/odishatv-khabar/media/media_files/2025/12/22/bjd-2025-12-22-17-29-03.jpg)
BJD Photograph: (OTV)
ବିଜେଡିରେ ପୁଣି ଭୋଜି ପଲିଟିକ୍ସ। ପୂର୍ବରୁ ଚନ୍ଦକା ଉପକଣ୍ଠ ଝୁମୁକାରେ ବହୁ ନେତା ଏକାଠି ହୋଇଥିବାବେଳେ ଆଜି ପୁରୁଣା ଭୁବନେଶ୍ବରରେ ବି ଏକାଠି ହୋଇଥିଲେ ଅନେକ ବରିଷ୍ଠ ବିଜେଡି ନେତା। ଯାହାକୁ ଭୋଜି ପଲିଟିକ୍ସ ପାର୍ଟ ଟୁ ବୋଲି କୁହାଯାଉଛି। ତେବେ ଏଥିରେ ଯୋଗ ଦେଇ ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଜୁ ଜନତା ଦଳ ଭିତରେ ସମୀକରଣ ଦରକାର। ପାଣ୍ଡିଆନ୍ ଆମ ନେତା ନୁହଁନ୍ତି ଏକଥା ବହୁ ଆଗରୁ କହି ସାରିଛି। ମୋ ଠାରୁ ବେଶୀ କେହି କହି ନାହାନ୍ତି। ନବୀନ ବାବୁଙ୍କ ସହିତ ବସି ସବୁ ପ୍ରଭାବୀ ଓ ଦକ୍ଷ ନେତା ଆଲୋଚନା କରି ନିଷ୍ପତ୍ତି ନେଲେ ସବୁଠୁ ବଡ଼ ସମୀକରଣ ହେବ।
ସବୁ ଜାଣିଲେଣି ନବୀନ
ନବୀନ ବାବୁ ଅବଗତ ହେଲେଣି। ସବୁ କଥା ଏବେ ସେ ଜାଣିଲେଣି। ପାଣ୍ଡିଆନ୍ ଏବେ ବି ସର୍ବେସର୍ବା କହିଲେ, ସେ କଥାକୁ ଗ୍ରହଣ କରିବି ନାହିଁ। ସୁଜାତାଙ୍କ ଏଣ୍ଟ୍ରି ରାଜନୈତିକ ଦୃଷ୍ଟିରୁ ଭୁଲ୍ ହେବ। ଉତ୍ତରାଧିକାରୀ ଓଡ଼ିଶାରୁ କିଏ ହେବେ। ବିଜୁ ବାବୁ କେବେ କହି ନଥିଲେ, ନବୀନ ବାବୁ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି। ଯାହାଙ୍କୁ ଓଡ଼ିଶାବାସୀ ଭଲ ପାଇବେ, ସେ ହେବେ ଉତ୍ତରାଧିକାରୀ।
ଅନ୍ୟପଟେ ସମ୍ବିତ ରାଉତରାୟଙ୍କ ସମର୍ଥନରେ ବାହାରିଛନ୍ତି ପ୍ରମିଳା ମଲ୍ଲିକ। କହିଛନ୍ତି, ସମ୍ବିତ ଠିକ୍ କଥା କହିଛନ୍ତି। ପାଣ୍ଡିଆନ୍ ଆମ ନେତା ନୁହଁନ୍ତି। ଆମର ଜଣେ ନେତା, ସେ ହେଉଛନ୍ତି ନବୀନ ପଟ୍ଟନାୟକ। କିଛି ଗୋଷ୍ଠୀ କନ୍ଦଳ ନାହିଁ। ଗତକାଲି ପୂର୍ବତନ ବିଧାୟକ ସମ୍ୱିତ ରାଉତରାୟ କହିଥିଲେ, ପାଣ୍ଡିଆନ ଜଣେ ଭଲ ମ୍ୟାନେଜର୍ । ସେ ଆମ ନେତା ନୁହଁନ୍ତି । ତାଙ୍କ କଥାକୁ ସମର୍ଥନ କରିଛନ୍ତି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ।
ଚେକ୍ ପଲିଟିକ୍ସ
