Advertisment

Shreemayee Mishra Targets BJD: ନବୀନ ଚାହୁଁନାହାନ୍ତି ଉତ୍ତରାଧିକାରୀ ଘୋଷଣା! ଶ୍ରୀମୟୀ କହିଲେ ବିଜେଡି ଭିତିରି କଥା

ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ଗ୍ରୀନ୍ ସିଗନାଲ୍ ଦେଲେନି ନବୀନ। ବ୍ୟଙ୍ଗ କବିତା ମାଧ୍ୟମରେ ଶ୍ରୀମୟୀ କହିଲେ ବିଜେଡି ଭିତିରି କଥା। ନାଁ ନନେଇ ଶ୍ରୀମୟୀ ଖୋଲିଦେଲେ ବିଜେଡି ଗୁମର କଥା।

author-image
Chinmayee Sahoo
Shreemayee Mishra

Shreemayee Mishra Photograph: (OTV)

ଏବେ ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ଗ୍ରୀନ ସିଗନାଲ୍ ଦେଲେନି ନବୀନ। ପ୍ରତିଷ୍ଠା ଦିବସ ଆଗରୁ ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ବଡ଼ ଖୁଲାସା କଲେ ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡିଆରେ ବ୍ୟଙ୍ଗ କବିତା ମାଧ୍ୟମରେ ତାତ୍ସଲ୍ୟ କରିଛନ୍ତି ଶ୍ରୀମୟୀ। 

Advertisment

ନାଁ ନ ନେଇ ସେ ଲେଖିଛନ୍ତି, କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ବ। ଅର୍ଥାତ ଏବେ ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ମନା କରିଦେଇଛନ୍ତି ନବୀନ। ନାଁ ନନେଇ ପାଣ୍ଡିଆନଙ୍କ ସମେତ ସୁଜାତା କାର୍ତ୍ତିକେୟନ, ବବି ଦାସ ଓ ଅନ୍ୟ ନେତାଙ୍କୁ ଶ୍ରୀମୟୀ ମାରିଛନ୍ତି ତେରେଚ୍ଛା ବାଣ। 

ସେ ଲେଖିଛନ୍ତି, କିଏ ଚାକିରି ଛାଡ଼ିଲା, କିଏ ମଞ୍ଚ ସଜେଇଲା, କିଏ ସନ୍ନ୍ୟାସ ନେଲା ଆଉ କିଏ ଅନୁଗତ ହେବାର ନାଟକ କଲା। ହେଲେ ସବୁଜ ମୁକୁଟ କାହାର ହେବ ତାକୁ ନେଇ ଚାଲିଛି ଛକାପଞ୍ଝା। ଅର୍ଥାତ ପାଣ୍ଡିଆନ ସନ୍ନ୍ୟାସ ନେଇ ସାରିଥିବା କୁହାଯାଉଥିବା ବେଳେ ସୁଜାତା କି ବବି କାହାକୁ ବି ନବୀନ ସବୁଜ ସଂକେତ ଦେଲେନାହିଁ। କିଏ କାହା ଟିମରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା। 

Advertisment

ନିକଟରେ ଭୁବନେଶ୍ବର ଉପକଣ୍ଠରେ ନେତାଙ୍କ ବଣଭୋଜିକୁ ମଧ୍ୟ ତାତ୍ସଲ୍ୟ କରିଛନ୍ତି ଶ୍ରୀମୟୀ। ତେବେ ପ୍ରତିଷ୍ଠା ଦିବସରେ ସୁଜାତା ବିଜେଡିରେ ସାମିଲ ହୋଇ ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନବୀନ ଏଥିପ୍ରତି ଗ୍ରୀନ୍ ସିଗନାଲ୍ ଦେଇନଥିବା ଶ୍ରୀମୟୀଙ୍କ ପୋଷ୍ଟ ଇଙ୍ଗିତ କରୁଛି। ତେବେ ଏନେଇ ବିଜେଡିର ପ୍ରିତିକ୍ରିୟା ମିଳିପାରିନି।

•    ନବୀନ ଚାହୁଁନାହାନ୍ତି ଉତ୍ତରାଧିକାରୀ ଘୋଷଣା ! 
•    ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ଗ୍ରୀନ୍ ସିଗନାଲ୍ ଦେଲେନି ନବୀନ !
•    ବ୍ୟଙ୍ଗ କବିତା ମାଧ୍ୟମରେ ଶ୍ରୀମୟୀ କହିଲେ ବିଜେଡି ଭିତିରି କଥା
•    ନାଁ ନନେଇ ଶ୍ରୀମୟୀ ଖୋଲିଦେଲେ ବିଜେଡି ଗୁମର କଥା
•    `ସବୁଜ ମୁକୁଟ କାହାର ହେବ, ମୁଖିଆ ଦେଉନାହାନ୍ତି ଗୁରୁତ୍ବ'
•    ଅର୍ଥାତ ଉତ୍ତରାଧିକାରୀ ଘୋଷଣା କରିବାକୁ ଚାହୁଁନାହାନ୍ତି ନବୀନ !
•    ନାଁ ନନେଇ ପାଣ୍ଡିଆନ, ସୁଜାତା, ବବି ଦାସଙ୍କୁ ତେରେଚ୍ଛା ବାଣ
•    କିଏ ଚାକିରି ଛାଡ଼ିଲା, କିଏ ମଞ୍ଚ ସଜେଇଲା'
•    `କିଏ ସନ୍ନ୍ୟାସ ନେଲା ଆଉ କିଏ ଅନୁଗତ ହେବାର ନାଟକ କଲା' 
•    `ସବୁଜ ମୁକୁଟ କାହାର ହେବ ତାକୁ ନେଇ ଚାଲିଛି ଛକାପଞ୍ଝା'
•    ସୁଜାତା କି ବବି, କାହାକୁ ନବୀନ ସବୁଜ ସଂକେତ ଦେଲେନାହିଁ !
•    `କିଏ କାହା ଟିମରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା'
•    ପ୍ରତିଷ୍ଠା ଦିବସରେ ସୁଜାତା ବିଜେଡିରେ ସାମିଲ ହେବା ଚର୍ଚ୍ଚା ହେଉଥିଲା
•    ସୁଜାତା ବିଜେଡିର ମଙ୍ଗ ଧରିବା ଚର୍ଚ୍ଚା ଜୋର୍ ଧରିଥିଲା
•    ସୁଜାତାଙ୍କୁ ନବୀନ ଗ୍ରୀନ୍ ସିଗନାଲ୍ ଦେଇନଥିବା ଶ୍ରୀମୟୀଙ୍କ ଇଙ୍ଗିତ

shreemayee mishra
Advertisment
Related Articles
Advertisment