Advertisment

Student Allegedly Beaten by Lecturer: ଅଧ୍ୟାପକଙ୍କ ମାଡ଼ରେ ଲହୁଲୁହାଣ ଛାତ୍ର, ଥାନାରେ ଏତଲା ଦେଲେ ପରିବାର

ଅଧ୍ୟାପକଙ୍କ ମାଡ଼ରେ ଲହୁଲୁହାଣ ଛାତ୍ର। ଥାନାରେ ଏତଲା ଦେଲେ ପରିବାର। ହୋମୱାର୍କ କରିନଥିବାରୁ ପିଟିଲେ ଅଧ୍ୟାପକ। ଭୁଲକୁ ମାନି କ୍ଷମା ମାଗିଲେ ଅଧ୍ୟାପକ। ହୋମୱାର୍କ କରିନଥିବାରୁ ରାଗି ଯାଇ ପିଟିଦେଲି କହିଲେ।

author-image
Chinmayee Sahoo
Student Allegedly Beaten by Lecturer

Student Allegedly Beaten by Lecturer Photograph: (OTV)

ଅଧ୍ୟାପକଙ୍କ ମାଡ଼ରେ ଲହୁଲୁହାଣ ଛାତ୍ର। ଥାନାରେ ଏତଲା ଦେଲେ ପରିବାର। ଏଭଳି କିଛି ଘଟଣା ଘଟିଛି ନୟାଗଡ଼ ନୂଆଗାଁ କଲେଜରୁ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ପଦାର୍ଥ ବିଜ୍ଞାନ ଅଧ୍ୟାପକ ହିଦ୍ରାନ୍ତ ଜ୍ୟୋତିପ୍ରକାଶ ମାଡ଼ ମାରିଥିବା ଅଭିଯୋଗ ହୋଇଛି। 

Advertisment

କିଛି ହୋମୱାର୍କ କରିନଥିବାରୁ ରାଗି ଯାଇ ଅଧ୍ୟାପକ ତାଙ୍କୁ ପିଟିଛନ୍ତି। ଏମିତିକି ଦେହସାରା ଦାଗ ଲାଗିଛି। ଅଭିଯୋଗକୁ ସ୍ବୀକାର କରିବା ସହ ରାଗି ଯାଇ ସେ ଏପରି କରିଥିବା ଅଧ୍ୟାପକ ହିଦ୍ରାନ୍ତ କହିଛନ୍ତି। ତାସହ କ୍ଷମା ବି ମାଗିଛନ୍ତି। ଅଭିଯୋଗକୁ ନେଇ ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି।

Nayagarh
Advertisment
Related Articles
Advertisment