ପାଖଉଛି ବିଜେଡି ପ୍ରତିଷ୍ଠା ଦିବସ। ତେଜୁଛି କନ୍ଦଳ। ମେଳି ପରେ ଏବେ ନିଶାନାରେ ପାଣ୍ଡିଆନ୍। ସୁଜାତା କାର୍ତ୍ତିକେୟନ ରାଉତଙ୍କ ଏଣ୍ଟ୍ରିକୁ ନେଇ ଦେଖାଦେଲାଣି ବିରୋଧର ସଙ୍କେତ। ଶୁକ୍ରବାର ଭୁବନେଶ୍ବର ଉପକଣ୍ଠ ଝୁମୁକାରେ ମେଳି କରିଥିବା ନେତା ଟାର୍ଗେଟ କରିଥିଲେ ପାଣ୍ଡିଆନଙ୍କୁ । ମେଳିରେ ସାମିଲ୍ ଥିବା ପୂର୍ବତନ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ପାଣ୍ଡିଆନ୍ ଜଣେ ଭଲ ମ୍ୟାନେଜର। କିନ୍ତୁ ଦଳର ନେତା ସେ ନୁହଁନ୍ତି। ଦଳକୁ କେହି ହାଇଜାକ କରି ପାରିବେ ନାହିଁ। ଆମେ ସୈନିକ ହୋଇ ଲଢିବୁ।
ବିଜେଡି ପ୍ରତିଷ୍ଠା ଦିବସରେ ମିସେସ୍ ପାଣ୍ଡିଆନ୍ ଦଳର ମଙ୍ଗ ଧରିବା ନେଇ ଚର୍ଚ୍ଚା ବଢୁଛି। ଯାହାକୁ ଏବେଠାରୁ ବିରୋଧ କରାଯିବା ଆରମ୍ଭ ହେଲାଣି। ଆଉ ଏହା ସମ୍ବିତଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି। ସମ୍ବିତ ପୁଣି କହିଥିଲେ, ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଅମାର ଘର ଥିଲେ ମୂଷା ରହିବେ ଆଉ ମୂଷା ଖାଇବାକୁ ସାପ ଆସିବା ଉପାଖ୍ୟାନ କହି ପରୋକ୍ଷରେ ସେ ଚେତାବନୀ ଦେଇଥିଲେ। ଏହାସହ 2026ରେ ବହୁତ କିଛି ହେବ ବୋଲି ସେ କହିଥିଲେ । ସେହିପରି ବିଜେଡି କଣ କେବଳ ନବୀନଙ୍କୁ ନେଇ ଗଢାଯାଇଛି କି ବୋଲି ପ୍ରଶ୍ନ କରିଥିଲେ ।
ବିଜୁଙ୍କ ଆଦର୍ଶରେ ଗଢ଼ା ହୋଇଛି ଦଳ। ଆଉ ଏହାର ଗଠନରେ ଦାମୋଦର ରାଉତ, କାଳିନ୍ଦୀ ବେହେରା, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କଳ୍ପତରୁ ଦାସଙ୍କ ଭଳି ନେତାଙ୍କ ଅବଦାନ ରହିଛି କହି ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ କରିଥିଲେ ସମ୍ବିତ।
Humane Case Twist:ମାସକ ପରେ ହ୍ୟୁମାନ ମାଆଙ୍କ ଏତଲା, କଣ ହେବ କାର୍ଯ୍ୟାନୁଷ୍ଠାନ ?

Violence Shocks Bangladesh: ବାଂଲାଦେଶରେ ଅତ୍ୟାଚାରିତ ହିନ୍ଦୁ, କାହାକୁ ଜାଳିଦେଲେଣି ତ ଆଉ କାହାକୁ ପିଟି ପିଟି ଦରମରା କଲେଣି

Farewell on the Cards? ଧୋନୀଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତ CSK, ଖର୍ଚ୍ଚ କଲା ୩୨.୫୦ କୋଟି

Special Wedding Scheme: ଝିଅ ବାହାଘରରେ ମିଳିବ ଗିଫ୍ଟ, ଆକାଉଣ୍ଟକୁ ଆସିବ ଗହଣା ଟଙ୍କା

Pandian storm in the BJD: ଖୁଲମଖୁଲା ପାଣ୍ଡିଆନଙ୍କ ନାଁ ନେଇ ଧୋଇଲେ ସମ୍ବିତ, କହିଲେ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)