/odishatv-khabar/media/media_files/2025/12/04/putin-security-2025-12-04-20-29-21.jpg)
PUTIN-SECURITY Photograph: (OTV)
ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ପ୍ରାୟ ୩୦ ଘଣ୍ଟା ରହିବେ। ପୁଟିନଙ୍କ ପାଇଁ ସୁରକ୍ଷାର ଅଭେଦ୍ୟ ଦୁର୍ଗ କରାଯାଇଛି। ପାଞ୍ଚ ଥାକିଆ ସୁରକ୍ଷା ବଳୟରେ ରହିବେ ରୁଷ୍ ରାଷ୍ଟ୍ରପତି। ପାଖରେ ସଶସ୍ତ୍ର ସୁରକ୍ଷାବାହିନୀ, ଭିଡରେ ସିକ୍ରେଟ୍ ଗାର୍ଡଙ୍କ ସମେତ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି ସ୍ନାଇପର। ସଡ଼କରେ ପୁଟିନଙ୍କ ସୁରକ୍ଷା ପାଇଁ ମସ୍କୋରୁ ଦିଲ୍ଲୀ ଆସିଛି ବ୍ଲାଷ୍ଟ ପ୍ରୁଫ, ବୁଲେଟ୍ ପ୍ରୁଫ ଓ ଗ୍ୟାସ୍ ଆଟାକ୍ ପ୍ରୁଫ କାର୍ ଅରସ୍ ସେନାଟ୍।
ପାଞ୍ଚ ଥାକିଆ ସୁରକ୍ଷାରେ ରହିବେ ରୁଷ୍ ରାଷ୍ଟ୍ରପତି
ପ୍ରଥମ ସ୍ତର- ପୁଟିନଙ୍କ ଅତି ନିକଟରେ ସୁରକ୍ଷାକର୍ମୀ। ଦ୍ବିତୀୟ ସ୍ତର- ଭିଡ଼ ଭିତରେ ସିକ୍ରେଟ୍ ଗାର୍ଡ। ତୃତୀୟ ସ୍ତର- ଦୂରରୁ ନଜର ରଖିଥିବା ସିକ୍ୟୁରିଟି ଇନ୍ଚାର୍ଜ। ଚତୁର୍ଥ ସ୍ତର- ସ୍ନାଇପର। ଦୂରରୁ ସୁଉଚ୍ଚ ଅଟ୍ଟାଳିକାରୁ ପୁଟିନଙ୍କ ଉପରେ ନଜର ରଖିବେ। ପଞ୍ଚମ ସ୍ତର- NGS ଓ ଦିଲ୍ଲୀ ପୋଲିସର ସୁରକ୍ଷା। ଭାରତ ଗସ୍ତରେ ଏଭଳି ସୁରକ୍ଷା ବଳୟରେ ରହିବେ ପୁଟିନ୍। ପ୍ରଥମ ସ୍ତର ସୁରକ୍ଷାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଏକ ବ୍ରିଫ୍ କେସ୍ ଥାଏ। ପୁଟିନଙ୍କ କବଚ ଭଳି କାମ କରେ ବ୍ରିଫ୍ କେସ୍। ଏଥିସହ ୯mm ଗୁରଜା ପିସ୍ତଲ ଥାଏ ଓ ପ୍ରତି ମିନିଟ୍ ୪୦ ରାଉଣ୍ଡ ଫାୟାର ହୋଇପାରିବ।
ଦ୍ବିତୀୟ ସ୍ତର ସୁରକ୍ଷାରେ ଥାଆନ୍ତି ଅଣ୍ଡର କଭର୍ ଏଜେଣ୍ଟ। ଯେଉଁମାନେ ଭିଡ଼ ଓ ଅତିଥିଙ୍କ ଗହଣରୁ ପୁଟିନଙ୍କ ଉପରେ ତୀକ୍ଷଣ ନଜର ରଖି ଥାଆନ୍ତି। ତୃତୀୟ ସ୍ତର ସୁରକ୍ଷା ବଳୟରେ ଆଖ ପାଖ ବିଲଡିଂରେ ରହି ଥାଆନ୍ତି ସୁରକ୍ଷାକର୍ମୀ। ଦୂରରୁ ପୁଟିନଙ୍କ ଉପରେ ସେମାନଙ୍କର ଆଖି ରହିଥାଏ। ଚତୁର୍ଥ ସ୍ତର ସୁରକ୍ଷାରେ ହାଇଟେକ୍ ସ୍ନାଇପର୍ ରହି ଥାଆନ୍ତି। ୫ କିଲୋମିଟର ଯାଏଁ ଗତିବିଧି ଉପରେ ସେମାନଙ୍କର କଡ଼ା ନଜର ରହିଥାଏ । ପୁଟିନଙ୍କ ଗସ୍ତ ରାସ୍ତାରେ ସଜାଗ ରହିବେ ସ୍ନାଇପର।...
ଋଷ ଭାରତକୁ ଆଣିଛି ଅତ୍ୟାଧୁନିକ ଅରସ୍ ସେନାଟ୍
ଯେକୌଣସି ଗସ୍ତ ସମୟରେ ପୁଟିନଙ୍କ ସୁରକ୍ଷା କେବଳ ବିମାନରେ ସୀମିତ ନଥାଏ। ସଡ଼କ ପଥରେ ବି ରହିଥାଏ ସୁରକ୍ଷା ପ୍ରାଚୀର। ଏଥିପାଇଁ ରୁଷ ଭାରତକୁ ଆଣିଛି ନିଜର ଅତ୍ୟାଧୁନିକ ଅରସ୍ ସେନାଟ୍। ଅରସ୍ ମୋଟର୍ସ ନିର୍ମିତ ସଶସ୍ତ୍ର ଲିମୋଜିନ୍ ପୁଟିନଙ୍କ ସରକାରୀ କାର୍। ଏଥିରେ ୬ ଏମଏମର ମୋଟା କାଚ ଲାଗିଛି। ଯାହା ବୁଲେଟ୍-ପ୍ରୁଫ୍, ଗ୍ରେନେଡ୍-ପ୍ରୁଫ୍, ବ୍ଲାଷ୍ଟ ପ୍ରୁଫ ଓ ସମ୍ଭାବ୍ୟ ଗ୍ୟାସ୍ ଆଟାକ୍ ବି ଫେଲ୍ ମାରିବ।
