Advertisment

Blanket Distribution: ନିରାଶ୍ରୟଙ୍କୁ ସାହା ହେଲା ଓଟିଭି କେୟାର୍ସ, ବିଭିନ୍ନ ସ୍ଥାନରେ କମ୍ବଳ ବଣ୍ଟନ

ଜାଡ଼ରୁ ରକ୍ଷା ପାଇଁ ଓଟିଭି କେୟାର୍ସ ପକ୍ଷରୁ କମ୍ବଳ ବଣ୍ଟନ। ନିରାଶ୍ରୟଙ୍କୁ ସାହା ହେଲା ଓଟିଭି କେୟାର୍ସ। ବିଭିନ୍ନ ସ୍ଥାନ ବୁଲି ବୁଲି ୧୦୦ ଜଣଙ୍କୁ କମ୍ବଳ ପ୍ରଦାନ କରାଯାଇଛି।

author-image
Chinmayee Sahoo
OTV Cares

OTV Cares Photograph: (OTV)

ରାଜଧାନୀର ଶୀତ ରାତିରେ ଜାଡ଼ ମାଡ଼ ସତ୍ତ୍ବେ ଜୀବନ ସଂଗ୍ରାମ ପାଇଁ ଫୁଟପାଥକୁ ଭରସା କରିଥିବା ଗରିବ ଗୁରୁବାଙ୍କ ପାଖରେ ଛିଡ଼ା ହୋଇଥିଲା ଓଟିଭି। ଫୁଟପାଥରେ ଶୀତରେ ଥରୁଥିବା ଲୋକଙ୍କୁ ଜାଡ଼ରୁ ରକ୍ଷା ପାଇଁ ଓଟିଭି କେୟାର୍ସ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା । 

Advertisment

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଶୀତରାତିରେ ଭାଗ୍ୟକୁ ଆଦରି ପଡ଼ିଥିବା ବାସହୀନଙ୍କୁ ଓଟିଭି କେୟାରର୍ସ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା।  ଏମ୍ସ ହସ୍ପିଟାଲ ଠାରୁ ଆରମ୍ଭ କରି ବରମୁଣ୍ଡା ବସ ଷ୍ଟାଣ୍ଡ, କ୍ୟାପିଟାଲ ହସ୍ପିଟାଲଠାରୁ ଭୁବନେଶ୍ୱର ରେଳବାଇ ଷ୍ଟେସନ ସହ ବିଭିନ୍ନ ଛକ ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ। ଏଥି ସହିତ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ କମ୍ବଳ ପ୍ରଦାନ କରିଥିଲେ ଓଟିଭି କେୟାର୍ସ। 

ବିଶେଷ କରି ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟ, ବସଷ୍ଟାଣ୍ଡ ଓ ଷ୍ଟେସନରେ ରାତି କାଟୁଥିବା ବାସହୀନ, ବିଭିନ୍ନ ଛକ ସ୍ଥାନ ମାନଙ୍କରେ ରହୁଥିବା ଛୋଟ, ଛୋଟ ଚା’ ଏବଂ ପାନ ଦୋକାନୀଙ୍କୁ କମ୍ବଳ ବଣ୍ଟାଯାଇଥିଲା। ଓଟିଭି କେୟାର୍ସ ପ୍ରାୟ ୧୦୦ ଜଣଙ୍କୁ କମ୍ବଳ ପ୍ରଦାନ କରିଥିଲେ।

Advertisment

•    ଜାଡ଼ରୁ ରକ୍ଷା ପାଇଁ ଓଟିଭି କେୟାର୍ସ ପକ୍ଷରୁ କମ୍ବଳ ବଣ୍ଟନ
•    ନିରାଶ୍ରୟଙ୍କୁ ସାହା ହେଲା ଓଟିଭି କେୟାର୍ସ
•    ବିଭିନ୍ନ ସ୍ଥାନ ବୁଲି ବୁଲି କମ୍ବଳ ବଣ୍ଟନ 
•    ଓଟିଭି କେୟାର୍ସ ପକ୍ଷରୁ ୧୦୦ ଜଣଙ୍କୁ କମ୍ବଳ ପ୍ରଦାନ

OTV Cares
Advertisment
Related Articles
Advertisment