Advertisment

Attempt to Run Over Police Inspector: ଥାନାଧିକାରୀଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲେ

ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ବର ସେଠୀଙ୍କ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି।

author-image
Chinmayee Sahoo
Attempt to Run Over Police Inspector

Attempt to Run Over Police Inspector Photograph: (OTV)

ପୋଲିସ୍ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ। ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ବର ସେଠୀଙ୍କ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଗତ ୧୮ ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଡ୍ୟୁଟି ସାରି ଥାନାରୁ ଫେରୁଥିଲେ। ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ ତାଙ୍କ ଉପରକୁ ମାଡ଼ି ଆସିଥିଲା। 

Advertisment

ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍ ଉଦ୍ୟମ କରିଥିଲା ବେଳେ ଖଲେଶ୍ୱର ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଡ୍ରାଇଭର୍ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଗାଳି ଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିଲେ। ଏ ନେଇ ସେ ଗତକାଲି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

•    ଥାନାଧିକାରୀଙ୍କୁ ହତ୍ୟା ଉଦ୍ୟମ
•    ପୋଲିସ୍ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ 
•    ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ବର ସେଠୀ
•    ଗତ ୧୮ ରାତିରେ ଡ୍ୟୁଟି ସାରି ଥାନାରୁ ଫେରୁଥିଲେ 
•    ବୁଢ଼ୀ ଠାକୁରାଣୀ ଛକ ନିକଟରେ ବସ୍ ମାଡ଼ି ଆସିଥିଲା 
•    ବସ୍ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ ଅଭିଯୋଗ 
•    ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ

Advertisment
Angul
Advertisment