Advertisment

A Wedding With a Difference: ନିଆରା ବାହାଘର, ଉଦାହରଣ ସାଜିଲେ ଗୋପବନ୍ଧୁ ସାର୍‌

ଆପଣ ବାହାଘର ତ ବହୁତ ଦେଖିଥିବେ, ହେଲେ ଏବେ ଗୋପବନ୍ଧୁ ସାର୍‌ ଙ୍କ ବିବାହ ଉତ୍ସବକୁ ନେଇ ଭାରି ଚର୍ଚ୍ଚା । ନିଜ ବାହାଘରରେ ସାର୍‌ ଏମିତି କାମ କରିଛନ୍ତି, ସମସ୍ତେ କହୁଛନ୍ତି ବାଃ ବାଃ ।

author-image
Tapan Swain
Unique-Marriage

Unique-Marriage Photograph: (OTV)

ଆପଣ ବାହାଘର ତ ବହୁତ ଦେଖିଥିବେ, ହେଲେ ଏବେ ଗୋପବନ୍ଧୁ ସାର୍‌ ଙ୍କ ବିବାହ ଉତ୍ସବକୁ ନେଇ ଭାରି ଚର୍ଚ୍ଚା । ନିଜ ବାହାଘରରେ ସାର୍‌ ଏମିତି କାମ କରିଛନ୍ତି, ସମସ୍ତେ କହୁଛନ୍ତି ବାଃ ବାଃ । ଯେଉଁଠି ଅନ୍ୟମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭୋଜିଭାତ, ନାଚଗୀତରେ ଲକ୍ଷ ଲକ୍ଷ ଟଙ୍କା ଉଡାଉଛନ୍ତି, ସେଠି ସାର୍‌ ବୃକ୍ଷଦାନ, ବସ୍ତ୍ରଦାନ ଓ ରକ୍ତଦାନ ଶିବିର କରି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

Advertisment

ଚାନ୍ଦବାଲି ବ୍ଲକ ମାଧପୁର ଗ୍ରାମର ସମାଜସେବୀ ତଥା ଶିକ୍ଷକ ଗୋପବନ୍ଧୁ ବାରିକ । ଛୋଟ ବେଳୁ ସମାଜସେବାରେ ତାଙ୍କର ରୁଚି ଥିଲା । ବାପା ଗୌରାଙ୍ଗ ବାରିକଙ୍କ ଦେହାନ୍ତ ପରେ ବହୁ ଦୁଃଖକଷ୍ଟରେ ପାଠ ପଢିଥିଲେ । ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ ଓ ଶିକ୍ଷକତା କରିବା ପରେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନ ସହିତ ଯୋଡି ହୋଇ ସାମାଜସେବା କରିଆସୁଥିଲେ । ଚାନ୍ଦବାଲି ବ୍ଲକ ଆଙ୍କପଡା ଗ୍ରାମର ଗୀତାରାଣୀଙ୍କ ସହିତ ଗୋପବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦୁଇ ଶହରୁ ଊର୍ଦ୍ଧ୍ବ ବୃକ୍ଷଦାନ ଓ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି ଗୋପବନ୍ଧୁ । 

ରକ୍ତ ଦାନ ମହତ ଦାନ

ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ SDPO ଓ ଅନ୍ୟ ବର୍ଗର ଅଧିକାରୀମାନେ ଉଦଘାଟନ କରିଥିଲେ । ଏଠାରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହାସହିତ ଗରିବ ଓ ଅସହାୟ  ଲୋକଙ୍କ ପାଖରେ ପହଞ୍ଚି ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ଆଶୀର୍ବାଦ ନେଇଛନ୍ତି ନବ ଦମ୍ପତି । ତାଙ୍କର ଏପରି ସେବା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ବି ଏପରି ଜନହିତକାର କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ଗୋପବନ୍ଧୁ ।

Advertisment

Marriage Social Service
Advertisment
Related Articles
Advertisment