/odishatv-khabar/media/media_files/2025/12/22/food-poison-death-2025-12-22-19-05-52.jpg)
Food-Poison-Death Photograph: (OTV)
ଏଠି କାନ୍ଦିବାକୁ କାହା ଆଖିରେ ଆଉ ଲୁହ ନାହିଁ । କି କିଛି କହିବାକୁ କାହା ପାଟିରୁ ଶବ୍ଦଟିଏ ବି ବାହାରୁନି । ଅନେକ କଷ୍ଟ ସହି ଛାତିକୁ ପଥର କରି ଯେଉଁ ବାପା ତା’ ପିଲାମାନଙ୍କୁ ବଡ଼ କରିଥିଲେ ସେ ଆଉ ନାହାନ୍ତି । ଏକା ସଙ୍ଗେ ମା’ ସହିତ ଦୁଇ ଦୁଇ ଜଣ ଭେଣ୍ଡିଆ ପୁଅ ଆରପାରିକୁ ଚାଲି ଯାଇଛନ୍ତି । ବିଷାକ୍ତ ଖାଦ୍ୟ ଗୋଟିଏ ପରିବାରର ତିନି ତିନି ଜଣଙ୍କ ଜୀବନ ନେଇଛି । ପରିବାର ଉଛନ୍ନ କରିଦେଇଛି ପାଳଙ୍ଗ ଶାଗ ! ଆଉ ରାତିର ଚିକେନ୍ ଖାଇ ଶୋଇବା ପରେ ଆଉ ନିଦରୁ ଉଠିନାହାନ୍ତି ମା’ ଗୋଲାପ ଓ ଦୁଇ ପୁଅ ପିଣ୍ଟୁ ଏବଂ ଲିଣ୍ଟୁ ।
ପାଳଙ୍ଗ ଶାଗ ଖାଇ ଶୋଇଥିଲେ
ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁର ଏହି ଘଟଣା । ଗତକାଲି ରାତିରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ଦୁଇ ପୁଅ ପିଣ୍ଟୁ ଏବଂ ଲିଣ୍ଟୁ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ହେଲେ ନିଜେ ଅନ୍ତର୍ଯ୍ୟାମୀ ଓ ବଡ଼ ପୁଅ ଖାଇନଥିଲେ । ତେଣୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଉ ପରିବାରର ତିନି ତିନି ଜଣ ସଦସ୍ୟ ଆଖି ବୁଜିଛନ୍ତି । ସକାଳୁ କବାଟ ନଖୋଲିବାରୁ ପଡ଼ୋଶୀମାନେ ସନ୍ଦେହ କରିବା ସହ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରୁଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ । ତେବେ ଚିକେନ ଏବଂ ପାଳଙ୍ଗ ଶାଗ କିଭଳି ବିଷ ପାଲଟିଗଲା ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ଖାଦ୍ୟରେ କେହି ବିଷ ମିଶାଇ ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି ।
Horrific Attempt on Wife’s Life: ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ, ଘରେ ଥିଲେ ବଞ୍ଚିନଥାନ୍ତା ସ୍ତ୍ରୀ

Debashish Samantaray Drops Bombshell: ସିଧାସଳଖ କହିଲେ ଦେବାଶିଷ ସାମନ୍ତରାୟ, ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଭୁଲ୍ ହେବ

Humane Case Twist:ମାସକ ପରେ ହ୍ୟୁମାନ ମାଆଙ୍କ ଏତଲା, କଣ ହେବ କାର୍ଯ୍ୟାନୁଷ୍ଠାନ ?

Violence Shocks Bangladesh: ବାଂଲାଦେଶରେ ଅତ୍ୟାଚାରିତ ହିନ୍ଦୁ, କାହାକୁ ଜାଳିଦେଲେଣି ତ ଆଉ କାହାକୁ ପିଟି ପିଟି ଦରମରା କଲେଣି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)