Advertisment

Chit Fund Refund: ଚିଟଫଣ୍ଡ ଟଙ୍କା ପାଇବେ ଜମାକାରୀ, ଜାଣନ୍ତୁ ଟଙ୍କା ଫେରସ୍ତ ପାଇଁ କ'ଣ କରିବେ

ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା। ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ।

author-image
Chinmayee Sahoo
Chit Fund Refund

Chit Fund Refund Photograph: (OTV)

ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା। ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ। ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ। ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି। 

Advertisment

ତଦନ୍ତ କମିଶନ ସୁପାରିସ୍ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏହାଛଡ଼ା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ଜମାକାରୀ ବି ଉପକୃତ ହେବେ। 

ମାକାରୀମାନେ ଆବଶ୍ୟକ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମାରାଶି ଫେରିପାଇବେ। ଅଧିକ ତଥ୍ୟ ପାଇଁ ସରକାରଙ୍କ ତରଫରୁ ଜାରି ହୋଇଥିବା ୦୬୭୪-୨୩୯୫୧୫୩ରେ ଯୋଗାଯୋଗ ମଧ୍ୟ କରିପାରିବେ।
ଟଙ୍କା ଫେରସ୍ତ ପାଇଁ କ'ଣ କରିବେ ?

Advertisment

•    ଆବଶ୍ୟକ କାଗଜପତ୍ର ସହ RIଙ୍କ ପାଖେ ଯୋଗାଯୋଗ କରନ୍ତୁ
•    ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ, ପାନ କାର୍ଡ ଇତ୍ୟାଦି ଦାଖଲ କରିବେ
•    ମୂଳ ଜମା ରସିଦ କରିବେ ଦାଖଲ
•    ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦାଖଲ କରିବାକୁ ପଡ଼ିବ
•    ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ହେବେ ଉପକୃତ
•    ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ପାଇବେ
•    ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ଜମାକାରୀ ହେବେ ଉପକୃତ
•    ନିଜ ଆବେଦନ ପତ୍ରର ଯାଞ୍ଚ କରାଇନିଅନ୍ତୁ
•    ଜିଲ୍ଲା ସରକାରୀ ୱେବସାଇଟରେ ଜମାକାରୀଙ୍କ ତଥ୍ୟ ରହିଛି
•    ଫେରସ୍ତ ପାଇନଥିବା ଜମାକାରୀଙ୍କ ତାଲିକା ରହିଛି
•    ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ଜମାକାରୀଙ୍କ ପାଇଁ ଅନ୍ୟ ସୁଯୋଗ
•    www.opid.odisha.gov.inରେ ଯାଞ୍ଚ କରିପାରିବେ
•    କମ୍ପାନୀ ଆପ୍ଲିକେସନ୍ ନମ୍ବର ଦେଇ କରିପାରିବେ ଯାଞ୍ଚ

ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସରକାରଙ୍କ ତତ୍ପରତା 
୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ ପ୍ରକ୍ରିୟା 
ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ହେବେ ଉପକୃତ
ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ପାଇବେ
ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ଜମାକାରୀ ହେବେ ଉପକୃତ
କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କରିବେ
୧୫ ଦିନ ମଧ୍ୟରେ ସେମାନଙ୍କ ଜମାରାଶି ଫେରିପାଇବେ 

Chitfund Case
Advertisment
Related Articles
Advertisment