Advertisment

Caste Barrier Ends: ହଟିଲା ଜାତିପ୍ରଥା, ଜିତିଲା ମାନବିକତା; ଅଙ୍ଗନବାଡ଼ି ପୁଣି ଚଳଚଞ୍ଚଳ

ଜିତିଲା ମଣିଷ ପଣିଆ, ହାରିଲା ଜାତିପ୍ରଥା। ଜାତିପ୍ରଥା ପରମ୍ପରାକୁ ବିରୁଦ୍ଧରେ ଲଢେଇ। ଗାଁକୁ ଯାଇ ଆଲୋଚନା କଲା ପ୍ରଶାସନ। ଅଙ୍ଗନୱାଡ଼ି କେନ୍ଦ୍ରକୁ ଫେରିଲେ ପିଲା।

author-image
Chinmayee Sahoo
Caste Barrier Ends

Caste Barrier Ends Photograph: (OTV)

ହଟିଲା ଜାତିପ୍ରଥା, ଜିତିଲା ମାନବିକତା। ଦୀର୍ଘ ପ୍ରାୟ ୩ ମାସ ପରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ନୂଆଗାଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଫେରିଛନ୍ତି ପିଲା। କୁତ୍ସିତ ଜାତିପ୍ରଥା ପରମ୍ପରାକୁ ନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ହଟିଛି। ଗତ ନଭେମ୍ବରରେ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ନୂଆ କରି ସହାୟିକା ଭାବେ ନିଯୁକ୍ତି ପାଇଥିଲେ ଶର୍ମିଷ୍ଠା ସେଠୀ। 

Advertisment

ତେବେ ସେ ଅନୁସୂଚିତ ଜାତିର ହୋଇଥିବାରୁ ତାଙ୍କ ହାତରନ୍ଧା ରୋଷେଇ ଖାଇବା ଓ ତାଙ୍କ ହାତରୁ ଅଣ୍ଡା ଛତୁଆ ଆଦି ଗ୍ରହଣ କରିବାକୁ ଅଭିଭାବକମାନେ ଅରାଜି ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ପିଲାଙ୍କୁ ଛାଡ଼ିନଥିଲେ ଅଭିଭାବକ। ଯାହାକୁ ନେଇ ସୃଷ୍ଟି ହୋଇଥିଲା ଅଚଳାବସ୍ଥା।

ରାଜ୍ୟସଭାରେ ଏହି ଖବର ଉଠିବା ପରେ ଜାତୀୟ ଗଣମାଧ୍ୟମରେ ବି ଖୁବ୍ ଚର୍ଚ୍ଚା ହୋଇଥିଲା। କେନ୍ଦ୍ରପଡା ଜିଲ୍ଲା ପ୍ରଶାସନ ଅଭିଭାବକଙ୍କୁ ବୁଝାସୁଝା କଲା ପରେ ଅଚଲବାସ୍ଥା ଦୂର ହୋଇଥିଲା। ଏବଂ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ସମସ୍ତେ ଏକାଠି ଶପଥ ନେଇଥିଲେ।

Advertisment

ପିଲା ଯିବା ପରେ ଅନୁସୂଚିତ ଜାତିର ଅଙ୍ଗନୱାଡ଼ି ସହାୟିକା ଶର୍ମିଷ୍ଠା ସେଠୀ, ନିଜେ ରୋଷଇ କରି ପିଲାଙ୍କୁ ନିଜ ହାତରେ ଖାଦ୍ୟ ପରଷି ଦେବା ପରେ ପୁଣି ସ୍ବାଭାବିକ ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର।

Anganwadi Centre Kendrapada
Advertisment
Related Articles
Advertisment