odishatv-khabar/media/media_files/2026/01/12/rourkela-aircraft-incident-2026-01-12-10-03-11.jpg)
Rourkela Aircraft Incident Photograph: (OTV)
ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଦୁର୍ଘଟଣାସ୍ଥଳରେ ପହଞ୍ଚି ଏହାକୁ ଅଭାବନୀୟ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଜେନା।
ସେ କହିଛନ୍ତି, 'ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ। 'କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେ ନେଇ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି। ବିମାନଟି କେମିତି ଓ କେଉଁ ପରିସ୍ଥିତିରେ ଫୋର୍ସ ଲାଣ୍ଡିଂ କରିଥିଲା, ସେ ନେଇ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ।
ସେପଟେ ଗତକାଲି ଗ୍ରାଉଣ୍ଡକୁ ଯାଇ ସରଜମିନ୍ ତଦନ୍ତ କରିଛି DGCA ଓ AAIB ଟିମ୍। ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଘଟଣା ସ୍ଥଳକୁ ୩ଟି ଟିମ୍ ଯାଇଛନ୍ତି। ଗତକାଲି ପରିବହନ ସଚିବ ଉଷା ପାଢ଼ୀ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।
ଏକ୍ସପର୍ଟ ଟିମ୍ ସହ ଦୀର୍ଘ ସମୟ ଧରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏହାପରେ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟି ଆଲୋଚନା କରିଛନ୍ତି। ପାଇଲଟ୍ ସୁସ୍ଥ ହେଲେ ପୁରା ଘଟଣାର ରହସ୍ୟ ଖୋଲିପାରେ।
ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀ
ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ
ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ ବିଭୂତି ଜେନା
'ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ'
'କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ'
ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି- ମନ୍ତ୍ରୀ
ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ ବିଭୂତି ଜେନା
ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଘଟଣା ସ୍ଥଳକୁ ଯାଇଛନ୍ତି ୩ଟି ଟିମ୍
Cold Wave: ପୁଣି ଫେରିବ ଶୀତ, ହାଡ଼ଭଙ୍ଗା ଜାଡ଼ରେ ଜନଜୀବନ କଲବଲ ହେବ

EOS-N1 Satellite: ଆଜି 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ଲଞ୍ଚ, ପାକିସ୍ତାନୀ ଆତଙ୍କୀ ଉପରେ ନଜର ରଖିବ

Weekly Horoscope From 12th January 2026 To 18th January 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Daily Horoscope 12th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)