/odishatv-khabar/media/media_files/2026/01/12/isro-pslv-c62-eos-n1-2026-01-12-10-36-32.jpg)
Isro PSLV-C62 EOS-N1 Photograph: (OTV)
ଲଞ୍ଚ୍ ହେଲା ଇସ୍ରୋର ବଡ଼ ମିଶନ। ମହାକାଶକୁ ଗଲା 'ଅନ୍ବେଷା' ଉପଗ୍ରହ। ସକାଳ ୧୦ଟା ୧୮ ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ PSLV-C62 ରକେଟ୍ ଲଞ୍ଚ କରାଯାଇଛି। ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ ସହ ନୂଆ ଇତିହାସ ରଚିଛି ଇସ୍ରୋ। ଏହି ରକେଟ୍ ଦ୍ବାରା EOS-N1 ସାଟେଲାଇଟକୁ ଉତକ୍ଷେପଣ କରିଛି ଇସ୍ରୋ।
ଏହା ଏକ ନିରୀକ୍ଷଣ ଉପଗ୍ରହ। ଯାହା 'ଦିବ୍ୟ ଦୃଷ୍ଟି' କିମ୍ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବରେ ଜଣାଶୁଣା। ଏହି ସାଟେଲାଇଟ୍ କେବଳ ପରିବେଶଗତ ତଦାରଖରେ ବିପ୍ଳବ ଆଣିବ ନାହିଁ ବରଂ ଭାରତର ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ସୁଦୃଢ଼ କରିବ। ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଏବଂ ସୀମାରେ ଚୀନର ଚାଲକୁ ଧରିବ। କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ।
ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ସହ ଅନ୍ୟାନ୍ୟ ଦେଶରୁ ୧୬ଟି ଛୋଟ ସାଟେଲାଇଟ୍ ବି ମହାକାଶକୁ ଯାଇଛି। ଆଜି ମହାକାଶକୁ ଯାଇଛି ଓଡ଼ିଶା ନିର୍ମିତ ସାଟେଲାଇଟ୍। ଓଡ଼ିଶା ନିର୍ମିତ ପ୍ରଥମ ଉପଗ୍ରହ CGUSAT-1କୁ ଲଞ୍ଚ କରାଯାଇଛି। ଯାହାକୁ ନିର୍ମାଣ କରିଛନ୍ତି ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଏକ ୩୧ ଜଣିଆ ଟିମ୍। ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ୍ ଯୋଗେ ଅନ୍ତରୀକ୍ଷକୁ ଛଡ଼ା ଯାଇଛି ଏ ଘରୋଇ ଉପଗ୍ରହ।
ଏହା ଜରୁରୀକାଳୀନ ପରିସ୍ଥିତି ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ହେବ ଏକ ବଡ଼ ମାଧ୍ୟମ। ଇସ୍ରୋ ପକ୍ଷରୁ ଲଞ୍ଚ କରାଯାଉଥିବା 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ସହ ଅନ୍ୟାନ୍ୟ ଛୋଟ ସାଟେଲାଇଟ୍ ଭିତରେ ରହିଛି ଓଡିଶାର CGUSAT-1।
ଇତିହାସ ରଚିଲା ଇସ୍ରୋ; ବର୍ଷ ଆରମ୍ଭରୁ ବଡ଼ ମିଶନ
ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା 'ଅନ୍ବେଷା' ଉପଗ୍ରହ
DRDO ଦ୍ବାରା ବିକଶିତ EOS-N1 (ଅନ୍ବେଷା)ର ଉତ୍କ୍ଷେପଣ
PSLV-C 62 ରକେଟ୍ ଜରିଆରେ ମହାକାଶକୁ ଗଲା 'ଅନ୍ବେଷା'
ଦିନ ୧୦ଟା ୧୮ ମିନିଟ୍ରେ ଇସ୍ରୋ ପକ୍ଷରୁ ଉତ୍କ୍ଷେପଣ
ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ୍ ହେବ ଭାରତ
ଶତ୍ରୁ ଉପରେ ତୀକ୍ଷଣ ନଜର ରଖିବ 'ଅନ୍ବେଷା'
ପାକ୍ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବ 'ଅନ୍ବେଷା'
ସୀମାରେ ଚୀନ୍ ଚାଲ୍କୁ ମଧ୍ୟ ଧରିବ 'ଅନ୍ବେଷା'
କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ
Rourkela Aircraft Incident: ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀ, ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ତଦନ୍ତ ଚାଲିଛି

Cold Wave: ପୁଣି ଫେରିବ ଶୀତ, ହାଡ଼ଭଙ୍ଗା ଜାଡ଼ରେ ଜନଜୀବନ କଲବଲ ହେବ

EOS-N1 Satellite: ଆଜି 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ଲଞ୍ଚ, ପାକିସ୍ତାନୀ ଆତଙ୍କୀ ଉପରେ ନଜର ରଖିବ

Weekly Horoscope From 12th January 2026 To 18th January 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)