Advertisment

Illegal Trafficking of Dadana: ଦୟନୀୟ ଚିତ୍ର, ଟ୍ରେନ୍ ନୁହଁ, ଗଡୁଛି ଦାଦନ ଏକ୍ସପ୍ରେସ୍!

କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଦାଦନ ଚାଲାଣର ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେପରି ଟ୍ରେନ ନୁହଁ, ଗଡୁଛି ଦାଦନ ଏକ୍ସପ୍ରେସ। ଦାଦନ ଚାଲାଣର ଏ ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ଓଟିଭି ହାତରେ।

author-image
Madhupriya Mistry
dadana

dadana Photograph: (OTV)

ବଲାଙ୍ଗୀର ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣର ଦୟନୀୟ ଚିତ୍ର। ଏଠୁ ଅନବରତ ବେଆଇନ ଚାଲାଣ ହେଉଛନ୍ତି ଦାଦନ ଶ୍ରମିକ।  ନିୟମକୁ ଖାତିର ନାହିଁ, କି ପୋଲିସ ପ୍ରଶାସନକୁ ଡର। କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଦାଦନ ଚାଲାଣର ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେପରି ଟ୍ରେନ ନୁହଁ, ଗଡୁଛି ଦାଦନ ଏକ୍ସପ୍ରେସ।

Advertisment

ଦାଦନ ଚାଲାଣର ଏ ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ଓଟିଭି ହାତରେ। ବିଳାସପୁର- ତିରୁପତି ଏକ୍ସପ୍ରେସ ଭିତରେ ଗାଈ ଛେଳି ବୋଝେଇ କଲା ଭଳି, ଖୁନ୍ଦାଖୁନ୍ଦି ହୋଇ କରାଯାଉଛି ବେଆଇନ ମଣିଷ ଚାଲାଣ। ଆଉ ଏ ସମ୍ପର୍କରେ ଦାଦନ ସର୍ଦାରର ଉତ୍ତର ପୁରା ରୋକଠୋକ୍।

ସେପଟେ କଣ୍ଟାବାଞ୍ଜିରେ ଅନୁଷ୍ଠିତ ମାଟିର ମହୋତ୍ସବରେ ଯୋଗଦେଇଥିବା ଅବସରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ନିଜେ ମାନିଛନ୍ତି ଦାଦନ ଚାଲାଣର କଥା। କାମ ମିଳୁନଥିବାରୁ ଲୋକେ ଦାଦନ ଯାଉଥିବା କଥା ଖୋଦ୍ ସ୍ବୀକାର କରିଛନ୍ତି ମନ୍ତ୍ରୀ।

Advertisment

Bolangir Trafficking dadan death
Advertisment
Related Articles
Advertisment