/odishatv-khabar/media/media_files/2025/12/16/delhi-pollution-2025-12-16-09-59-57.jpg)
DELHI POLLUTION Photograph: (OTV)
ବାୟୁ ପ୍ରଦୂଷଣରେ କଲବଲ ଦିଲ୍ଲୀ । କୁହୁଡ଼ି ସହିତ ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀ । ଦିଶୁନି ସୂର୍ଯ୍ୟ, ଘନ କୁହୁଡ଼ିରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ। ୫୦ ମିଟର ଆଗକୁ ଦେଖିବା ବି ସମ୍ଭବ ହେଉନି । ଗତକାଲି ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଥିଲା। ଯାହାର ପ୍ରଭାବ ପଡ଼ିଥିଲା ଉଭୟ ବିମାନ ଓ ରେଳ ଚଳାଚଳ ଉପରେ ।
ଦିଲ୍ଲୀରେ ୨୨୮ ବିମାନ ବାତିଲ ହୋଇଥିବାବେଳେ ୪୦୦ ବିମାନର ଚଳାଚଳ ବିଳମ୍ବ ହୋଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କିମ୍ବଦନ୍ତୀ ଫୁଟବଲର ମେସୀଙ୍କ ବିମାନ ବି ଡିଲେ ହୋଇଥିଲା । ବିଶେଷ କରି ଦିଲ୍ଲୀରୁ ମୁମ୍ବାଇ, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ ଓ ବିଦେଶକୁ ଯିବାକୁ ଥିବା ଯାତ୍ରୀ ଅସୁବିଧା ଭୋଗିଥିଲେ। ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଥିଲା।
ଆଗକୁ ମଧ୍ୟ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ ବୋଲି ଦିଲ୍ଲୀ ବିମାନବନ୍ଦର ପକ୍ଷରୁ କୁହାଯାଇଛି । ପ୍ରଦୂଷଣ ସାଂଘାତିକ ସ୍ତରକୁ ଯିବା ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ନର୍ସରିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ ଲାଇନରେ ପାଠପଢ଼ା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।
• ଦିଲ୍ଲୀକୁ କଲବଲ କରୁଛି ବାୟୁ ପ୍ରଦୂଷଣ
• ସଂଘାତିକ ଭାବେ ପ୍ରଭାବିତ ବିମାନ ଚଳାଚଳ
• ଗତକାଲି ପ୍ରାୟ ୨୨୮ ବିମାନ ବାତିଲ
• ବିଳମ୍ବରେ ଉଡ଼ିଲା ୪୦୦ରୁ ଅଧିକ ଫ୍ଲାଇଟ୍
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ବି ବିଳମ୍ବିତ
• କେବଳ ଇଣ୍ଡିଗୋର ୧୭୦ଟି ଉଡ଼ାଣ ବାତିଲ
• ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଲା
• ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ
• ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନରେ ପାଠପଢା
Notorious Criminal Shot in Police Encounter: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ଦେଶୀ ବନ୍ଧୁକ ଓ ଗୁଳି ଜବତ

Plane Crash: ଭୟଙ୍କର ବିମାନ ଦୁର୍ଘଟଣା: ଏକାଧିକ ମୃତ, ୧୩୦ ଜଣଙ୍କୁ ଉଦ୍ଧାର

Daily Horoscope 16th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 16th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)