ଚଳିତ ବର୍ଷ ଚୀନରେ ସାଂଘାଇ କୋପରେସନ୍ ସମ୍ମିଳନୀରେ ପିଏମ୍ ମୋଦିଙ୍କ ସହିତ ଏହି ସେନାଟ୍ ଚଢ଼ିଥିଲେ ପୁଟିନ୍। ସେ ଏହି କାରରେ ବସି ମସ୍କୋ ଯାଏଁ କଥା ହୁଅନ୍ତି। ୪ଟି ଯାକ ଟାୟାର ପଙ୍କଚର ହେବା ପରେ ମଧ୍ୟ ଚାଲିପାରିବ। ଘଣ୍ଟାପ୍ରତି ୨୫୦ କିଲୋମିଟର ବେଗରେ ରାସ୍ତାରେ ଦୌଡ଼ି ପାରିବ। କାର୍ ଭିତରେ ରହିଛି ଏମର୍ଜେନ୍ସୀ ଅକ୍ସିଜେନ ସିଷ୍ଟମ। ଯାହା ୩ ଘଣ୍ଟା ଯାଏଁ ସକ୍ରିୟ ରହି ପାରିବ। ଅରସ ସେନାଟରେ ରହିଛି ପଞ୍ଚ ତାରକା ହୋଟେଲ୍ ଭଳି ସବୁ ବ୍ୟବସ୍ଥା। ଏହାର ମୂଲ୍ୟ ପ୍ରାୟ ୧୩ କୋଟିରୁ ଅଧିକ ହେବ।...
ପୁଟିନ ତାଙ୍କ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶିଛି କି ନାହିଁ ପରୀକ୍ଷା କରିବାକୁ ଏକ ଲ୍ୟାବ ସହିତ ଯାତ୍ରା କରନ୍ତି। ସେ ହୋଟେଲ କର୍ମଚାରୀଙ୍କୁ ବ୍ୟବହାର କରନ୍ତି ନାହିଁ। ତାଙ୍କ ନିଜସ୍ୱ ରୋଷେୟା ଓ ହାଉସ କିପିଂ ଦଳ ରୁଷରୁ ଆସିଥାନ୍ତି। ପୁଟିନଙ୍କ ସୁରକ୍ଷାକର୍ମୀଙ୍କୁ ମସ୍କିଟିୟର୍ସ କୁହାଯାଏ। ସେମାନେ ପୁଟିନଙ୍କ ଗସ୍ତର ମାସେ ପୂର୍ବରୁ ପହଞ୍ଚି ଥାଆନ୍ତି। ରାଷ୍ଟ୍ରପତି ରହିବାକୁ ଥିବା ହୋଟଲରେ ସୁରକ୍ଷାର ଯାଞ୍ଚ କରନ୍ତି ମସ୍କିଟିୟର୍ସ। ସେହିପରି ପୁଟିନ ଯେତେବେଳେ ବିଦେଶ ଗସ୍ତରେ ଯାଆନ୍ତି, ତାଙ୍କ ସହିତ ଏକ ସ୍ୱତନ୍ତ୍ର ପୁପ୍ ସୁଟକେସ୍ ଥାଏ। ଏହି ସୁଟକେସ୍ ତାଙ୍କର ମଳ ମୂତ୍ର ସଂଗ୍ରହ କରେ। ଯାହାକୁ ପରେ ନିଜ ଦେଶକୁ ନିଆଯାଏ। ଭାରତ ଗସ୍ତରେ ରୁଷ୍ ରାଷ୍ଟ୍ରପତିଙ୍କ ଯିବା ରାସ୍ତା ଉପରେ ନଜର ରଖିଛି ଡ୍ରୋନ୍। ଜାଗା ଜାଗାରେ ଲାଗିଛି ଜାମର, AIରେ ବି ମନିଟରିଂ ହେଉଛି।...
Political Storm: ପ୍ରଫୁଲ୍ଲଙ୍କ ଘରୁ ଖଞ୍ଜା ଯାଇଥିବା ଡିନାମାଇଟରେ ଫାଟୁଛି ଭଦ୍ରକ ବିଜେଡି ବନ୍ଧ, ଦଳରୁ ଇସ୍ତଫା ଦେଉଛନ୍ତି ନେତା

A Wedding With a Difference: ନିଆରା ବାହାଘର, ଉଦାହରଣ ସାଜିଲେ ଗୋପବନ୍ଧୁ ସାର୍

Dramatic Rescue: ପୋଖରୀକୁ ଖସିପଡ଼ିଛି କାର୍, ନାଉରୀ କରୁଛନ୍ତି ଜୀବନ ଉଦ୍ଧାର

Student Abuse Row: ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍, ଅଭିଯୁକ୍ତ ଅତିଥି ଅଧ୍ୟାପକ ବହିଷ୍କୃତ

BJP Fields Sonia Gandhi: ବିଜେପିରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ, ଅଡ଼ୁଆ ପରିସ୍ଥିତିରେ କଂଗ୍ରେସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)