/odishatv-khabar/media/media_files/2025/12/22/yojana-2025-12-22-15-20-35.jpg)
Yojana Photograph: (OTV)
ଝିଅ ବାହାଘରରେ ମିଳିବ ଗିଫ୍ଟ । ସରକାର ଦେବେ କନ୍ୟାକୁ ସୁନା । ଆକାଉଣ୍ଟକୁ ଆସିବ ଗହଣା ଟଙ୍କା । ରାଜ୍ୟ ସରକାର ଝିଅମାନଙ୍କ ପାଇଁ ଆଣିଥିବା ଯୋଜନାରେ ଗରିବ ବାପାଙ୍କ ଓଠରେ ହସ ଫୁଟିବ । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ । ଯେଉଁଥିରେ ୩୫ ହଜାର ଟଙ୍କା ସିଧା ଆକାଉଣ୍ଟକୁ ଆସିବ । ଆଉ ୧୦ ହଜାର ଟଙ୍କା ୱେଡିଂ ଗିଫ୍ଟ ବାବଦରେ ଖର୍ଚ୍ଚ ହେବ ।
ଶାଢ଼ି, ଚୁଡି, ପାଉଁଜି, ଭଳି ଅଳଙ୍କାର ଗିଫ୍ଟରେ ମିଳିବ । କମ୍ୟୁନିଟି ମ୍ୟାରେଜର ଇଭେଣ୍ଟ ସପୋର୍ଟ ଖର୍ଚ୍ଚ ଆକାରରେ ୬ ହଜାର ଟଙ୍କା ଦେବେ ସରକାର । ଏହିପରି ଭାବେ ମୋଟ୍ ୫୧ ହଜାର ଟଙ୍କାର ଖର୍ଚ୍ଚ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଦେବେ ।
ଆବେଦନକାରୀ କନ୍ୟା, ଓଡ଼ିଶାର ମୂଳବାସିନ୍ଦା ହୋଇଥିବା ଆବଶ୍ୟକ ଓ ସେ ଯାହାଙ୍କୁ ବିବାହ କରିବେ, ଅର୍ଥାତ୍ ବର ମଧ୍ୟ ଓଡ଼ିଶାର ହୋଇଥିବା ଦରକାର । କନ୍ୟାର ବୟସ ୧୮ରୁ ୩୫ ଓ ବରର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଜରୁରୀ । ଆଉ ସେମାନେ ପ୍ରଥମ ବିବାହ କରୁଥିବା ଆବଶ୍ୟକ । କିନ୍ତୁ ବିଧବାଙ୍କ କ୍ଷେତ୍ରରେ ପ୍ରୋତ୍ସାହନ ସ୍ୱରୂପ ଏହି ଯୋଜନାରେ ଟଙ୍କା ମିଳିପାରିବ ।
ଫାଷ୍ଟ କମ୍ ଫାଷ୍ଟ ସର୍ଭ
ଅଗ୍ରାଧିକାର ଭିତ୍ତିରେ ବିଧବା, ଭିନ୍ନକ୍ଷମ, ଅନୁସୂଚିତ ଜାତି ଜନଜାତି ଏବଂ ଅତି ଗରିବ ଶ୍ରେଣୀର ଆବେଦନକାରୀଙ୍କ ଆବେଦନ ଗ୍ରହଣ କରାଯିବ । ଫାଷ୍ଟ କମ୍ ଓ ଫାଷ୍ଟ ସର୍ଭ ବେସିସରେ ମିଳିବ ସୁବିଧା । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜିଲ୍ଲାସ୍ତରୀୟ କମିଟି ଆବେଦନ ପତ୍ର ଯାଞ୍ଚ କରି ଅନୁମତି ପ୍ରଦାନ କଲେ ଆବେଦନ ଗ୍ରହଣ ହେବ । ଏଥିପାଇଁ ଆପଣଙ୍କୁ ଅଫଲାଇନରେ ଆବେଦନ କରିବାକୁ ପଡ଼ିବ । ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଏହି ଦାୟିତ୍ୱ ଦେଇଛନ୍ତି।
ଫର୍ମ ପୂରଣ କରି ଆପଣଙ୍କ ଜିଲ୍ଲାରେ ଦାୟିତ୍ୱ ନେଇଥିବା ଏଜେନ୍ସି ନିକଟରେ ଦାଖଲ କରିବେ । ଏଜେନ୍ସି ଜିଲ୍ଲାସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବା ପରେ ଆପ୍ରୁଭାଲ ମିଳିବ । ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଗୁଡ଼ିକ ହେଉଛି ବର ଓ କନ୍ୟାଙ୍କ ପାସପୋର୍ଟ ସାଇଜ ଫଟୋ, ଉଭୟ ବର କନ୍ୟାଙ୍କ ଆଧାର କାର୍ଡ, ରେସିଡେନ୍ସିଆଲ ସାର୍ଟିଫିକେଟ୍ ଏବଂ ଇନକମ ସାର୍ଟିଫିକେଟ୍ । ସେହିପରି ଜନ୍ମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ରାସନ କାର୍ଡ, କନ୍ୟାଙ୍କ ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ। ଏହିସବୁ ପ୍ରମାଣପତ୍ର ଥିଲେ ଯୋଜନା ସହ ଆପଣ ଯୋଡ଼ି ହୋଇପାରିବେ ।
Pandian storm in the BJD: ଖୁଲମଖୁଲା ପାଣ୍ଡିଆନଙ୍କ ନାଁ ନେଇ ଧୋଇଲେ ସମ୍ବିତ, କହିଲେ...

Pregnant Woman Beaten To Death: ସହି ପାରିଲାନି ଗର୍ଭବତୀ ଝିଅର ସୁଖ; ପିଟିପିଟି ହତ୍ୟା କଲା ବାପା

Chit Fund Refund: ଚିଟଫଣ୍ଡ ଟଙ୍କା ପାଇବେ ଜମାକାରୀ, ଜାଣନ୍ତୁ ଟଙ୍କା ଫେରସ୍ତ ପାଇଁ କ'ଣ କରିବେ

Air India Flight Suffers Engine Scare: ମଝି ଆକାଶରେ ବିମାନ ଇଞ୍ଜିନ ଫେଲ୍, ଦିଲ୍ଲୀରୁ ଉଡାଣ ଭରିଥିଲା AI-887

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)