Advertisment

Low-Quality Milk Sold in Odisha: ସାବଧାନ! ଆପଣ ପିଉଥିବା କ୍ଷୀର ଠିକ୍ ଅଛି ତ?

ବଜାରରେ ବୁଲୁଛି ‘ନିମ୍ନମାନର କ୍ଷୀର’।‘ନିମ୍ନମାନର କ୍ଷୀର’ କିଣୁଛନ୍ତି ଲୋକେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ବଡ଼ ସୂଚନା। ୨୨ଟି କମ୍ପାନୀର ୮୮ ସାମ୍ପଲ୍ ଯାଞ୍ଚ, ୮ଟି ନିମ୍ନମାନର।

author-image
Chinmayee Sahoo
Sub-Standard Milk

Sub-Standard Milk Photograph: (OTV)

ସାବଧାନ ! ମାର୍କେଟରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର। ଏନେଇ ଗୃହରେ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଗତବର୍ଷ ୮୮ଟି ଘରୋଇ କମ୍ପାନୀର କ୍ଷୀରକୁ ଯାଞ୍ଚ କରାଯାଇଥିଲା । ସେଥିରୁ ୮ ଟି ନମୁନା ନିମ୍ନମାନର ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶାରେ ଓମଫେଡ୍ ବ୍ୟତୀତ ୨୨ଟି କମ୍ପାନୀ ଦୁଗ୍ଧ ଜାତୀୟ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି। 

Advertisment

ସେଥିରୁ ୧୦ଟି ଓଡ଼ିଶାର କମ୍ପାନୀ ହୋଇଥିବା ବେଳେ ୧୨ଟି ରାଜ୍ୟ ବାହାର କମ୍ପାନୀ ଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ। ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ବଜାରରେ ମିଳୁଥିବା କ୍ଷୀରକୁ ନେଇ ଗ୍ରାହକଙ୍କ ମନରେ ଛନକା ପଶିଛି। ରାଜ୍ୟ ସରକାର ନକଲି କ୍ଷୀର ସଂପର୍କରେ ଚିହ୍ନଟ ପ୍ରକ୍ରିୟା ଜାରି ରଖିବାକୁ କହିଛନ୍ତି।

Low Quality Milk
Advertisment