Advertisment

Vijay Diwas: ଆଜି ଭାରତ ଇତିହାସରେ ସ୍ବର୍ଣ୍ଣିମ ଦିନ; ଭାରତ ଚାଖିଥିଲା ବିଜୟର ସର୍ବଶ୍ରେଷ୍ଠ ସ୍ବାଦ

ଆଜି ଭାରତ ଇତିହାସରେ ସ୍ବର୍ଣ୍ଣିମ ଦିନ। ୧୯୭୧ ଯୁଦ୍ଧ ବିଜୟକୁ ପୂରିଲା ୫୪ ବର୍ଷ। ପାକିସ୍ତାନକୁ ଯୁଦ୍ଧରେ ପାନେ ଚଖାଇଥିଲା ଭାରତ। ଭାରତ ଚାଖିଥିଲା ବିଜୟର ସର୍ବଶ୍ରେଷ୍ଠ ସ୍ବାଦ।

author-image
Chinmayee Sahoo
Vijaya Divas

Vijaya Divas Photograph: (OTV)

ଡିସେମ୍ବର ୧୬। ଆଜି ଭାରତ ଇତିହାସରେ ଏକ ସ୍ବର୍ଣ୍ଣିମ ଦିନ। ଭାରତର ସାହସ, ଶକ୍ତି, ପରାକାଷ୍ଠାର ଦିନ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧକୁ ଆଜି ପୂରିଛି ୫୪ ବର୍ଷ । ଆଜିର ଦିନରେ ପାକିସ୍ତାନକୁ ଧୂଳି ଚଟାଇ ଭାରତ ଚାଖିଥିଲା ବିଜୟର ସର୍ବଶ୍ରେଷ୍ଠ ସ୍ବାଦ। ସେହି ଐତିହାସିକ ଯୁଦ୍ଧରେ ପାକିସ୍ତାନ କେବଳ ଯେ ଲଜ୍ଜାଜନକ ପରାଜୟ ବରଣ କରିଥିଲା, ତା’ ନୁହେଁ, ବରଂ ୯୩ହଜାର ସୈନିକଙ୍କ ସହ ପାକିସ୍ତାନ ସେନାବାହିନୀ ଭାରତ ନିକଟରେ ଲିଖିତ ଆତ୍ମସମର୍ପଣ କରିଥିଲା। 

Advertisment

ବିଶ୍ବରେ ଏତେବଡ଼ ଆତ୍ମସମର୍ପଣ କେବେ ବି ଘଟିନାହିଁ। ମାତ୍ର ୧୩ଦିନର ଏହି ଯୁଦ୍ଧ ପରେ ବିଶ୍ବ ମାନଚିତ୍ରରେ ବାଂଲାଦେଶ ଜନ୍ମ ନେଇଥିଲା। ୧୯୭୧ ମସିହାରେ, ପୂର୍ବ ପାକିସ୍ତାନରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭାରତ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ୧୯୭୧ ମସିହା ଆଜିର ଦିନରେ ପାକିସ୍ତାନ ସେନାକୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଦେଇଥିଲେ  ବୀର ଭାରତୀୟ ସୈନିକମାନେ । 

ନିରୁପାୟ ହୋଇ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଭାରତ ପ୍ରାୟ ୧୫୦୦ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା। ଏହି ଯୁଦ୍ଧ ଥିଲା ବାଂଲାଦେଶ ମୁକ୍ତି ପାଇଁ। ଏହାପରେ ତତ୍କାଳୀନ ପୂର୍ବ ପାକିସ୍ଥାନ ସ୍ବତନ୍ତ୍ର ଦେଶ ଭାବେ ଗଠନ ହୋଇ ବାଂଲାଦେଶ ଭାବେ ଜନ୍ମନେଲା। ବିଜୟର ସେହି ଅଭୁଲା ମୂହୁର୍ତ୍ତକୁ ମନେପକାଇବା ପାଇଁ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ବିଜୟ ଦିବସ ।

Advertisment

•    ୧୯୭୧ ଯୁଦ୍ଧ: ଆଜି ବିଜୟ ଦିବସ
•    ଆଜି ଭାରତ ଇତିହାସରେ ସ୍ବର୍ଣ୍ଣିମ ଦିନ
•    ୧୯୭୧ ଯୁଦ୍ଧ ବିଜୟକୁ ପୂରିଲା ୫୪ ବର୍ଷ 
•    ପାକିସ୍ତାନକୁ ଯୁଦ୍ଧରେ ପାନେ ଚଖାଇଥିଲା ଭାରତ
•    ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ
•    ପାକିସ୍ତାନ ସେନାବାହିନୀ ଲିଖିତ ଆତ୍ମସମର୍ପଣ କରିଥିଲା
•    ମାତ୍ର ୧୩ଦିନର ଏହି ଯୁଦ୍ଧ ପରେ ଧୂଳି ଚାଟିଥିଲା ପାକ୍
•    ବିଶ୍ବ ମାନଚିତ୍ରରେ ଜନ୍ମନେଇଥିଲା ବାଂଲାଦେଶ
•    ଭାରତ ଚାଖିଥିଲା ବିଜୟର ସର୍ବଶ୍ରେଷ୍ଠ ସ୍ବାଦ
•    ଭାରତ ପ୍ରାୟ ୧୫୦୦ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା

1971 Vijay Diwas Vijay Diwas
Advertisment
Related Articles
Advertisment