Advertisment

Bhubaneswar Gets Mumbai-Style Skywalk: ଭୁବନେଶ୍ୱର NHରେ ହେବ ମୁମ୍ବାଇ ଷ୍ଟାଇଲ୍‌ ସ୍କାଏୱାକ୍‌: ଖର୍ଚ୍ଚ ହେବ ୨୦ କୋଟି

ଭୁବନେଶ୍ବର ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏ ୱାକ୍। ବ୍ୟସ୍ତବହୁଳ ଏହି ଜାତୀୟ ରାଜପଥରେ NHରେ ୫ ଶହ ମିଟର ସ୍କାଏୱାକ୍ ନିର୍ମାଣ ହେବ। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ।

author-image
Chinmayee Sahoo
Skywalk

Skywalk Photograph: (OTV)

ଭୁବନେଶ୍ବର ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏ ୱାକ୍। ବ୍ୟସ୍ତବହୁଳ ଏହି ଜାତୀୟ ରାଜପଥରେ NHରେ ୫ ଶହ ମିଟର ସ୍କାଏୱାକ୍ ନିର୍ମାଣ ହେବ। NHAI ପକ୍ଷରୁ ଏନେଇ ଦିଆଯାଇଛି ସୂଚନା। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ପଥଚାରୀଙ୍କ ନିରାପତ୍ତା ପାଇଁ ନିର୍ମାଣ ହେବ ସ୍କାଏୱାକ୍। ପଳାଶୁଣିରୁ ରସୁଲଗଡ଼ରେ ଅନେକ ସମୟରେ ଟ୍ରାଫିକ୍ ଜାମ୍ ହୁଏ। 

Advertisment

ଏଭଳି ପରିସ୍ଥିତିରେ ଛୋଟ ବଡ଼ ଦୁର୍ଘଟଣା ବି ଘଟିଥାଏ। ଜାତୀୟ ରାଜପଥରେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ପାଦଚଲା ଲୋକଙ୍କ ସୁରକ୍ଷିତ ଗମନା ଗମନ ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛି ଜାତୀୟ ରାଜପଥ ପ୍ରାଧିକରଣ। 

ମୁମ୍ବାଇ ଷ୍ଟାଇଲରେ ଭୁବନେଶ୍ୱରରେ ସୁରକ୍ଷିତ ଯାତାୟାତ ପାଇଁ ନିର୍ମାଣ ହେବ ସ୍କାଏୱାକ୍। କେବଳ ପଳାସୁଣିରୁ ରସୁଲଗଡ଼ ନୁହଁ ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥର କିଛି ପ୍ରମୁଖ ଜଣ ଗହଳି ସ୍ଥାନରେ ଏଭଳି ସ୍କାଏୱାକ୍ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି NHAI। ଫୁଟ ଓଭରବ୍ରିଜରେ କେବଳ ଦୁଇ ପଟକୁ ଯାତାୟାତ ପାଇଁ ସୁବିଧା ସ୍କାଏୱାକ୍ ଗୋଟିଏ ପାର୍ଶ୍ବରେ ନିର୍ମାଣ ହେବ। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଓହ୍ଲାଇବାର ସୁବିଧା ରହିବ ବୋଲି କହିଛନ୍ତି NHAI ର ଆଞ୍ଚଳିକ ମୁଖ୍ୟ ଅଧିକାରୀ।

Advertisment

Bhubaneswar Odisha
Advertisment
Related Articles
Advertisment