/odishatv-khabar/media/media_files/2025/12/04/boatman-2025-12-04-18-54-34.jpg)
Boatman Photograph: (OTV)
ବାବୁ… ବାବୁ ବାହାରିବାକୁ ଚେଷ୍ଟା କରନ୍ତୁ ମୁଁ ଅଛି, ଆପଣଙ୍କର କିଛି ହେବାକୁ ଦେବିନି ଚେତାକୁ ଫେରନ୍ତୁ, ଆଖି ଖୋଲନ୍ତୁ… କାର୍ ବୁଡ଼ିବାକୁ ଆଉ ମାତ୍ର କିଛି ମିନିଟ୍ ବାକି ଅଛି ବାବୁ ବାହାରିବାକୁ ଟିକେ ଟ୍ରାଏ ତ କରନ୍ତୁ....
ଦୁର୍ଘଟଣା ପରେ ପୋଖରୀକୁ ଖସିପଡ଼ିଛି କାର୍ । କାରରେ ଥିବା ଚଳକ ଜଣକଙ୍କ ଚେତା ନାହିଁ । ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି । ଆଉ ଏ ନାଉରୀ ଜଣ ସେ ଅଜଣା ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏଠି ମାନସିକତା ଓ ମଣିଷ ପଣିଆ ପାଇଁ ସାରା ଦେଶରେ ଏ ନାବିକ ଭାଇଙ୍କୁ ପ୍ରଶଂସା ମିଳୁଛି । ଧନରେ ସିନା ସେ ଖୁବ୍ ଗରିବ, କିନ୍ତୁ ମନରେ କୋଟିପତି ।
ନିଜ ଜୀବନକୁ ବାଜି ଲଗାଇଦେଲେ
ଉତ୍ତରପ୍ରଦେଶ ପିଲିଭିଟର ଏହି ଘଟଣା । ଜଣେ ଡଙ୍ଗା ଚାଳକଙ୍କ ଏ ଉଦ୍ଧାର କାର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଛନ୍ତି । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ନିଜ ଜୀବନକୁ ବାଜି ଲଗାଇ କାରରେ ଫସି ରହିଥିବା ଯୁବକଙ୍କୁ ବଞ୍ଚାଇବାକୁ ସେ ଚେଷ୍ଟା କରୁଛନ୍ତି । ହାତରେ ଟାଣିଟାଣି ବାହାରକୁ ଆଣୁଛନ୍ତି । ଶେଷରେ ଉଦ୍ଧାରରେ ସଫଳ ହେଉଛନ୍ତି । କିନ୍ତୁ ଠିକ୍ ସେହି ସମୟରେ ନିଜର ଡଙ୍ଗାଟି ବୁଡ଼ିଯାଉଛି । ଅନ୍ୟ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ଯୋଗୁ ସମସ୍ତେ କୂଳକୁ ଆସୁଛନ୍ତି । କାରରୁ ବାହାରକୁ ବାହାରିବା ପରେ ବ୍ୟକ୍ତି ଜଣଙ୍କ ଚେତା ମଧ୍ୟ ଫେରୁଛି ।
କୁହାଯାଉଛି, ରାସ୍ତାରେ ପିଲାମାନେ ଖେଳୁଥିବାରୁ ଦୁର୍ଘଟଣା ହୋଇଥା’ନ୍ତା । ତେଣୁ କାର୍ ଚାଳକ ପିଲାମାନଙ୍କୁ ବଞ୍ଚାଇବାକୁ ହଠାତ୍ କାର୍ ବୁଲାଇବା ଫଳରେ ପୋଖରୀକୁ ଖସିପଡ଼ିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆଏର ଭାଇରାଲ ହେଉଛି ।
Student Abuse Row: ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍, ଅଭିଯୁକ୍ତ ଅତିଥି ଅଧ୍ୟାପକ ବହିଷ୍କୃତ

BJP Fields Sonia Gandhi: ବିଜେପିରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ, ଅଡ଼ୁଆ ପରିସ୍ଥିତିରେ କଂଗ୍ରେସ

Rebellion is Over: ସଶସ୍ତ୍ର ସଂଘର୍ଷ ବିଫଳ ହୋଇଛି... ଅସ୍ତ୍ର ଛାଡିଦିଅନ୍ତୁ ମାଓବାଦୀ, ଏମିତି କହିଲେ ପୂର୍ବତନ ଟପ୍ ମାଓନେତା

Car Plunges Into Birupa River: ବିରୂପା କୂଳରେ ଛକି ବସିଥିଲା ଯମ... ଆଖି ଆଗରେ ଚାଲିଗଲା ଜୀବନ

Wheelchair-Bound but Unstoppable: ଜୀବନ ଯୁଦ୍ଧର ସାହସୀ ଯୋଦ୍ଧା, ସମାଜ ପାଇଁ ଉଦାହରଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)