Advertisment

Congress Rift Deepens: କଂଗ୍ରେସ କଳିରେ ଲାଗୁନି ବ୍ରେକ, ଭକ୍ତ କହିଲେ ମୋକିମ୍ କିଏ?

କଂଗ୍ରେସ କଳିରେ ଲାଗୁନି ବ୍ରେକ । ମୋକିମଙ୍କ ଚିଠି ଓ ଦଳରୁ ବିଦା ହେବା ପରେ ମହମ୍ମଦ ମୋକିମଙ୍କ ବାବଦରେ ସାମ୍ବାଦିକଙ୍କ ପ୍ରଶ୍ନରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ସେ କିଏ ।

author-image
Chinmayee Sahoo
Bhakta-Moquim

Bhakta-Moquim Photograph: (OTV)

କଂଗ୍ରେସ କଳିରେ ଲାଗୁନି ବ୍ରେକ । ମୋକିମଙ୍କ ଚିଠି ଓ ଦଳରୁ ବିଦା ହେବା ପରେ ମହମ୍ମଦ ମୋକିମଙ୍କ ବାବଦରେ ସାମ୍ବାଦିକଙ୍କ ପ୍ରଶ୍ନରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ସେ କିଏ । ସେ କେବଳ ଥରେ ବିଧାନସଭା ଆସନରେ ନିର୍ବାଚିତ ହୋଇଥିଲେ । ଦଳର ସମସ୍ତ ସଦସ୍ୟଙ୍କ ସ୍ବରଉତ୍ତୋଳନ କରିବା ଅଧିକାର ରହିଛି । 

ଯଦି କେହି ଅନ୍ୟାୟର ଶିକାର ହେଉଛି ତେବେ ସ୍ବରଉତ୍ତୋଳନ କରିପାରିବେ । ଏଥିପାଇଁ ଦଳର ଅନେକ କମିଟି ରହିଛି । ଦଳୀୟ ନେତା ଓ କର୍ମୀଙ୍କ ଅଭିଯୋଗ ପାଇଁ ଓଡ଼ିଶାରେ PAC ରହିଛି । ତେବେ ସେ ନିଜ ଅଭିଯୋଗ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଯଦି ଚିଠି ଲେଖିଥିଲେ ଏହାକୁ ପ୍ରେସକୁ ଆଣିବାର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ । 

Advertisment

ଏହାର ଅର୍ଥ ମୋକିମ ଦଳରେ ରହିବାକୁ ଚାହୁଁ ନାହାନ୍ତି । ମୋକିମ ଏଭଳି କରିବା ପଛରେ ଆଉ କିଏ ଓ କଣ ଷଡ଼ଯନ୍ତ୍ର ଅଛି ବୋଲି ମଧ୍ୟ କହିଛନ୍ତି ଭକ୍ତ । ଗତକାଲି ଏହି ପ୍ରସଙ୍ଗରେ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରିଛି ଦଳ । ତେବେ ବହିଷ୍କାର ନିର୍ଦ୍ଦେଶ ପରେ ମୋକିମ ଗତକାଲି କହିଥିଲେ ଦଳକୁ ଆଇନା ଦେଖାଇଛି। ରାହୁଲ ଭୁଲ କଲେ ବି କହିବାର ଅଧିକାର ରହିଛି।

•    ମୋକିମ୍ କିଏ- ଭକ୍ତ
•    କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା
•    ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ
•    'ସେ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି'
•    'ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି'
•    'ଦଳୀୟ ନେତୃତ୍ବ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ'
•    'ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ'
•    'କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ'ଣ ଆବଶ୍ୟକତା ଥିଲା'
•    କାରଣ ସେ ଦଳରେ ରହିବାକୁ ଚାହୁଁ ନଥିଲେ- ଭକ୍ତ
•    ରାହୁଲ ଗାନ୍ଧିଙ୍କ ବିଷୟରେ ସେ କ'ଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତ
•    'ରାହୁଲ ଗାନ୍ଧି ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ'
•    'ଏହା କ'ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ୍ କରିବେ?'
•    ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କଲେ ଭକ୍ତ
•    'ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କଣ କୁହାଯିବ'

Advertisment
Mohammed Moquim Congress Leader Bhakta Das
Advertisment
Related Articles
Advertisment