/odishatv-khabar/media/media_files/2026/02/19/us-iran-war-2026-02-19-12-06-22.jpg)
US-Iran War Photograph: (OTV)
ଲାଗିଯିବ କି ଆମେରିକା-ଇରାନ୍ ଯୁଦ୍ଧ ? କେତେବେଳେ ବି ଆଟାକ୍ କରି ଦେଇପାରେ ଆମେରିକା। ମଧ୍ୟପ୍ରାଚ୍ୟରେ ଟ୍ରମ୍ପଙ୍କ ରଣନୀତି ନେଇ ଲିକ୍ ହେଇଛି ପ୍ଲାନ୍। ଯେଉଁଥିରେ ଆମେରିକା କିପରି ମିଡିଲ୍ ଇଷ୍ଟରେ କେତେବେଳେ ବି କିଛି ବି କରିପାରେ। ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଆମେରିକା। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ନିଜ ଶକ୍ତି ବଢ଼ାଇଛି। ଯୁଦ୍ଧାସ୍ତ୍ର ଠୁଳ ବି କରିଲାଣି। ଦୁଇ ଦିନ ପରେ ଅର୍ଥାତ ଶନିବାର ଇରାନ୍ ଉପରେ ହମଲା କରିପାରେ ଆମେରିକା। କୁଟନୈତିକ ଆଲୋଚନା ହେବା ପରେ ବି ଏଥିରେ କୌଣସି ପ୍ରଭାବ ଦେଖିବାକୁ ମିଳିନି।
ଆମେରିକା ଗତ କିଛି ଘଣ୍ଟା ମଧ୍ୟରେ ଏସିଆରେ ୫୦ ରୁ ଅଧିକ ଲଢ଼ୁଆ ବିମାନ ମୁତୟନ କରିଛି। ମିଡଲ୍ ଇଷ୍ଟରେ ସୈନ୍ୟବଳ ବଢ଼ାଇଛି ଆମେରିକା। ୨ଟି ଏୟାରକ୍ରାଫ୍ଟ କ୍ୟାରିୟର, ୧୨ଟି ଯୁଦ୍ଧଜାହାଜ, F-35, F-22, F-16 ଭଳି ଶତାଧିକ ଯୁଦ୍ଧବିମାନ ସହ ଏୟାର ଡିଫେନ୍ସ ସିଷ୍ଟମ୍ ମୁତୟନ କରିଛି ଆମେରିକା। ୧୫୦ରୁ ଅଧିକ ମିଲିଟାରି କାର୍ଗୋ ଫ୍ଲାଇଟରେ ଇରାନ୍ ନୁହାଁ ପଠାଇଛି ଅସ୍ତ୍ର-ଶସ୍ତ୍ର।
ଏହି ସମୟରେ, ଏକ ଆମେରିକାଭିତ୍ତିକ ଖବର ସଂସ୍ଥା ଦାବି କରିଛି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆସନ୍ନ। ଏ ଯୁଦ୍ଧ ଆରମ୍ଭ ହେଲେ କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ସପ୍ତାହଗୁଡ଼ିକରେ ଆକ୍ରମଣର ସମ୍ଭାବନା ୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ୱାଶିଂଟନ ଏବଂ ତେହେରାନ ମଧ୍ୟରେ କୂଟନୈତିକ ଆଲୋଚନା ଚାଲିଥିବା ସମୟରେ ଉତ୍ତେଜନା ବୃଦ୍ଧି ପାଇଛି।
ପୂର୍ବତନ ଇସ୍ରାଏଲୀ ସାମରିକ ଗୁଇନ୍ଦା ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ପରିସ୍ଥିତି ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ହୋଇଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହି ଅଭିଯାନ ଇସ୍ରାଏଲ ସହିତ ମିଳିତ ଭାବରେ କରାଯିବ ଏବଂ ଗତ ବର୍ଷ ଇରାନୀ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ନେତୃତ୍ୱରେ ୧୨ ଦିନିଆ ଯୁଦ୍ଧ ହୋଇଥିଲା। କିନ୍ତୁ ଏଥର ତାହା ଅପେକ୍ଷାକୃତ ବଡ଼ ହୋଇପାରେ। ଇସ୍ରାଏଲୀ ଅଧିକାରୀମାନେ ଏକ ସମ୍ଭାବ୍ୟ ସଂଘର୍ଷ ପାଇଁ ପ୍ରସ୍ତୁତି ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
ଦୁଇ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଇସ୍ରାଏଲ କିଛି ଦିନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାକୁ ପ୍ରସ୍ତୁତ ହେଉଛି। ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତିକୁ ତୀବ୍ର କରିଛି, ଯେତେବେଳେ ଇରାନ ହର୍ମୁଜ୍ ପ୍ରଣାଳୀରେ ସାମରିକ ଅଭ୍ୟାସ କରି ନିଜର ଶକ୍ତି ପ୍ରଦର୍ଶନ କରୁଛି।
ଉପସାଗରୀୟ ଦେଶ ଏବଂ ଇସ୍ରାଏଲକୁ ବଡ଼ ପରିମାଣରେ ଆମେରିକାର ଅସ୍ତ୍ରଶସ୍ତ୍ର ପଠାଯାଇଛି। THAAD ଏବଂ ପାଟ୍ରିଅଟ୍ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କରାଯାଇଛି। ଶହ ଶହ ଲଢ଼ୁଆ ବିମାନ ମଧ୍ୟ ଏହି ଅଞ୍ଚଳକୁ ପଠାଯାଇଛି। ଆଲୋଚନା ବିଫଳ ହେଲେ ବିମାନ ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି, ଯଦିଓ ସ୍ଥଳସେନା ପଠାଇବାର କୌଣସି ଯୋଜନା ନାହିଁ।
Student Allegedly Beaten by Lecturer: ଅଧ୍ୟାପକଙ୍କ ମାଡ଼ରେ ଲହୁଲୁହାଣ ଛାତ୍ର, ଥାନାରେ ଏତଲା ଦେଲେ ପରିବାର

Low-Quality Milk Sold in Odisha: ସାବଧାନ! ଆପଣ ପିଉଥିବା କ୍ଷୀର ଠିକ୍ ଅଛି ତ?

Odisha Police Urges Maoists to Surrender: ମାଓବାଦୀ ଧରାନ୍ତୁ, ମାଲେମାଲ ହୁଅନ୍ତୁ; ମିଳିବ ଲକ୍ଷାଧିକ ଟଙ୍କାର ପୁରସ୍କାର

Economic Survey to Be Tabled: କାଲି ବଜେଟ୍: ଆଜି ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ, ସରଗରମ ରହିବ ଗୃହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)